Advertisment

ଶ୍ୱଶୁର ଘର ଗାଁ ପାଖ ଜଙ୍ଗଲରୁ ମିଳିଲା ଜ୍ୱାଇଁର ମୃତଦେହ

ଆଜି ସକାଳେ ସାଲେଭଟା ଗାଁ ନିକଟରେ ଥିବା ଜଙ୍ଗଲରୁ ନବଙ୍କ ଝୁଲନ୍ତା ମୃତଦେହ ସ୍ଥାନୀୟ ଲୋକେ ଦେଖିଥିଲେ।

ଅଦ୍ୟତନ ହୋଇଛି
Kantabanji

Kantabanji

Advertisment

ଶ୍ୱଶୁର ଘର ଗାଁ ପାଖ ଜଙ୍ଗଲରୁ ଉଦ୍ଧାର ହୋଇଛି ଜ୍ୱାଇଁର ଝୁଲନ୍ତା ମୃତଦେହ। ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ଯମୁନାବାହାଲ ଗାଁରେ ଏହି ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ମୁରିବାହାଲ ଥାନା ସାଲେଭଟା ଗାଁ ର ନବ ଭୋଇ l

Advertisment

ନବ ବାହାର ରାଜ୍ୟରେ ଦାଦନ ଖଟନ୍ତି। ପୂରା ପରିବାର ମଧ୍ୟ ତାଙ୍କ ସାଙ୍ଗରେ ବାହାର ରାଜ୍ୟରେ ରୁହନ୍ତି। କିଛି ଦିନ ତଳେ ପରିବାର ସହ ନିଜ ଘରକୁ ଫେରିଥିଲେ। ଗାଁରେ କିଛି ଦିନ ରହିବା ପରେ ନବ ତାଙ୍କ ସ୍ତ୍ରୀ ମଧ୍ୟରେ କୌଣସି କଥାକୁ ଝଗଡ଼ା ହୋଇଥିଲା। ପରେ ନବଙ୍କ ସ୍ତ୍ରୀ ପାଞ୍ଚଟି ପୁଅ ଓ ଜଣେ ଝିଅ ନେଇ ନିଜ ବାପ ଘର ସାଲେଭଟା ଗାଁକୁ ପଳାଇ ଆସିଥିଲେ।

ଆଜି ସକାଳେ ସାଲେଭଟା ଗାଁ ନିକଟରେ ଥିବା ଜଙ୍ଗଲରୁ ନବଙ୍କ ଝୁଲନ୍ତା ମୃତଦେହ ସ୍ଥାନୀୟ ଲୋକେ ଦେଖିଥିଲେ। ନବ ଗାମୁଛା ଲଗାଇ ଏକ ଗଛରେ ଆତ୍ମହତ୍ୟା କରିଥିଲେ। ଏନେଇ ସ୍ଥାନୀୟ ଲୋକେ ପରିବାର ଲୋକ ଓ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି। ନବ କେଉଁ କାରଣ ପାଇଁ ଆତ୍ମହତ୍ୟା କଲେ କାରଣ ଅସ୍ପଷ୍ଟ ହୋଇଛି।  ପୁଲିସ ବିଭିନ୍ନ ଦିଗକୁ ନେଇ ଘଟଣାର ତଦନ୍ତ କରୁଛି।

Advertisment
Odisha Police Deadbody Bolangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe