Advertisment

କୁଆଡ଼େ ଗଲେ ମୌସୁମୀ? ଶେଷ ଲୋକେଶନ୍‌ ଥିଲା ରାୟଗଡ଼ା!

ମୌସୁମୀଙ୍କ ମୋବାଇଲ୍‌ର ଶେଷ ଲୋକେଶନ୍‌ ଥିଲା ରାୟଗଡ଼ା! ତେବେ ଏଠି ପ୍ରଶ୍ନ ଉଠୁଛି, ବଲାଙ୍ଗିର ଜିଲ୍ଲା ଭାଲୁମୁଣ୍ଡା କଲେଜର କିରାଣୀ ଭାବେ ଚାକିରି କରୁଥିବା ମୌସୁମୀ ଗଲେ କୁଆଡେ?

Mousim

Mousim

Advertisment

ବିବାହ ଉତ୍ସବରେ ସାମିଲ ହେବା ପାଇଁ ଦୁଇ ଦିନ ତଳେ ଘରୁ ବାହାରିଥିଲେ ମୌସୁମୀ କୁମ୍ଭାର। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳୁନି। ଏନେଇ ପରିବାର ଲୋକେ ଅଭିଯୋଗ କରିବା ପରେ ତନାଘନା କରୁଛି ପୁଲିସ୍‌। ସେପଟେ ମିଳିଥିବା ସୂଚନା ଅନୁସାରେ ମୌସୁମୀଙ୍କ ମୋବାଇଲ୍‌ର ଶେଷ ଲୋକେଶନ୍‌ ଥିଲା ରାୟଗଡ଼ା! ତେବେ ଏଠି ପ୍ରଶ୍ନ ଉଠୁଛି, ବଲାଙ୍ଗିର ଜିଲ୍ଲା ଭାଲୁମୁଣ୍ଡା କଲେଜର କିରାଣୀ ଭାବେ ଚାକିରି କରୁଥିବା ମୌସୁମୀ ଗଲେ କୁଆଡେ?

Advertisment

ବଙ୍ଗୋମୁଣ୍ଡା ଗାଁ ଆମ୍ବେଦକର ନଗର ପଡ଼ାର ମୌସୁମୀ କୁମ୍ଭାର ଭାଲୁମୁଣ୍ଡା କଲେଜରେ କିରାଣୀ ଭାବେ ଚାକିରି କରୁଥିଲେ। ଗତ ୨୯ ତାରିଖ ସାକାଳେ ସେ ବିବାହ କାର୍ଯ୍ୟରେ ଯୋଗଦେବାକୁ କହି ଘରୁ ବାହାରିଥିଲେ। ଘରୁ ବାହାରି ସେ ବସ୍‌ ଷ୍ଟାଣ୍ଡରେ କିଛି ସମୟ ଛିଡ଼ା ହୋଇଥିଲେ। ତା’ପରେ ଭଡ଼ା ଅଟୋରେ କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ଅଭିମୁଖେ ଯାଇଥିଲେ। ହେଲେ ସନ୍ଧ୍ୟାରେ ସେ ଘରକୁ ଫେରିନଥିଲେ। ପରେ ପରିବାର ଲୋକେ ତାଙ୍କ ମୋବାଇଲ୍‌କୁ କଲ୍‌ କରିଥିଲେ। ମାତ୍ର ତାଙ୍କ ଫୋନ୍‌ ବନ୍ଦ ରହିଥିଲା। ମୌସୁମୀଙ୍କୁ ତାଙ୍କ ପରିବାର ଲୋକେ ବହୁତ ଖୋଜା ଖୋଜି କରିଥିଲେ। ମାତ୍ର ତାଙ୍କର କୌଣସି ପତ୍ତା ପାଇନଥିଲେ।

ଗତ ୩୦ ତାରିଖରେ ଏନେଇ ମୌସୁମୀଙ୍କ ମାଆ ସବିତା ଦାସ କୁମ୍ଭାର ବଙ୍ଗୋମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍‌ ମିଶିଂ ମାମଲା ରୁଜୁ କରି ତଦନ୍ତ କରୁଛି। ପୁଲିସର ତଦନ୍ତ ବେଳେ ମୌସୁମୀଙ୍କ ମୋବାଇଲ୍‌ ଲୋକେଶନ ରାୟଗଡା ଜିଲ୍ଲା ଅମ୍ମାଦୁଲ୍ଲାରେ ଦେଖିବାକୁ ମିଳିଥିଲା। ତା’ପରଠାରୁ ତାଙ୍କ ମୋବାଇଲ୍‌ ବନ୍ଦ ରହିଥିଲା। ପୁଲିସ୍‌ର ତଦନ୍ତ ବର୍ତ୍ତମାନ ସେତିକି ପର୍ଯ୍ୟନ୍ତ ଯାଇଛି। ସେପଟେ ମୌସୁମୀଙ୍କ ପତ୍ତା ମିଳୁନଥିବାରୁ ଚିନ୍ତାରେ ପରିବାର ଲୋକେ।

Advertisment

ରିପୋର୍ଟ-କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀ

Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe