/odisha-reporter/media/post_attachments/uploadimage/library/16_9/16_9_0/IMAGE_1684741227.jpg)
Budha Deb Nag
ବଜାରକୁ ଯାଇ ଆଉ ଘରକୁ ଫେରିଲା ନାହିଁ ପୁଅ। ରାତିସାରା ପୁଅର ବାଟକୁ ଚାତକ ପରି ଅନାଇ ବସିଥିଲା ବିଧବା ମା’। ଆଜି ସକାଳେ ମିଳିଲା ପୁଅର ମୃତଦେହ। ଏପରି ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଟିକ୍ରାପଡା ଫାଣ୍ଡି ଅନ୍ତର୍ଗତ ଦେଓଗାଁରେ। ମୃତ ଯୁବକ ଜଣଙ୍କ ହେଲେ ବୁଦ୍ଧଦେବ ନାଗ।
ବୁଦ୍ଧଦେବ ଗତକାଲି ସନ୍ଧ୍ୟାରେ ବଜାରକୁ ଯାଇଥିଲେ। ରାତିରେ ଆଉ ଘରକୁ ଫେରି ନଥିଲେ। ପୁଅ ରାତିରେ ଘରକୁ ନ ଫେରିବାରୁ ମା’ ବ୍ୟସ୍ତ ବିବ୍ରତ ହୋଇ ସମସ୍ତଙ୍କୁ ପଚରାଉଚରା କରିଥିଲା। ହେଲେ ପୁଅର କୌଣସି ଖବର ପାଇ ନଥିଲା। ଆଜି ସକାଳେ ପୁଅର ମୃତଦେହ ଅଙ୍ଗନବାଡି କେନ୍ଦ୍ର ନିକଟରେ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ବୃଦ୍ଧଦେବଙ୍କୁ କେହି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।
ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବୃଦ୍ଧଦେବଙ୍କ ମୃତ୍ୟୁପରେ ଗାଁରେ ଶୋକର ଛାୟା ଖେଳିଯାଇଛି। ମା’ପୁଅର କଥା ମନେ ପକାଇ କାନ୍ଦିକାନ୍ଦି ଗଡ଼ିଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
