Advertisment

ଓକିଲଙ୍କ ଭଡାଘରେ ଗଞ୍ଜେଇ କାରବାର; ୩ ଗିରଫ, ମାଷ୍ଟର ମାଇଣ୍ଡ ଚମ୍ପଟ

ଗଞ୍ଜେଇ କାରବାର ନେଇ ବିଶେଷ ସୂତ୍ରରୁ ଖବର ପାଇ ଏସ୍‌ପିଙ୍କ ନିର୍ଦ୍ଦେଶରେ ମାଜିଷ୍ଟେଟଙ୍କ ସହିତ ଭଡଘରେ ଚଢ଼ଉ କରିଥିଲେ ବଲାଙ୍ଗିର ଏସ୍‌ଡିପିଓ ତୋଫାନ ବାଗ। ଗଞ୍ଜେଇ ଚାଲାଣ ପାଇଁ ପେକିଙ୍ଗ ଚାଲିଥିବା ବେଳେ ମାଡି ବସିଥିଲା ପୁଲିସ।

author-image
Manoranjan Sial
ଅଦ୍ୟତନ ହୋଇଛି
Balangir

Balangir

ସହର ଭିତରେ ଗଞ୍ଜେଇ କାରବାର। ଭଡା ଘର ପାଲଟିଥିଲା ଗଞ୍ଜେଇ ହବ୍‌। ଜଣେ ଓକିଲଙ୍କ ଘରକୁ ଭଡାରେ ନେଇ ଗଞ୍ଜେଇ କାରବାର କରୁଥିଲେ ମାଫିଆ। ଖବର ପାଇ ମାଡି ବସିଲା ପୁଲିସ। ଏବେ ପୁଲିସ ସ୍କାନରରେ ମାଷ୍ଟରମାଇଣ୍ଡ। ବଲାଙ୍ଗିର ସହର ପ୍ୟାଲେସଲାଇନ୍‌ ପଡ଼ାରେ ଚାଲିଥିଲା ଏହି କାରବାର।

Advertisment

ଗଞ୍ଜେଇ କାରବାର ନେଇ ବିଶେଷ ସୂତ୍ରରୁ ଖବର ପାଇ ଏସ୍‌ପିଙ୍କ ନିର୍ଦ୍ଦେଶରେ ମାଜିଷ୍ଟେଟଙ୍କ ସହିତ ଭଡଘରେ ଚଢ଼ଉ କରିଥିଲେ ବଲାଙ୍ଗିର ଏସ୍‌ଡିପିଓ ତୋଫାନ ବାଗ। ଗଞ୍ଜେଇ ଚାଲାଣ ପାଇଁ ପେକିଙ୍ଗ ଚାଲିଥିବା ବେଳେ ମାଡି ବସିଥିଲା ପୁଲିସ। ତିନିଜଣ ମାଫିଆଙ୍କୁ କାବୁ କରିଥିଲା। ଏଥିସହିତ ଭଡା ଘର ଭିତରୁ ଏକ କିଲୋ ଓଜନର ୯୨ ପ୍ୟାକେଟ ଗଞ୍ଜେଇ ଜବତ କରିଥିଲା ପୁଲିସ। ୯୨ କିଲୋ ଓଜନ ଗଂଜେଇର ମୂଲ୍ୟ ପାଖାପାଖି ୭ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ଅନୁମାନ କରୁଛି।

ଗିରଫ ତିନି ଜଣ ମାଫିଆ ହେଉଛନ୍ତି ଜୟପୁରର ସଂଜୀବ ପଣ୍ଡା, ମୂରିବାହାଲର ପ୍ରମୋଦ ନାଗ ଓ ମହିମୁଣ୍ଡାର ଅଭିଳାଷ ବେହେରା। ଗତ ମାସ ୧୩ ତାରିଖରେ ଜୟପୁରର ସଂଜୀବ ପଣ୍ଡା ବଲାଙ୍ଗିରର ଓକିଲ ଏସ. ଶ୍ରୀନିବାସ ରାଓଙ୍କୁ ଘର ଭଡାରେ ନେଇଥିଲା। ସେତେବେଳେ ସେ ମାରୁତି ସୋ ରୁମ୍‌ରେ କାମ କରୁଥିବା କହିଥିଲା। କିନ୍ତୁ ସେହି ଘରେ ସଂଜୀବ ପଣ୍ଡା ଆରମ୍ଭ କରିଥିଲା କଳା କାରନାମା। କୋରାପୁଟରୁ ବସ୍ତା ବସ୍ତା ଗଞ୍ଜେଇ ଆଣି ତାକୁ ପେକିଙ୍ଗ କରୁଥିଲା।

Advertisment

ଛୋଟ ଛୋଟ ପ୍ୟାକେଟ କାରି ବିଭିନ୍ନ ଜିଲ୍ଲାକୁ ପଠାଯାଉଥିଲା। ପୂରା କାରବାରର ମାଷ୍ଟରମାଇଣ୍ଡ ବଲାଙ୍ଗିର ସହରର ବେଆଇନ୍‌ ମଦ ବେପାରୀ ବିଦେଶୀ ପଟ୍ଟନାୟକ ବୋଲି ଜଣାପଡିଛି। ପୁଲିସକୁ ଚକମା ଦେଇ ଫେରାର ମାରିଛି ବିଦେଶୀ। ଏବେ ବିଦେଶୀକୁ ଖୋଜୁଛି ପୁଲିସ। କିନ୍ତୁ ସହର ଭିତରେ ଏପରି ଗଂଜେଇ ହବ କରିଥିବା ଗଂଜେଇ ମାଫିଆଙ୍କ ସାହସ ମାନିବାକୁ ପଡିବ ବୋଲି ସାଧାରଣରେ ଚର୍ଚ୍ଚା।

ରିପୋର୍ଟ-ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Balangir