Cough Syrup
ବଲାଙ୍ଗିର ସହର ଭିତରେ ଅପରାଧୀମାନଙ୍କୁ କାବୁ କରିବା ପାଇଁ ଜାରି ରହିଛି ପୁଲିସର ଅପରେସନ୍ କ୍ଲିନ୍ କ୍ରିମିନାଲ୍। ଏହା ସହିତ ନିଶା ମାଫିଆକୁ କାବୁ କରିବା ପାଇଁ ପୁଲିସ ଆରମ୍ଭ କରିଛି ମିଶନ କଫ୍ ସିରପ। ଗତ କିଛି ଦିନ ଭିତରେ ହଜାର ହଜାର ବୋତଲ କଫ୍ ସିରପ ଜବତ କରିବା ସହିତ ଅନେକ ମାଫିଆଙ୍କୁ ଗିରଫ କରି ଜେଲ ପଠାଇଛି ପୁଲିସ। ଆଜି ବଲାଙ୍ଗିର ଟାଉନ୍ ଥାନା ପୁଲିସକୁ ମିଳିଛି ଆଉ ଏକା ସଫଳତା। କଫ୍ ସିରପ ଚାଲାଣ ସମୟରେ ଦୁଇ ହଜାରରୁ ଅଧିକ କଫସିରଫ ବୋତଲ ଜବତ କରିବା ସହିତ ତିନିଜଣଙ୍କୁ ଗିରଫ କରିଛି ବଲାଙ୍ଗିର ଟାଉନ ଥାନା ପୁଲିସ।
ଆଜି କଟକରୁ ବାଲାଙ୍ଗିରକୁ କଫ୍ ସିରପ ଚାଲାଣ ହେଉଥିଲା। କୌଣସି ସୂତ୍ରରୁ ଖବର ପାଇ ପୁଲିସ୍ ବଲାଙ୍ଗିର-ଟିଟିଲାଗଡ଼ ରାସ୍ତାରେ ବିଜାଖାମନଠାରେ ଗାଡ଼ି ଯାଞ୍ଚ କରୁଥିଲା। ତେବେ ‘ଗୋପୀନାଥ’ ନାମକ ଏକ ଘରୋଇ ବସକୁ ଯାଞ୍ଚ କଲା ବେଳେ ୭ ପେଟି କଫ୍ ସିରପ ମିଳିଥିଲା। ଏହି ମାମଲାରେ ପୁଲିସ୍ କଟକ ଜିଲ୍ଲା ମଙ୍ଗଳାବାଗର ବିଶ୍ୱନାଥ ମୁଲିଆ, ଯାଜପୁର ଜିଲ୍ଲା ବଡ଼ଚଣାର ମହେଶ୍ୱର ମହାନ୍ତି ଓ କଳାହାଣ୍ଡି ଜିଲ୍ଲା ଲାଳଧର ପୁଟେଲଙ୍କୁ ଗିରଫ କରିଛି ପୁଲିସ। ସେମାନଙ୍କ ନିକଟରୁ ୨୨୪୦ ଏସକଫ କଫସିରଫ ବୋତଲ, ୪ଟି ମୋବାଇଲ ଓ ନଗଦ ୫୪୪୦ ଟଙ୍କା ଜବତ କରିଛି ପୁଲିସ।
ରିପୋର୍ଟ-ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1679662376.jpg)