Advertisment

କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଦାବି କଲା ବିଜେପି

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ବଲାଙ୍ଗିର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚଞ୍ଚକତା ହୋଇଛି। ସେପଟେ ସାରର ଅଭାବ ଯୋଗୁଁ ଚାଷୀ ନାନା ଅସୁବିଧାର ସମ୍ମୁଖୀନ ହେଉଛି। ହେଲେ ରାଜ୍ୟ ସରକାର ଏଥିପ୍ରତି ତିଳେମାତ୍ର ଧ୍ୟାନ ଦେଉନାହାନ୍ତି। ଯାହା ଫଳରେ ଚାଷୀଙ୍କ ଦୁଃଖ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏପରି ସମୟରେ ଅସହାୟ ଚାଷୀଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି କରିଛି ବିଜେପି। ଅସଲି ଚାଷୀଙ୍କ ଜମିରେ ନକଲି ଚାଷୀ ଚାଷ କରୁଛନ୍ତି। ଅନ୍ୟପଟେ ଦଲାଲ ନକଲି […]

ଅଦ୍ୟତନ ହୋଇଛି
କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଦାବି କଲା ବିଜେପି

bolangir

Advertisment

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ବଲାଙ୍ଗିର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚଞ୍ଚକତା ହୋଇଛି। ସେପଟେ ସାରର ଅଭାବ ଯୋଗୁଁ ଚାଷୀ ନାନା ଅସୁବିଧାର ସମ୍ମୁଖୀନ ହେଉଛି। ହେଲେ ରାଜ୍ୟ ସରକାର ଏଥିପ୍ରତି ତିଳେମାତ୍ର ଧ୍ୟାନ ଦେଉନାହାନ୍ତି। ଯାହା ଫଳରେ ଚାଷୀଙ୍କ ଦୁଃଖ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏପରି ସମୟରେ ଅସହାୟ ଚାଷୀଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି କରିଛି ବିଜେପି।

Advertisment

ଅସଲି ଚାଷୀଙ୍କ ଜମିରେ ନକଲି ଚାଷୀ ଚାଷ କରୁଛନ୍ତି। ଅନ୍ୟପଟେ ଦଲାଲ ନକଲି ଚାଷୀଙ୍କୁ ବୀମା ପ୍ରଦାନ କରିବା ଦ୍ୱାରା ପ୍ରକୃତ ଚାଷୀ ବୀମାରୁ ବଞ୍ଚିତ ହୋଇଛନ୍ତି। ଏବେ ଫସଲ ବୀମାରୁ ବଞ୍ଚିତ ଥିବା ଚାଷୀଙ୍କ କଥା ବୁଝିବା କିଏ? କମ ବର୍ଷା ଯୋଗୁଁ ଏବେ ଗଜା ମରୁଡି ପରିସ୍ଥିତି ଦେଖାଦେଲାଣି। ଅଭାବୀ ସାର ବିକ୍ରି ପାଇଁ କଳାବଜାରୀର ଶିକାର ହୋଇ ଚାଷୀ ୨୬୮ ଟଙ୍କାର ସାରକୁ ୭୦୦ ଟଙ୍କାରେ କିଣିବାକୁ ବାଧ୍ୟ ହେଲେ।

ରାଜ୍ୟ ସରକାର ସାର କଳାବଜାରୀଙ୍କୁ ଧରିବା ବଦଳରେ ପରୋକ୍ଷରେ ସେମାନଙ୍କୁ ପ୍ରୋତ୍ସାହନ ଦେଲେ। ସମବାୟ ସମିତିକୁ ସାରା ନ ଦେଇ ଘରୋଇ ଡିଲର ମାନଙ୍କୁ ଦେଇ ଚାଷୀଙ୍କୁ ଚଢା ଦରରେ କିଣିବାକୁ ବାଧ୍ୟ କଲେ କଳାବଜାର। ଯେଉଁ କାରଣରୁ ଚାଷୀ କୁଳ ହତାଶ ହୋଇ ପଡ଼ିଛନ୍ତି। କମ ବର୍ଷା ଯୋଗୁଁ ଗଜା ମରୁଡି ଦେଖାଦେଲାଣି। ମାଟି ଫାଟି ଆଁ କରିଛି ଚାଷ ଜମି। ଏଣୁ ରାଜ୍ୟ ସରକାର ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଘୋଷଣା କରିବା ପାଇଁ ଦାବି କରିଛନ୍ତି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି।

Advertisment

ସେପଟେ ଏ ଦିଗରେ ପଦକ୍ଷେପ ଗ୍ରହଣ ନ କଲେ ସାରା ରାଜ୍ୟରେ ଆନ୍ଦୋଳନ କରାଯିବ ବୋଲି ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଲକ୍ଷ୍ମଣ କୁମାର ବାଗ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe