/odisha-reporter/media/post_attachments/uploads/2021/05/nbv-11.jpg)
nbv-11
ବଲାଙ୍ଗିର(ଓଡ଼ିଶା ରିପୋର୍ଟର):ନିୟମ ରହିଛି କୌଣସି ସରକାରୀ କାମର ଫଳକରେ ଦଳୀୟ ଚିହ୍ନ ଦିଆଯାଇପାରିବ ନାହିଁ । କିନ୍ତୁ ବେଳପଡା ବ୍ଲକ ଧୁମାଭଟା ପଂଚାୟତରେ ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରିଛି ଶାସକ ଦଳ ବିଜେଡି । ଧୁମାଭଟା ପଂଚାୟତର ଜଲିଆ ଗାଁର ଜଗନ୍ନାଟ ମନ୍ଦିର ନିକଟରେ ତିନି ଲକ୍ଷ ଟଙ୍କା ବ୍ୟୟରେ କମ୍ୟୁନିଟି ସେଣ୍ଟର ନିର୍ମାଣ କରାଯାଉଛି । ଡିଆରଡିଏ ଦ୍ୱାରା ନିର୍ମାଣ କରାଯାଉଥିବା ସରକାରୀ କାମର ଫଳକରେ କିନ୍ତୁ ଦଳୀୟ ବିଜେଡିର ଶଙ୍ଖ ଚିହ୍ନ ରହିଛି ।
ଏପରିକି ବିଜେଡି ମଧ୍ୟ ଲେଖାଯାଇଛି। କେବଳ ଜଲିଆ ନୁହଁ ଧୁମାଭଟା ପଂଚାୟତର ଡାହିମାଲ ଗାଁରେ ସରକାରୀ ଅନୁଦାନରେ ନିର୍ମାଣ କରାଯାଇଥିବା ଗ୍ରାମପତୀ ଠାକୁରାଣୀ ମନ୍ଦିରର କମ୍ୟୁନିଟି ସେଣ୍ଟରରେ ମଧ୍ୟ ଦଳୀୟ ବିଜେଡି ଚିହ୍ନ ଏବଂ ବିଜେଡି ଲେଖାଯାଇଛି । ସରକାରୀ ଅନୁଦାନରେ ବିଜେଡି ଠିକାଦାର ମାନେ ନିଜ ଦଳର ପ୍ରଚାର ପାଇଁ ଏପରି କରୁଥିବା ସନ୍ଦେହ କରୁଛନ୍ତି ସ୍ଥାନୀୟ ଲୋକେ ।
ଶୀଘ୍ର ସରକାରୀ କାମର ନାମଫଳକରୁ ଦଳୀୟ ଚିହ୍ନ ହଟାଇବା ପାଇଁ ବେଳପଡା ବ୍ଲକ ପ୍ରଶାସନକୁ ଅନୁରୋଧ କରିଛନ୍ତି ସ୍ଥାନୀୟ ସମାଜସେବୀ ଅଚ୍ୟୁତ ସିପୁନ ଖମାରୀ । ସେ କହିଛନ୍ତି ସରକାରୀ ପ୍ରକଳ୍ପରେ ଦଳୀୟ ଚିତ୍ର ରହିବା ଗଣତନ୍ତ୍ର ପ୍ରତି ଅଶୋଭନୀୟ। ତେବେ ଏନେଇ ବେଳପଡା ବିଡିଓଙ୍କ ମତାମତ ମିଳିପାରିନାହିଁ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
