Advertisment

ସାହାଯ୍ୟ ପାଇଁ ଅପେକ୍ଷା କରିଥିଲେ, ପିଟି ଦେଲା ଅଜଣା ଗାଡ଼ି

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଅଜଣା ଗାଡି ଧକ୍କାରେ ଜଣେ ଅଟୋ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ଘଟଣା ଘଟିଛି ବଲାଙ୍ଗିର-ଟିଟିଲାଗଡ ରାଜରାସ୍ତାର ବିଜାଖମନ ନିକଟରେ । ଗତକାଲି ବିଲମ୍ୱିତ ରାତିରେ ରକ୍ତାକ୍ତ ଅବସ୍ଥାରେ ରାଜରାସ୍ତା ଉପରେ ପଡିଥିବା ଜଣେ ବ୍ୟକ୍ତିଙ୍କୁ ୧୦୮ ଆମ୍ବୁଲାନ୍ସ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ଆଣିଥିଲା । ହସପିଟାଲରେ ଡାକ୍ତର ମୃତ ଘୋଷଣା କରିଥିଲେ । ଶବକୁ ବ୍ୟବଚ୍ଛେଦ ପାଇଁ ପୋଷ୍ଟମୋର୍ଟମ ୱାର୍ଡକୁ ପଠାଇ ଦିଆଯାଇଛି । ସଦର ପୁଳିସ […]

author-image
Tapas Behera
ତିନି ମହଲାରୁ ଖସି ପର୍ଯ୍ୟଟକଙ୍କ ମୃତ୍ୟୁ; ହତ୍ୟା ଅଭିଯୋଗ

DeadBody

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଅଜଣା ଗାଡି ଧକ୍କାରେ ଜଣେ ଅଟୋ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ଘଟଣା ଘଟିଛି ବଲାଙ୍ଗିର-ଟିଟିଲାଗଡ ରାଜରାସ୍ତାର ବିଜାଖମନ ନିକଟରେ । ଗତକାଲି ବିଲମ୍ୱିତ ରାତିରେ ରକ୍ତାକ୍ତ ଅବସ୍ଥାରେ ରାଜରାସ୍ତା ଉପରେ ପଡିଥିବା ଜଣେ ବ୍ୟକ୍ତିଙ୍କୁ ୧୦୮ ଆମ୍ବୁଲାନ୍ସ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ଆଣିଥିଲା । ହସପିଟାଲରେ ଡାକ୍ତର ମୃତ ଘୋଷଣା କରିଥିଲେ । ଶବକୁ ବ୍ୟବଚ୍ଛେଦ ପାଇଁ ପୋଷ୍ଟମୋର୍ଟମ ୱାର୍ଡକୁ ପଠାଇ ଦିଆଯାଇଛି ।

Advertisment

ସଦର ପୁଳିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛି । ପ୍ରାଥମିକ ତଦନ୍ତରୁ ପୋଲିସକୁ ମିଲିଥିବା ସୂଚନା ଅନୁସାରେ, ମୃତ ବ୍ୟକ୍ତି ଜଣକ ବଲାଙ୍ଗିର ସହରର ଜଣେ ଆଟୋ ଡ୍ରାଇଭର । ଗତକାଲି ରାତିରେ ଅଟୋର ଇନ୍ଧନ ସରିଯାଇଥିବାରୁ ରାସ୍ତା କଡରେ ଅଟୋକୁ ଅଟକାଇ ସାହାଯ୍ୟ ପାଇଁ ଠିଆ ହୋଇଥିଲେ ଡ୍ରାଇଭର ।

ଏହି ସମୟରେ ଏକ ଅଜଣା ଗାଡି ଦ୍ରୁତ ଗତିରେ ଆସି ଅଟୋଡ୍ରାଇଭରଙ୍କୁ ଧକ୍କା ଦେଇ ଚାଲିଯାଇଥିବା ଅନୁମାନ କରାଯାଉଛି । କେଉଁ ଗାଡି ଧକ୍କାଦେଲା ? ବିଲମ୍ୱିତ ରାତିରେ ଅଟୋ ଡ୍ରାଇଭର କେଉଁଆଡେ ଯାଇଥିଲେ ? ତାକୁ ନେଇ ତଦନ୍ତ କରୁଛି ପୁଲିସ।

Advertisment