Advertisment

ମହିଳାଙ୍କ ଉପରେ ଚଢ଼ିଗଲା ଆମ୍ବୁଲାନ୍ସ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଗୁରୁତର ରୋଗୀଙ୍କୁ ହସପିଟାଲ ନେଇଥାଏ ଆମ୍ୱୁଲାନ୍ସ। ଜୀବନ ବଞ୍ଚାଉଥିବାରୁ ଆମ୍ୱୁଲାନ୍ସକୁ ରକ୍ଷା କବଚ ମଧ୍ୟ କୁହାଯାଏ। କିନ୍ତୁ ଏହି ରକ୍ଷାକବଚ ପାଳଟିଲା ଯମ। ନେଇଗଲା ଜଣେ ମହିଳାଙ୍କ ଜୀବନ। ଏପରି ଏକ ଘଟଣା ଘଟିଛି ବଲାଙ୍ଗିର-ସମ୍ୱଲପୁର ରାଜରାସ୍ତାର ମାଧିଆପାଲି ଛକ ଠାରେ। ଲୋଇସିଂହା ଥାନା ପଣ୍ଡରେନ ଗାଁର ମଲି ଧରୁଆ ନିଜ ପୁତୁରା ପିଣ୍ଟୁ ଧରୁଆ ସହିତ ବଲାଙ୍ଗିରର ଏକ ଘରୋଇ ନର୍ସିଂହୋମକୁ ଆସିଥିଲେ। ନିଜର ଜଣେ ସଂର୍ପକୀୟଙ୍କ ଘରେ ଶିଶୁଟିଏ ଜନ୍ମ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ମହିଳାଙ୍କ ଉପରେ ଚଢ଼ିଗଲା ଆମ୍ବୁଲାନ୍ସ

bolangir

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଗୁରୁତର ରୋଗୀଙ୍କୁ ହସପିଟାଲ ନେଇଥାଏ ଆମ୍ୱୁଲାନ୍ସ। ଜୀବନ ବଞ୍ଚାଉଥିବାରୁ ଆମ୍ୱୁଲାନ୍ସକୁ ରକ୍ଷା କବଚ ମଧ୍ୟ କୁହାଯାଏ। କିନ୍ତୁ ଏହି ରକ୍ଷାକବଚ ପାଳଟିଲା ଯମ। ନେଇଗଲା ଜଣେ ମହିଳାଙ୍କ ଜୀବନ। ଏପରି ଏକ ଘଟଣା ଘଟିଛି ବଲାଙ୍ଗିର-ସମ୍ୱଲପୁର ରାଜରାସ୍ତାର ମାଧିଆପାଲି ଛକ ଠାରେ।

Advertisment

ଲୋଇସିଂହା ଥାନା ପଣ୍ଡରେନ ଗାଁର ମଲି ଧରୁଆ ନିଜ ପୁତୁରା ପିଣ୍ଟୁ ଧରୁଆ ସହିତ ବଲାଙ୍ଗିରର ଏକ ଘରୋଇ ନର୍ସିଂହୋମକୁ ଆସିଥିଲେ। ନିଜର ଜଣେ ସଂର୍ପକୀୟଙ୍କ ଘରେ ଶିଶୁଟିଏ ଜନ୍ମ ହୋଇଥିବାରୁ ତାକୁ ଦେଖିବାକୁ ଆସିଥିଲେ। ହସପିଟାଲରେ ଶିଶୁକୁ ଦେଖି ବାଇକରେ ଫେରୁଥିଲେ। ଏହି ସମୟରେ ହଠାତ ଲୋଇସିଂହା ପଟୁ ଆସୁଥିବା ଏକ ଆମ୍ୱୁଲାନ୍ସ ବା ଜନନୀ ଏକ୍ସପ୍ରେସ ବାଇକକୁ ଧକ୍କା ଦେଇଥିଲା।

ବାଇକକୁ ଧକ୍କା ଦେବାରୁ ପଛପଟେ ବସିଥିବା ମଲି ଖସିଯାଇ ଆମ୍ୱୁଲାନ୍ସର ପଛ ଚକା ତଳେ ପଡିଯାଇଥିଲେ। ଫଳରେ ମଲିଙ୍କ ମୁଣ୍ଡ ଉପରେ ଚଢିଯାଇଥିଲା ଆମ୍ୱୁଲାନ୍ସ। ଆଉ ଘଟଣାସ୍ଥଳରେ ଚାଲିଗଲା ମଲିଙ୍କ ଜୀବନ। ଦୁର୍ଘଟଣା ଘଟାଇବା ପରେ ଆମ୍ୱୁଲାନସକୁ ଛାଡ଼ି ଡ୍ରାଇଭର୍ ଫେରାର ମାରିଥିଲା। ବଲାଙ୍ଗିର ସଦର ପୁଲିସ ଆମ୍ୱୁଲାନ୍ସକୁ ଜବତ କରିବା ସହ ମହିଳାଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଘଟଣାରେ ସଦର ପୁଲିସ୍ ଅଧିକ ତଦନ୍ତ ଜାରି ରଖିଛି।

Advertisment