Advertisment

ସିଏସଓ ଅଫିସ ଘେରିଲା ବିଜେପି

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ମଣ୍ଡି ସମସ୍ୟାର ସମାଧାନ ଦାବିରେ ବଲାଙ୍ଗିର ସିଏସଓ ଅଫିସରେ ଜୋରଦାର ଆନ୍ଦୋଳନ କରିଛି ବଲାଙ୍ଗିର ବିଜେପି। ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂଦେଓଙ୍କ ନେତୃତ୍ୱରେ ବିଜେପି ନେତା ଓ ଚାଷୀ ମାନେ ସିଏସଓ ଅଫିସ ସମ୍ମୁଖରେ ଧାରଣା ଦେବା ସହିତ ଜୋରଦାର ହୋହଲ୍ଲା କରିଛି । ଆଜି ରାଜ୍ୟପାଳଙ୍କ ଉଦେଶ୍ୟରେ ୫ ଦଫା ଦାବିପତ୍ର ସିଏସଓଙ୍କୁ ପ୍ରଦାନ କରିବା ପାଇଁ ବିଜେପି ନେତା ଓ କର୍ମୀ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ […]

author-image
Ranjit Kumar Jena
ସିଏସଓ ଅଫିସ ଘେରିଲା ବିଜେପି

bjp

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ମଣ୍ଡି ସମସ୍ୟାର ସମାଧାନ ଦାବିରେ ବଲାଙ୍ଗିର ସିଏସଓ ଅଫିସରେ ଜୋରଦାର ଆନ୍ଦୋଳନ କରିଛି ବଲାଙ୍ଗିର ବିଜେପି। ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂଦେଓଙ୍କ ନେତୃତ୍ୱରେ ବିଜେପି ନେତା ଓ ଚାଷୀ ମାନେ ସିଏସଓ ଅଫିସ ସମ୍ମୁଖରେ ଧାରଣା ଦେବା ସହିତ ଜୋରଦାର ହୋହଲ୍ଲା କରିଛି ।

Advertisment

ଆଜି ରାଜ୍ୟପାଳଙ୍କ ଉଦେଶ୍ୟରେ ୫ ଦଫା ଦାବିପତ୍ର ସିଏସଓଙ୍କୁ ପ୍ରଦାନ କରିବା ପାଇଁ ବିଜେପି ନେତା ଓ କର୍ମୀ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଚିଂଥିଲେ। ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ମଧ୍ୟ ସିଏସଓ ଆସିନଥିଲେ। ଯାହା ଫଳରେ ଅନ୍ଦୋଳନକାରୀ ମାନେ ଧାରଣାରେ ବସିବା ସହିତ ହୋହାଲ୍ଲା କରିଥିଲେ। ପରେ ସିଏସଓ ଧାରଣା ସ୍ଥଳରେ ପହଞ୍ଚିବା ପରେ ତାଙ୍କୁ ଘେରାଉ କରିଥିଲେ ଆନ୍ଦୋଳନକାରୀ। ଯାହା ଫଳରେ ସିଏସଓ ମଧ୍ୟ ଚଟାଣରେ ଧାରଣା ସ୍ଥଳରେ ବସିଥିଲେ।

ପରେ ଦାବି ପତ୍ର ଦେଇ ଧାରଣାରୁ ଉଠିଥିଲେ ଆନ୍ଦୋଳନକାରୀ। ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଥିବା ସମସ୍ତ ଚାଷୀଙ୍କ ଧାନ ରାଜ୍ୟ ସରକାର ତୁରନ୍ତ କିଣିବା, ଟୋକନ ଲାପ୍ସ ହୋଇଥିବା ଚାଷୀଙ୍କ ଧାନ କିଣିବା, ମିଲର୍ସ ରାଜୁତି ଏବଂ କଟନୀ ଛଟନୀ ବନ୍ଦ କରିବା ପାଇଁ ଦାବି କରିଛି ବିଜେପି। ଏହା ସହିତ ମଣ୍ଡିର ସମସ୍ୟା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ବିଜେପି ନେତା। ସେପଟେ ସମସ୍ୟା ସଂର୍ପକରେ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଛି ବୋଲି ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି।

Advertisment

ସୂଚନାଯୋଗ୍ୟ, ଗୁରୁବାର ସମସ୍ତ ପଞ୍ଜିକୃତ ଚାଷୀଙ୍କଠୁ ଧାନ କିଣିବା ଦାବିରେ ବିଜେପି ପକ୍ଷରୁ ରାଜ୍ୟବ୍ୟାପୀ ପ୍ରତିବାଦ ସହ ଯୋଗାଣ ନିଗମ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇ ଥିବାବେଳେ ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏଥିରେ ହସ୍ତକ୍ଷେପ ଦାବି କରିଥିଲାେ ।

ଆସନ୍ତା ୧୫ଦିନ ପର୍ଯ୍ୟନ୍ତ ଧାନ ମଣ୍ଡି ଖୋଲିବା ପାଇଁ ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ବିଜେପି ବିଧାୟକମାନେ ଅଭିଯୋଗ କରିଛନ୍ତି ଯେ, ରାଜ୍ୟରେ ରବି ଫସଲ ଧାନ କିଣା ଅତ୍ୟନ୍ତ ଅବ୍ୟବସ୍ଥିତ ହୋଇଛି। ଗତ ଖରିଫ ଫସଲ ସିଜନ ସମୟରୁ ସରକାରଙ୍କ ପରିଚାଳନାଗତ ଭୁଲ୍ ଯୋଗୁଁ ବିଭିନ୍ନ ସମସ୍ୟା ଦେଖାଦେଇଥିଲା।