Accident
ପାଟଣାଗଡ଼ (କରୁଣାକର ବୁଡେକ): ରାସ୍ତାରେ ଛିଡା ହୋଇଥିବା ଏକ ଡମ୍ଫର ପଛପଟେ ପିଟି ହେଲା ବାଇକ୍। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଏପରି ମର୍ମନ୍ତୁଦ ଦୁର୍ଘଟଣା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ୪୨ ନମ୍ବର ରାଜ୍ୟ ରାଜପଥର ବଥର୍ଲା ଛକ ନିକଟରେ ଘଟିଛି। ମୃତକ ହେଲେ ଟିକପାଲିର ଗାଁର ଚୈତନ୍ୟ ବାରଲେଣ୍ଡିଆ । ଏହି ଦୁର୍ଘଟଣାରେ ଭାଟିଶାଳପଡାର ଗୁରୁବାରୁ ଠେଲା ଓ କାଦେପଡାର ତପନ ଷାଣ୍ଡ ଗୁରୁତର ଆହତ ହୋଇଛନ୍ତି। ।
ଗତକାଲି ବିଳମ୍ବିତ ରାତିରେ ଏକ ବାଇକ୍ରେ ଚୈତନ୍ୟ, ଗୁରୁବାରୁ ଓ ତପନ ଯୁଗିମୁଣ୍ଡାରୁ ପାଟଣାଗଡ଼ ଯାଉଥିଲେ। ମାତ୍ର ବଥର୍ଲା ଛକ ନିକଟରେ ଛିଡା ହୋଇଥିବା ଏକ ଡମ୍ଫର ପଛରେ ବାଇକଟି ଜୋରରେ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ହିଁ ଚାଳକ ଚୈତନ୍ୟଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁବାରୁ ଓ ତପନ ଗୁରୁତର ଆହତ ହୋଇଥିଲେ।
ସ୍ଥାନୀୟ ଲୋକେ ୩ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିବା ବେଳେ ସେଠାରେ ଡାକ୍ତର ଚୈତନ୍ୟଙ୍କୁ ମୃତ ଘୋଷଣା କରିଥିଲେ। ଅବସ୍ଥା ଗୁରୁତର ହେବାରୁ ଗୁରୁବାରୁ ଓ ତପନଙ୍କୁ ବଲାଙ୍ଗିର ଭୀମଭୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/03/accidbe.jpg)