Advertisment

ଫାର୍ମ ହାଉସ୍‌ରେ ଛିଡ଼ା ହୋଇଥିଲା ଇନୋଭା, ତା’ ଭିତରୁ ମିଳିଲା ଗଞ୍ଜେଇ

ପୁଲିସ୍‌ ଇନୋଭା ଗାଡିକୁ ଜବତ କରିବା ସହିତ ଗଞ୍ଜେଇ ଓଜନ କରିଥିଲା। ସେଥିରୁ ୨୮ କେଜି ଗଞ୍ଜେଇ ଜବତ କରିଥିଲା ପୁଲିସ୍‌। ଇନୋଭା ଗାଡିଟି ଭୁବନେଶ୍ୱରର ଜଣେ ବ୍ୟକ୍ତିଙ୍କର ବୋଲି ଜଣାପଡିଛି।

ଅଦ୍ୟତନ ହୋଇଛି
Balangir

Balangir

Advertisment

ଇନୋଭାର ପଛପଟେ ସ୍ୱତନ୍ତ୍ର ଚ୍ୟାମ୍ବର। ଆଉ ଚ୍ୟାମ୍ବର ଭିତରେ ଭର୍ତ୍ତି ହୋଇଛି ପୁଳା ପୁଳା ଗଞ୍ଜେଇ। ସାଉଥ୍‌ ସୁପରହିଟ୍‌ ଫିଲ୍ମ ‘ପୁଷ୍ପା’ ଷ୍ଟାଇଲ୍‌ରେ ଗଞ୍ଜେଇ ଚାଲାଣ ହେଉଥିଲା। ତଥାପି ଜାଣିପାରିଲା ପୁଲିସ୍‌। ଆଉ ମାଡି ବସିଲା। ଏମିତି ଏକ ରୋଚକ ଘଟଣା ବଲାଙ୍ଗିର ଜିଲ୍ଲାରେ ଦେଖିବାକୁ ମିଳିଛି।

Advertisment

ଗଞ୍ଜେଇ କାରବାର ଅଭିଯୋଗରେ ରତ୍ନପୁର ଗାଁର ଢ଼ାବା ମାଲିକ ଜାଗା ଡଲେଇର ଫାର୍ମ ହାଉସ୍‌କୁ ଶନିବାର ବିଳମ୍ୱିତ ରାତି ସିଲ୍‌ କରିଥିଲା ଦେଓଗାଁ ଥାନା ପୁଲିସ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଆଜି ପୁଲିସ ଉକ୍ତ ଫାର୍ମ ହାଉସ୍‌ ସିଲ ଖୋଲିଥିଲା। ଯାଞ୍ଚ ବେଳେ ଫାର୍ମହାସ୍‌ ଭିତରେ ଏକ ଇନୋଭା କାରକୁ ଦେଖିବାକୁ ପାଇଥିଲା। ପରେ ପୁଲିସ୍‌ ଉକ୍ତ କାର୍‌କୁ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଇନୋଭା କାର୍‌ ପଛପାର୍ଶ୍ୱ ସିଟ୍‌ ତଳେ ହୋଇଥିବା ଏକ ସ୍ୱତନ୍ତ୍ର ଚ୍ୟାମ୍ବରରେ ପୁଳା ପୁଳା ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲା।

ପୁଲିସ୍‌ ଇନୋଭା ଗାଡିକୁ ଜବତ କରିବା ସହିତ ଗଞ୍ଜେଇ ଓଜନ କରିଥିଲା। ସେଥିରୁ ୨୮ କେଜି ଗଞ୍ଜେଇ ଜବତ କରିଥିଲା ପୁଲିସ୍‌। ଇନୋଭା ଗାଡିଟି ଭୁବନେଶ୍ୱରର ଜଣେ ବ୍ୟକ୍ତିଙ୍କର ବୋଲି ଜଣାପଡିଛି। ତେଣୁ ପୁଲିସ ଇନୋଭା ମାଲିକ ଓ ଢ଼ାବା ମାଲିକକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି। ସେପଟେ ଫାର୍ମ ହାଉସ୍‌ ଭିତରେ ଏକ ବଡ଼ ପେଟ୍ରୋଲ ଟ୍ୟାଙ୍କର ରଖାଯାଇଥିଲା। ଉକ୍ତ ଟ୍ୟାଙ୍କରରେ ବେଆଇନ୍‌ ଭାବେ ଡିଜେଲ କିରାସିନି ରଖି ବେପାର କରାଯାଉଥିବା ସନ୍ଦେହ କରାଯାଉଛି।

Advertisment

ତେବେ ଦେଇଗାଁ ଥାନା ପୁଲିସର କହିବ କଥା, ଗତବର୍ଷ ଉକ୍ତ ଟ୍ୟାଙ୍କରରେ ବେଆଇନ୍‌ ଡିଜେଲ ଓ କିରାସିନି କାରବାର ହେଉଥିବା ଅଭିଯୋଗରେ ଅଜୟ ସିଂକୁ ଗିରଫ କରାଯାଇଥିଲା। ଏବେ କିନ୍ତୁ ସେହି ଟ୍ୟାଙ୍କର ନିକଟରେ ଛିଡ଼ା ହୋଇଥିବା ଇନୋଭାରୁ ଗଞ୍ଜେଇ ଜବତ ହୋଇଛି। ତେଣୁ ଢ଼ାବା ମାଲିକ ଗଞ୍ଜେଇ ସହ ବେଆଇନ ତେଲ କାରବାର କରୁଥିବା ସନ୍ଦେହ କରାଯାଉଛି। ସେପଟେ ଫାର୍ମ ହାଉସ୍‌ ବେଆନ ଭାବରେ ନିର୍ମାଣ ହୋଇଥିଲେ, ଭଙ୍ଗା ଯିବ ବୋଲି କହିଛନ୍ତି ଦେଓଗାଁ ତହସିଲଦାର।

ରିପୋର୍ଟ-ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Balangir Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe