Advertisment

୧୪ ଦିନ ହେଲା କୃଷି ବିଭାଗର ଅଧିକାରୀ ନିଖୋଜ, ସ୍ୱାମୀଙ୍କୁ ଖୋଜିବା ପାଇଁ ଯାଜ୍ଞସେନୀଙ୍କ ସଂଘର୍ଷ

ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକରେ କୃଷି ବିଭାଗର ଆସିଷ୍ଟାଣ୍ଟ ଟେକ୍ନୋଲୋଜି ଆସିଷ୍ଟାଣ୍ଟ ଭାବରେ କାମ କରୁଥିବା ଦେବେନ୍ଦ୍ରନାଥ ଘଡ଼େଇଙ୍କୁ ତାଙ୍କ ପତ୍ନୀ ଯାଜ୍ଞସେନୀ ୧୪ ଦିନ ହେଲା ନ ପାଇ ପାଗଳପ୍ରାୟ ହୋଇଗଲେଣି।

Agriculture dept officer

Agriculture dept officer

Advertisment

ଦୀର୍ଘ ୧୪ ଦିନ ହେଲା ନିଖୋଜ ଅଛନ୍ତି ସ୍ୱାମୀ। ସ୍ୱାମୀଙ୍କୁ ଖୋଜିବା ପାଇଁ ବଲାଙ୍ଗିରରୁ କଟକ ଦୌଡ଼ିଦୌଡ଼ି ନୟାନ୍ତ ହେଲେଣି ସ୍ତ୍ରୀ। ତଥାପି ସ୍ୱାମୀଙ୍କୁ ଏଯାଏ ପାଇନାହାନ୍ତି। ୧୪ ଦିନ ବିତି ଯାଇଥିଲେ ମଧ୍ୟ ହାର ମାନିନାହାନ୍ତି ସ୍ତ୍ରୀ ଯାଜ୍ଞସେନୀ। ତାଙ୍କର ସଂଘର୍ଷ ଜାରି ରହିଛି। ତାଙ୍କର ଆଶା ଓ ବିଶ୍ୱାସ ରହିଛି ଯେ ସ୍ୱାମୀ ନିଶ୍ଚିତ ଫେରିବେ।

Advertisment

ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକରେ କୃଷି ବିଭାଗର ଆସିଷ୍ଟାଣ୍ଟ ଟେକ୍ନୋଲୋଜି ଆସିଷ୍ଟାଣ୍ଟ ଭାବରେ କାମ କରୁଥିବା ଦେବେନ୍ଦ୍ରନାଥ ଘଡ଼େଇଙ୍କୁ ତାଙ୍କ ପତ୍ନୀ ଯାଜ୍ଞସେନୀ ୧୪ ଦିନ ହେଲା ନ ପାଇ ପାଗଳପ୍ରାୟ ହୋଇଗଲେଣି। ଦେବେନ୍ଦ୍ରନାଥ କଟକ ଜିଲ୍ଲା ନେମାଳ ଥାନା ଓରତି ଗାଁର ମୂଳ ବାସିନ୍ଦା। ୫ ବର୍ଷ ତଳେ ବଲାଙ୍ଗିର ସହର ମାଲପଡ଼ାର ଯାଜ୍ଞସେନୀଙ୍କୁ ସେ ବିବାହ କରିଥିଲେ। ତାଙ୍କର ତିନି ବର୍ଷର ଝିଅ ଟିଏ ମଧ୍ୟ ଅଛି।

ଉଭୟ ବଲାଙ୍ଗିର ସହର ତେଲିଗୋଠ ପଡ଼ାରେ ଗୋଟିଏ ଭଡ଼ା ଘରେ ରହୁଥିଲେ। ସବୁ କିଛି ଠିକଠାକ ଚାଲିଥିଲା। ହେଲେ ଗତ ଫେବୃଆରୀ ୨୬ରେ ଘଟିଥିଲା ଅଘଟଣ। ଦେବେନ୍ଦ୍ରନାଇ ନିଜ ଗାଁ କଟକ ଓରତିକୁ ଯାଇଥିବା ବେଳେ ସେଠାରୁ ଆଉ ଫେରି ନାହାନ୍ତି। ସେବେଠାରୁ ତାଙ୍କର ଖୋଜଖୋଜ ଖବର ନାହିଁ। ସ୍ୱାମୀ ନିଖୋଜ ହେବା ପରେ ସ୍ତ୍ରୀ ଯାଜ୍ଞସେନୀ ତାଙ୍କୁ ଖୋଜିବା ଆରମ୍ଭ କରିଛନ୍ତି।

Advertisment

ବଲାଙ୍ଗିର ଠାରୁ ଆରମ୍ଭ କରି କଟକ ଯାଏ ସମସ୍ତ ଥାନାରେ ସେ ସ୍ୱାମୀଙ୍କୁ ଖୋଜି ଆଣିବାକୁ ଲଖିତ ଭାବେ ଅନୁରୋଧ କରିଛନ୍ତି। ଏହି ୧୪ ଦିନ ଭିତରେ ସେ ଅନେକ ଥର ବଲାଙ୍ଗିରୁ କଟକ ଓ ପୁଣି କଟକଣରୁ ବଲାଙ୍ଗିର ଦୌଡ଼ିଦୌଡ଼ି ନୟାନ୍ତ ମଧ୍ୟ ହେଲେଣି। ୭ ଦିନ ଧରି ସେ କଟକଟରେ ରହିବା ସହ ଡିସିପିଙ୍କୁ ମଧ୍ୟ ଭେଟିଥିଲେ। ହେଲେ ଏଯାଏ ତାଙ୍କ ସ୍ୱାମୀଙ୍କ କୌଣସି ଖୋଜ ଖବର ମିଳିନାହିଁ।

ଏବେ ସେ ସ୍ୱାମୀଙ୍କ ନିଖୋଜ ପଛରେ ଶ୍ୱଶୁର ଘରର ହାତ ଥିବା ଅଭିଯୋଗ କରିଛନ୍ତି ଯାଜ୍ଞସେନୀ। ସିଧାଳସଖ ସେ ଦେବେନ୍ଦ୍ରନାଥଙ୍କ ବଡ଼ ଭାଇଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ସମ୍ପତ୍ତି ପାଇଁ ଦୁଇ ଭାଇଙ୍କ ମଧ୍ୟରେ ତିକ୍ତତା ଚାଲିଥିଲା। ତେଣୁ ଦେବେନ୍ଦ୍ରନାଥଙ୍କ ନିଖୋଜ ପଛରେ ବଡ଼ ଭାଇଙ୍କ ହାତ ଥାଇପାରେ ବୋଲି ସେ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, “ସେ ମୋତେ ଗାଁକୁ ଯିବାକୁ କହି ଘରୁ ବାହାରିଥିଲେ। ଋଣ ଟଙ୍କା ଶୁଝିବା ପାଇଁ ସେ ଗାଁରେ ଧାନ ବିକ୍ରି କରିବାକୁ ଯାଉଥିବା କହିଥିଲେ। ସେଠାରୁ ଟଙ୍କା ଆଣିବା ପରେ ବାକି ଥିବା ଋଣର ପ୍ରଥମ କିସ୍ତି ଦେଇଥାଆନ୍ତେ। ହେଲେ ଗାଁରେ ରହୁଥିବା ଭାଇମାନେ ତାଙ୍କୁ କୌଣସି ପ୍ରକାରର ସହଯୋଗ କରି ନଥିଲେ, ବରଂ ମାନସିକ ନିର୍ଯାତନା ଦେଇଥିଲେ। ସବୁବେଳେ ତାଙ୍କୁ ବାଧିଲା ଭଳି କଥାବାର୍ତ୍ତା ମଧ୍ୟ କରୁଥିଲେ।

ଫେବୃଆରୀ ୨୫ରେ ସେ ମୋତେ ଫୋନ କରି ବଡ଼ ଭାଇ ତାଙ୍କୁ ସହଯୋଗ କରୁ ନଥିବା କହିଥିଲେ। ବଡ଼ଭାଇ ପାଇଁ ସେ ସବୁ ଟଙ୍କା ଖର୍ଚ୍ଚ କରିବା ସହ ଘର ତୋଳିଥିଲେ। ହେଲେ ଠିକଣା ସମୟରେ ସେ ସହଯୋଗ ନ କରିବାରୁ ସେ ବହୁତ ମନଦୁଃଖ କରିଥିବା ଜଣାଇଥିଲେ ଓ ବଲାଙ୍ଗିର ଫେରି ଆସିବେ ବୋଲି କହିଥିଲେ। ୨୬ ତାରିଖ ରାତିରେ ସେ ସ୍ୱାଭାବିକ ଭାବେ କଥା ହେବା ସହ ପୁରୀ-ଦୁର୍ଗ ଏକ୍ସପ୍ରେସରେ ବଲାଙ୍ଗିର ଆସିବେ ବୋଲି କହିଥିଲେ।

ହେଲେ ରାତି ୯.୩୫ରୁ ତାଙ୍କ ଫୋନ ସୁଇଚ ଅଫ ହୋଇଯାଇଥିଲା। ସକାଳୁ ମୁଁ ଷ୍ଟେସନ ଯାଇ ଖୋଜାଖୋଜି କରିଥିଲେ ମଧ୍ୟ କିଛି ବି ପତ୍ତା ପାଇ ନଥିଲି। ଜିଆରପି ଥାନା ଓ ବଲାଙ୍ଗିର ଥାନାରେ ସ୍ୱାମୀଙ୍କ ନିଖୋଜ ନେଇ ଅଭିଯୋଗ କରିଥିଲୁ। ସେଠାକାର ପୁଲିସ କଟକ ଯିବାକୁ ପରାମର୍ଶ ଦେଇଥିଲେ। ମଙ୍ଗଳବାର ସକାଳେ ଆମେ କଟକରେ ପହଞ୍ଚିଥିଲୁ। ସେଠାରୁ ସିଧା ନେମାଳ ଥାନାକୁ ଯାଇ ଅଭିଯୋଗ କରିଥିଲୁ।

ନିଶ୍ଚିତକୋଇଲି ଥାନାରେ ବି ଏଫଆଇଆର ଦେଇଥିଲୁ। ତାଙ୍କ ଘର ଲୋକଙ୍କୁ ୩ ଦିନ ଧରି ସ୍ୱାମୀଙ୍କ ନିଖୋଜ ସମ୍ପର୍କରେ ଜଣାଇଥିଲେ ମଧ୍ୟ ସେମାନେ କିଛି ବି ପଦକ୍ଷେପ ନେଇ ନଥିଲେ। ମୋବାଇଲ ଟ୍ରାକିଂରୁ ଜଣାପଡ଼ିଥିଲା ଯେ କ୍ୟାଣ୍ଟନମେଣ୍ଟ ଥାନା ପାଖରେ ଫୋନ ସୁଇଚ ଅଫ ହୋଇଛି। ତେଣୁ ସେହି ଥାନାରେ ବି ଅଭିଯୋଗ କରିଥିଲୁ। ପରେ ବିଡ଼ାନାସି ଓ ବାଦମବାଡ଼ି ଥାନାରେ ଅଭିଯୋଗ କରିବା ପରେ ପିସିଆର ତାଙ୍କୁ ଖୋଜାଖୋଜି କରିଥିଲା।

ତଥାପି ତାଙ୍କର କୌଣସି ସୂଚନା ମିଳି ନଥିଲା। ଶେଷରେ ଡିସିପି ଅଫିସ ଯାଇ ଅଭିଯୋଗ କରିଥିଲି। ଡିସିପି ମଧ୍ୟ ବ୍ୟସ୍ତ ନ ହେବାକୁ ମୋତେ କହିଥିଲେ। ହେଲେ ୧୪ ଦିନ ବିତି ଯାଇଥିଲେ ମଧ୍ୟ ସ୍ୱାମୀ ମିଳିନାହାନ୍ତି। ମୋ ସ୍ୱାମୀ ଅତ୍ୟନ୍ତ ନିରୀହ। ତାଙ୍କ ବଡ଼ ଭାଇ ଏହି ଘଟଣା ପାଇଁ ସଂପୂର୍ଣ୍ଣ ଭାବେ ଦାୟୀ। ସେ ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ। ମୋ ଝିଅ ମୋତେ ବୁଝାଉଛି। ବାପା ଫେରି ଆସିବେ। ଏତେ ବଡ଼ ଦୁନିଆରେ ମୋ ଝିଅକୁ ନେଇ ମୁଁ କୁଆଡ଼େ ଯିବି? ମୁଁ ସମସ୍ତଙ୍କୁ ଅନୁରୋଧ କରିବି କି ମୋତେ ସହଯୋଗ କରନ୍ତୁ। ମୋ ସ୍ୱାମୀ ଯେଉଁଠି ବି ଥାଆନ୍ତୁ ଶୀଘ୍ର ଫେରି ଆସନ୍ତୁ। ମୁଁ ଆଉ ପାରୁନି।”

ଯାଜ୍ଞସେନୀ ନିଜ ମନର ବ୍ୟଥା କହିବା ବେଳେ ଭୋଭୋ ହୋଇ କାନ୍ଦି ମଧ୍ୟ ପକାଇଥିଲେ। ସେ ହାତ ଯୋଡ଼ି ସ୍ୱାମୀଙ୍କୁ ଫେରି ଆସିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ଦେବେନ୍ଦ୍ରନାଥଙ୍କ ବଡ଼ ଭାଇ ନିଖୋଜ ପଛରେ ଥିବା ଯାଜ୍ଞସେନୀ ଅଭିଯୋଗ କରିଥିଲେ ମଧ୍ୟ ଏହାକୁ ସେ ଖଣ୍ଡନ କରିଛନ୍ତି।

Odisha Balangir Husband-wife
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe