Advertisment

ବଲାଙ୍ଗିର ପୁଅ ପ୍ରେମରେ ପରଦେଶୀ ଚଢ଼େଇ, ପଡ଼ିଲା ହାତଗଣ୍ଠି

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପ୍ରେମରେ ନ ଥାଏ ଭାଷା ନ ଥାଏ ସୀମା ସରହଦ।  ଦୁଇଟି ହୃଦୟ ଯୋଡ଼ି ହେବାକୁ କଥାକୁହା ଆଖି ହିଁ ଯଥେଷ୍ଟ। ଏକ ସଙ୍ଗେ କାମ କରୁ କରୁ କେତେବେଳେ ପରସ୍ପରର ନିକଟତର ହୋଇଗଲେ, କେତେବେଳେ ପରସ୍ପରର ହୃଦୟର ସ୍ପନ୍ଦନ ପାଲଟିଗଲେ ଜାଣି ପାରିଲେନି ଏହି ଯୋଡ଼ି। ଶେଷରେ ପ୍ରେମ ନେଲା ବାସ୍ତବ ରୂପ । ସାତ ସମୁଦ୍ର ପାର୍‌ ହୋଇ ଓଡ଼ିଅ ଘରର ବୋହୂ ସାଜିଲେ ବିଦେଶୀ ଯୁବତୀ । ମଥାରେ ଓଢ଼ଣୀ, […]

ବଲାଙ୍ଗିର ପୁଅ ପ୍ରେମରେ ପରଦେଶୀ ଚଢ଼େଇ, ପଡ଼ିଲା ହାତଗଣ୍ଠି

couple

Advertisment

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପ୍ରେମରେ ନ ଥାଏ ଭାଷା ନ ଥାଏ ସୀମା ସରହଦ।  ଦୁଇଟି ହୃଦୟ ଯୋଡ଼ି ହେବାକୁ କଥାକୁହା ଆଖି ହିଁ ଯଥେଷ୍ଟ। ଏକ ସଙ୍ଗେ କାମ କରୁ କରୁ କେତେବେଳେ ପରସ୍ପରର ନିକଟତର ହୋଇଗଲେ, କେତେବେଳେ ପରସ୍ପରର ହୃଦୟର ସ୍ପନ୍ଦନ ପାଲଟିଗଲେ ଜାଣି ପାରିଲେନି ଏହି ଯୋଡ଼ି। ଶେଷରେ ପ୍ରେମ ନେଲା ବାସ୍ତବ ରୂପ । ସାତ ସମୁଦ୍ର ପାର୍‌ ହୋଇ ଓଡ଼ିଅ ଘରର ବୋହୂ ସାଜିଲେ ବିଦେଶୀ ଯୁବତୀ ।

Advertisment

ମଥାରେ ଓଢ଼ଣୀ, ସିନ୍ଥିରେ ସିନ୍ଦୂର ପିନ୍ଧାଇ ସ୍ଲୋଭେନିଆ ଯୁବତୀ ଏମାଙ୍କୁ ନିଜ ଘରଣୀ ଭାବ ଗ୍ରହଣ କଲେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ ଡେଡ଼ଗାଁର ସୌରଭ ସେନାପତି।  ବେଦୀ ନିଆଁରେ ସାତ ଜନ୍ମ ପାଇଁ ପରସ୍ପରର ସାଥୀ ହୋଇ ବାଟ ଚାଲିବେ ବୋଲି ଶପଥ ନେଲେ  ସୌରଭ ଓ ଏମା ।

[caption id="attachment_729856" align="aligncenter" width="650"]couple ନିଜ ବିବାହ ଶୋଭାଯାତ୍ରାରେ ସୌରଭ ଓ ଏମା ।[/caption]

Advertisment

ଡେଡ଼ଗାଁର ପ୍ରେମଲାଲ ସେନାପତିଙ୍କ ପୁଅ ସୌରଭ  ଜର୍ମାନୀର ଏକ କମ୍ପାନୀରେ ଚାକିରି କରୁଛନ୍ତି  । ସେହି କମ୍ପାନୀରେ  ଏମା ମଧ୍ୟ କାର୍ଯ୍ୟରତ ଅଛନ୍ତି। ଉଭୟଙ୍କ ମଧ୍ୟରେ ଥିବା ଔପଚାରିକତା କେତେବେଳେ ଯେ, ପ୍ରେମରେ ରୂପାନ୍ତର ହେଲା ତାହା ଉଭୟ ସୌରଭ ଓ ଏମା ମଧ୍ୟ ଜାଣିପାରିଲେନି। ହେଲେ ପରସ୍ପରଠୁ ଦୂରତା ଉଭୟଙ୍କୁ ଖୁବ୍‌ ବାଧିଲା। ଏହାପରେ ଉଭୟେ ସାତ ଜନ୍ମ ପାଇଁ ସାଥୀ ହେବେ ବୋଲି  ନିଷ୍ପତ୍ତି  ନେଲେ  ।

[caption id="attachment_729857" align="aligncenter" width="650"]couple ନିଜ ବିବାହରେ ଝୁମୁଛନ୍ତି ସୌରଭ ଓ ଏମା ।[/caption]

ପୁଅର ଖୁସିରେ ସୌରଭଙ୍କ ପରିବାର ସମ୍ମତି ପ୍ରକାଶ କରିବା ପରେ    ଗତ ୨୦ ତାରିଖରେ  ଭୁବନେଶ୍ୱରର ଏକ ହୋଟେଲରେ  ଆୟୋଜିତ ହେଲା ବିବାହ ଉତ୍ସବ।   କନ୍ୟା ଏମାଙ୍କ ପୁରା ପରିବାର ଏହି ଉତ୍ସବରେ ସାମିଲ ହୋଇ ବାହାଘରର ମଜା ନେଇଥିଲେ । ସେମାନଙ୍କୁ ଓଡ଼ିଶାର ସଂସ୍କୃତି, ପରମ୍ପରା, ରୀତିନୀତି, ଖାଦ୍ୟପେୟ ଓ ପୋଷାକ ପରିଧାନ ଶୈଳୀ ଖୁବ୍‌ ଭଲ ଲାଗିଥିବା କହିଛନ୍ତି । ସେହିପରି ପୁଅ ଘର ଗାଁ ଦେଢ଼ଗାଁ ଠାରେ ପରିବାର ସଦସ୍ୟ ଓ ସମାଜ ଲୋକଙ୍କୁ ନେଇ ମଧ୍ୟ ଏକ ଭୋଜିର ଆୟୋଜନ କରାଯାଇଥିଲା ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe