Advertisment

୪୪ ହଜାର ଟଙ୍କାରେ ସରପଞ୍ଚ ପଦ ଘଟଣାର ତଦନ୍ତ ଆରମ୍ଭ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ବିଲେଇସର୍ଡା ଗାଁରେ ୪୪ ହଜାର ଟଙ୍କାରେ ସରପଂଚ ପଦ ନିଲାମୀ ଘଟଣାର ଆରମ୍ଭ ହୋଇଛି ପ୍ରଶାସନିକ ତଦନ୍ତ। ଆଜି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏଡିଏମ ମହେନ୍ଦ୍ର ମହାପାତ୍ର ଏବଂ ପୁଇଁନ୍ତଲା ବିଡିଓ ଯୁଧିଷ୍ଠିର ନାଏକ, ବିଲେଇସର୍ଡା ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ପଂଚାୟତ କାର୍ଯ୍ୟାଳୟରେ ଗାଁ ଲୋକଙ୍କୁ ଡାକି ଜଣ ଜଣ କରି ସମସ୍ତଙ୍କୁ ପଚରା ଉଚୁରା କରୁଛନ୍ତି। ଗତକାଲି ୪୪ ହଜାର ଟଙ୍କାରେ ସରପଞ୍ଚ ନିଲାମୀ ଘଟଣାକୁ ନେଇ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
୪୪ ହଜାର ଟଙ୍କାରେ ସରପଞ୍ଚ ପଦ ଘଟଣାର ତଦନ୍ତ ଆରମ୍ଭ

bileisarda

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ବିଲେଇସର୍ଡା ଗାଁରେ ୪୪ ହଜାର ଟଙ୍କାରେ ସରପଂଚ ପଦ ନିଲାମୀ ଘଟଣାର ଆରମ୍ଭ ହୋଇଛି ପ୍ରଶାସନିକ ତଦନ୍ତ। ଆଜି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏଡିଏମ ମହେନ୍ଦ୍ର ମହାପାତ୍ର ଏବଂ ପୁଇଁନ୍ତଲା ବିଡିଓ ଯୁଧିଷ୍ଠିର ନାଏକ, ବିଲେଇସର୍ଡା ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି।

Advertisment

ପଂଚାୟତ କାର୍ଯ୍ୟାଳୟରେ ଗାଁ ଲୋକଙ୍କୁ ଡାକି ଜଣ ଜଣ କରି ସମସ୍ତଙ୍କୁ ପଚରା ଉଚୁରା କରୁଛନ୍ତି। ଗତକାଲି ୪୪ ହଜାର ଟଙ୍କାରେ ସରପଞ୍ଚ ନିଲାମୀ ଘଟଣାକୁ ନେଇ ଖବର ପ୍ରସାରଣ ହେବା ପରେ ନିର୍ବାଚନ କମିଶନ ଜିଲ୍ଲାପାଳଙ୍କୁ ତଦନ୍ତ କରି ଆଜି ରିପୋର୍ଟ ପ୍ରଦାନ କରିବା ପାଇଁ କହିଥିଲେ। ଯାହା ଫଳରେ ଆଜି ପ୍ରଶାସନିକ ତଦନ୍ତ ଆରମ୍ଭ ହୋଇଛି।

ସରପଞ୍ଚ ପଦ ପାଇଁ ୪୪ ହଜାର ଟଙ୍କା ଦେଇଥିବା ସୁଶାନ୍ତ ଛତ୍ରିଆଙ୍କୁ ପ୍ରଥମେ ପଚରାଉଚରା କରାଯାଇଥିଲା। ଯାହା ପରେ ଗାଁର କିଛି ମୁରବୀଙ୍କୁ ମଧ୍ୟ ଏ ସମ୍ବନ୍ଧରେ ପଚରାଉଚରା ହୋଇଥିଲା। ଏଡିଏମ୍ ଓ ବିଡିଓ ପୂରା ତଦନ୍ତ କରିବା ପରେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବେ। ଏହା ପରେ ଜିଲ୍ଲାପାଳ ରିପୋର୍ଟକୁ ନିର୍ବାଚନ କମିଶନଙ୍କ ନିକଟକୁ ପଠାଇବେ। ଆଉ ନିର୍ବାଚନ କମିଶନ ଏ ନେଇ କ’ଣ ପଦକ୍ଷେପ ନେବେ, ତାହା ପରବର୍ତ୍ତୀ ସମୟରେ ଜଣାପଡ଼ିବ।

Advertisment

ସୂଚନାଯୋଗ୍ୟ, ବିଲେଇସର୍ଡା ଗାଁ’ର ପଞ୍ଚାୟତ ନିର୍ବାଚନ ପାଇଁ ହୋଇଥିବା ବୈଠକରେ ସୁଶାନ୍ତ ଛତ୍ରିଆଙ୍କୁ ନିର୍ଦ୍ୱନ୍ଦ୍ୱରେ ସରପଞ୍ଚ ପ୍ରାର୍ଥୀ ଭାବେ ମନୋନୀତ କରାଯାଇଥିଲା। ସରପଞ୍ଚ ପ୍ରାର୍ଥୀ ଭାବେ ମନୋନୀତ ହେବା ପରେ ସୁଶାନ୍ତ ମନ୍ଦିର ପାଇଁ ୪୪ ହଜାର ଟଙ୍କା ଦାନ କରିବାକୁ ରାଜି ହୋଇଥିଲେ। ଆଉ ୪୪ ହଜାର ଟଙ୍କା ଦେବାର ପ୍ରତିଶ୍ରୁତି ଦେବା ପରେ ସୁଶାନ୍ତଙ୍କୁ ସରପଞ୍ଚ ପାଇଁ ମନୋନୀତ କରିଥିଲେ ପଞ୍ଚାୟତବାସୀ। ତେବେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏପରି ଘଟଣା ପ୍ରସାରିତ ହେବା ପରେ ଚାରିଆଡ଼େ ଏହାକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା।