ମୁଁ ବଦମାସ ପ୍ରେମିକ !

ବଲାଙ୍ଗିର (ଓଡ଼ିଶା ରିପୋର୍ଟର) କେବେ ଘଟିନଥିବା ଘଟଣା ଘଟିଲା ବଲାଙ୍ଗିର ସହରରେ । କେବେ ଦେଖିନଥିବା ଦୃଶ୍ୟ ଦେଖିଲେ ସହରବାସୀ । ପ୍ରେମ ପାଇଁ ବିକ୍ରମ ପଣ୍ଡା ନାମକ ଜଣେ ଯୁବକର ବଦମାସି ଦୋହଲାଇ ଦେଇଛି ସମସ୍ତଙ୍କୁ । ଘରେ ପଶି ଯୁବତୀଙ୍କ ସମ୍ପର୍କୀୟଙ୍କୁ ପଣବନ୍ଦୀ କରି ରଖିବା ଏବଂ ୫ ଘଣ୍ଟା ଧରି ଫିଲ୍ମ ଷ୍ଟାଇଲରେ  ପୁଲିସର ଜବରଦସ୍ତ ଅପରେସନ୍, ହୁଲସ୍ତୁଲ୍ କରିଦେଲା ସାରା ସହରକୁ । ହେଲେ ପଣବନ୍ଦୀ ଥିବା ବ୍ୟକ୍ତିଙ୍କୁ ଏବଂ ଅଭିଯୁକ୍ତଙ୍କୁ […]

80

80

Tapas Behera
  • Published: Tuesday, 15 June 2021
  • Updated: 16 June 2021, 07:33 PM IST

Sports

Latest News

ବଲାଙ୍ଗିର (ଓଡ଼ିଶା ରିପୋର୍ଟର) କେବେ ଘଟିନଥିବା ଘଟଣା ଘଟିଲା ବଲାଙ୍ଗିର ସହରରେ । କେବେ ଦେଖିନଥିବା ଦୃଶ୍ୟ ଦେଖିଲେ ସହରବାସୀ । ପ୍ରେମ ପାଇଁ ବିକ୍ରମ ପଣ୍ଡା ନାମକ ଜଣେ ଯୁବକର ବଦମାସି ଦୋହଲାଇ ଦେଇଛି ସମସ୍ତଙ୍କୁ । ଘରେ ପଶି ଯୁବତୀଙ୍କ ସମ୍ପର୍କୀୟଙ୍କୁ ପଣବନ୍ଦୀ କରି ରଖିବା ଏବଂ ୫ ଘଣ୍ଟା ଧରି ଫିଲ୍ମ ଷ୍ଟାଇଲରେ  ପୁଲିସର ଜବରଦସ୍ତ ଅପରେସନ୍, ହୁଲସ୍ତୁଲ୍ କରିଦେଲା ସାରା ସହରକୁ । ହେଲେ ପଣବନ୍ଦୀ ଥିବା ବ୍ୟକ୍ତିଙ୍କୁ ଏବଂ ଅଭିଯୁକ୍ତଙ୍କୁ ପୁଲିସ ଯେଭଳି ଢଙ୍ଗରେ ସୁରକ୍ଷିତ ଉଦ୍ଧାର କଲା, ତାକୁ ନେଇ ବଲାଙ୍ଗିରରେ ଜୋରଦାର ଚର୍ଚ୍ଚା । ସମ୍ପୃକ୍ତ ବନ୍ଧୁକଧାରୀ ଯୁବକର ବଦମାସି ଥରାଇଦେଲା ପରିବାରକୁ। ଦୋହଲାଇ ଦେଲା ସହରକୁ ।

ଜବରଦସ୍ତ ଅପରେସନ୍ କରି ବିକ୍ରମକୁ କାବୁ କରିଛି ପୁଲିସ।  ସମୟ ସକାଳ ପ୍ରାୟ ୯ଟା । ବଲାଙ୍ଗିର ଶାନ୍ତିପଡ଼ା ସ୍ଥିତ ସ୍ୱର୍ଗତ ମଦନମୋହନ ହୋତାଙ୍କ ଘରେ ବନ୍ଧୁକଧରି ହଠାତ୍ ପହଞ୍ଚିଯାଇଥିଲା ବିକ୍ରମ । ଘରେ ଥିଲେ ମଦନମୋହନଙ୍କ ପୁଅ ଦିବ୍ୟଲୋଚନ, ବୋହୂ ଏବଂ ନାତି । ବନ୍ଧୁକ ଦେଖାଇ ଭାଣିଜୀ କୁଆଡ଼େ ଗଲା ବୋଲି ଦିବ୍ୟଲୋଚନଙ୍କୁ ପଚାରିଥିଲା । ଭାଣିଜୀକୁ ନଡାକିଲେ ଗୁଳି କରିଦେବାକୁ ଧମକ ବି ଦେଇଥିଲା । ବିକ୍ରମର ଏଭଳି ଉଗ୍ରରୂପ ଦେଖି ଆତଙ୍କିତ ଦିବ୍ୟଲୋଚନ ଏବଂ ପରିବାର ଶେଷରେ କୌଶଳକ୍ରମେ ଅନ୍ୟ ଏକ କୋଠରୀରେ ପଶି ଲକ୍ କରିବା ସହ ପୁଲିକୁ ଖବର ଦେଇଥିଲେ । ଖବର ପାଇବା ପରେ ଏସ୍‌ଡିପିଓ ତୋଫାନ୍ ବାଗ, ଟାଉନଥାନା ଆଇଆଇସିଙ୍କ ସମେତ ଅଗ୍ନିଶମ କର୍ମଚାରୀ ପହଞ୍ଚିଥିଲେ ଘଟଣାସ୍ଥଳରେ।  ଆଉ ଘର ପଛପଟ ଝରକା ପଟୁ ସିଡି ଲଗାଇ ଏଭଳି ପଶିଥିଲେ ଏସଡିପିଓ। ତାପରେ ଅତି ଚତୁରତତାର ସହ ପ୍ରଥମେ ଦିବ୍ୟଲୋଚନ ଓ ପରେ ପତ୍ନୀ ଏବଂ ପୁଅଙ୍କୁ ଉଦ୍ଧାର କରିଥିଲେ । ଆଉ ବିକ୍ରମ କବଳରୁ ମୁକୁଳିବା ପରେ ଆତଙ୍କରାଜର ପ୍ରତିଟି ଦୃଶ୍ୟକୁ ବର୍ଣ୍ଣନା କରିଥିଲେ ଦିବ୍ୟଲୋଚନ ଓ ତାଙ୍କ ପୁଅ ।

ଦିବ୍ୟଲୋଚନଙ୍କ ପରିବାରକୁ ଉଦ୍ଧାର ପରେ ଆଉ ଏକ ଚାଲେଞ୍ଜ ଥିଲା ବିକ୍ରମକୁ କାବୁ କରିବା । କାରଣ ସେ ଅନ୍ୟ ଏକ ଘରେ ଥିଲା, ହାତରେ ବନ୍ଧୁକ ସହ ମାରଣାସ୍ତ୍ର ବି ଥିଲା । ତେଣୁ ଘଟଣାସ୍ଥଳରେ ବୁଲେଟପ୍ରୁଫ୍ ଜାକେଟ୍ ପିନ୍ଧି ପ୍ରସ୍ତୁତ ରହିଲେ ସୁରକ୍ଷାକର୍ମୀ । ଆରମ୍ଭ ହେଲା ଅପରେସନ୍ । ପ୍ରଥମେ ବିକ୍ରମ ସହ କଥା ହେବା ପାଇଁ ତାର ନିକଟତମ ବନ୍ଧୁମାନଙ୍କୁ ପଠାଇଥିଲା ପୁଲିସ। ତଥାପି ଫଳ ଶୂନ୍ । ଶେଷରେ ଏସ୍ପିଙ୍କ ନେତୃତ୍ୱରେ ଏକ ଟିମ୍ ଅତର୍କିତ ଭାବେ ଘରେ ପଶି ବିକ୍ରମକୁ କୌଶଳକ୍ରମେ କାବୁ କରିଥିଲେ । ଏହି ସମୟରେ ବିକ୍ରମ ପ୍ରାୟ ୨ ରାଉଣ୍ଡ ଗୁଳି ଫୁଟାଇଥିବା କହିଛି ପୁଲିସ।

ବଲାଙ୍ଗିର ବରପାଲି ପଡ଼ାର ବିକ୍ରମ ପ୍ୟାଲେସ ଲାଇନରେ ଏକ ଇଣ୍ଟରନେଟ୍ କାଫେ କରିଥିଲା । ପୂର୍ବରୁ ତାର ଶାନ୍ତସରଳ ଚେହେରା ଥିଲା । କିନ୍ତୁ ଗତକିଛି ଦିନ ହେବ ଦାଢ଼ି ନିଶ ବଢ଼ାଇ ରୂପଧାରଣ କରିଛି ସେ । କୁହାଯାଉଛି ପ୍ରେମ ପାଇଁ ଶାନ୍ତିପଡ଼ାରେ ବିକ୍ରମ ଭିଆଇଛି ଏଭଳି କାଣ୍ଡ । ତେବେ ବିକ୍ରମକୁ ଟାଉନ ଥାନାରେ ରଖି ବଲାଙ୍ଗିର ପୁଲିସ ଘଟଣା ପଛର ସତ ଉଗାଳୁଛି । ତେବେ ଦିବ୍ୟଲୋଚନ କହିଛନ୍ତି ଏକତରଫା ପ୍ରେମ କରି ଭାଣିଜୀକୁ ଗତ ବର୍ଷେ ଧରି ବିକ୍ରମ ହଇରାଣ କରୁଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story