Advertisment

ବିବାହ ଭୋଜିକୁ ଯିବା ବେଳେ ଦୁର୍ଘଟଣା, ପିଟାପିଟି ହେଲେ ୨ ବାଇକ୍‌

ଗତକାଲି ରାତିରେ ରାଜେଶ ଏବଂ ଗୋବିନ୍ଦ ନିଜ ବାଇକ୍‌ରେ ବେଲପଡା ଥାନା ତେନ୍ତୁଳିମୁଣ୍ଡା ଗାଁକୁ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଉଥିଲେ। ମାତ୍ର ଅପର ପାର୍ଶ୍ୱରୁ ଆସୁଥୁବା ଅନ୍ୟ ଏକ ବାଇକ୍‌ ସହ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା।

Accident

Accident

Advertisment

ଧୁମଧାମରେ ହୋଲି ଖେଳି ସାରିବା ପରେ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଉଥିଲେ ୨ ସାଙ୍ଗ । ମାତ୍ର ବିବାହ ସ୍ଥଳରେ ପହଞ୍ଚିବା ପୂର୍ବରୁ ଘଟିଲା ଦୁର୍ଘଟଣା। ଅନ୍ୟ ଏକ ବାଇକ୍‌ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ସାଙ୍ଗଙ୍କ ସମେତ ୪ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି। ଏପରି ଏକ ଦୁର୍ଘଟଣା ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଘୁମପାଲି ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଘଟିଛି।

Advertisment

ସମସ୍ତଙ୍କୁ ପାଟଣାଗଡ଼ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିବା ବେଳେ ସେଥି ମଧ୍ୟରୁ ୩ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଗୁରୁତରମାନେ ହେଲେ ଧୁବଳପଡା ଗାଁର ଗର୍ଜନ ଗାଁର ରାଜେଶ ଶବର ଓ ଗୋବିନ୍ଦ ବରିହା । ଅନ୍ୟ ଦୁଇ ବାଇକ ଆରୋହୀ ହେଲେ ଉକ୍ତ ଗାଁର ସଢୁ ଶବର ଓ ତାଙ୍କ ସାଥୀ ।

ଗତକାଲି ରାତିରେ ରାଜେଶ ଏବଂ ଗୋବିନ୍ଦ ନିଜ ବାଇକ୍‌ରେ ବେଲପଡା ଥାନା ତେନ୍ତୁଳିମୁଣ୍ଡା ଗାଁକୁ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଉଥିଲେ। ମାତ୍ର ଅପର ପାର୍ଶ୍ୱରୁ ଆସୁଥୁବା ଅନ୍ୟ ଏକ ବାଇକ୍‌ ସହ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୪ଜଣ ଛିଟିକି ପଡ଼ିଥିଲେ।

Advertisment

ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରିଯାଇଛି। ଘଟଣା ସ୍ଥଳରେ ପାଟଣାଗଡ଼ ପୁଲିସ ପହଞ୍ଚି ତଦନ୍ତ କରିଛି। 

Road Accident Accident Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe