Advertisment

କଫ ସିରଫ ଜବତ, ୫ ବେପାରୀ ଗିରଫ

କୌଣସି ସୂତ୍ରରୁ ଖବର ପାଇ ଖପ୍ରାଖୋଲ ଥାନା ପୁଲିସ ଅଚାନକ ଚଢ଼ଉ କରିଥିଲା। ସେମାନଙ୍କୁ ଗିରଫ କରି ସହିତ ସେମାନଙ୍କଠାରୁ ବେଆଇନ କଫ ସିରଫ ସହ ନିଶା ବଟିକା ଜବତ କରିଥିଲା। ପୁଲିସ ସେମାନଙ୍କଠାରୁ ନଗଦ ୧୪ ହଜାର ଟଙ୍କା ଓ ୨ ବାଇକ ଜବତ କରିଛି।

Balangir

Balangir

Advertisment

ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୧୦୧ ବୋତଲ ବେଆଇନ୍‌ କଫ ସିରଫ ଜବତ କରିଛି। ଏହି ମାମଲାରେ ପୁଲିସ ୫ ଜଣକୁ ଗିରଫ କରି କୋର୍ଟ ଚଲାଣ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ତୁରକେଲା ଥାନା ଅଂଚଳର ଧୂବଲେଶ୍ୱର ସାହୁ, ଲାଠୋର ଥାନା ଅଂଚଳର ଧୂବା ମେହେର, ଜଗନ୍ନାଥ ଶବର ଓ କମଳାକାନ୍ତ ଖମାରି।

Advertisment

ଏମାନେ ଦୀର୍ଘଦିନ ହେଲା ଖପ୍ରାଖୋଲ ବ୍ଲକର ବିଭିନ୍ନ ସ୍ଥାନକୁ ବେଆଇନ୍‌ ଭାବେ କଫ ସିରଫ ଯୋଗାଉଥିଲେ। କୌଣସି ସୂତ୍ରରୁ ଖବର ପାଇ ଖପ୍ରାଖୋଲ ଥାନା ପୁଲିସ ଅଚାନକ ଚଢ଼ଉ କରିଥିଲା। ସେମାନଙ୍କୁ ଗିରଫ କରି ସହିତ ସେମାନଙ୍କଠାରୁ ବେଆଇନ କଫ ସିରଫ ସହ ନିଶା ବଟିକା ଜବତ କରିଥିଲା। ପୁଲିସ ସେମାନଙ୍କଠାରୁ ନଗଦ ୧୪ ହଜାର ଟଙ୍କା ଓ ୨ ବାଇକ ଜବତ କରିଛି।

ସେହିପରି ଧଣ୍ଡାମୁଣ୍ଡା ଗାଁ ପାଖରେ ବେଆଇନ୍‌ କଫ ସିରଫ ବିକ୍ରୟ ବେଳେ ଅନିଲ ନିଆଲ ନାମକ ଜଣେ ବ୍ୟକ୍ତିକୁ ମଧ୍ୟ୍ୟ ପୁଲିସ ଗିରଫ କରିଛି। ପରେ ତାକୁ କୋର୍ଟ ଚାଲାଣ କରାଯାଇଛି। ପାଟଣାଗଡ଼ ଏସ୍‌ଡିପିଓ ଜ୍ୟୋତିମୟ ଭୁକ୍ତା ଏନେଇ ସୂଚନା ଦେଇଛନ୍ତି।

Advertisment

ରିପୋର୍ଟ- ପାଟଣାଗଡ଼ରୁ କରୁଣାକର ବୁଡେକ

Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe