/odisha-reporter/media/post_attachments/uploads/2021/04/snake-1.jpg)
snake
ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ଏମିତି ବି ମୃତ୍ୟୁ ଆସେ । ରାତିରେ ଖାଇକି ଶୋଇବାକୁ ଗଲେ । କିନ୍ତୁ ଆଉ ସକାଳେ ଉଠିନଥିଲେ । ରାତିରେ ଶୋଇଥିବା ଅବସ୍ଥାରେ ବିଷାକ୍ତ ସାପ କାମୁଡ଼ାରେ ଚାଲିଗଲା ଯୁବକଙ୍କ ଜୀବନ । ଏଭିକି ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଉପରଝର ଗାଁରେ ।
Advertisment
୨୨ ବର୍ଷୀୟ ଗୋବିନ୍ଦ ଭୋଇ ସୋମବାର ରାତିରେ ରାତ୍ର ଭୋଜନ ପରେ ଶୋଇବାକୁ ଗଲେ । ଶୋଇଥିବା ବେଳେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡି ଦେଇଥିବା ସେ ପରିବାର ଲୋକଙ୍କୁ କହିଥିଲେ। ହାତରେ ସାପ କାମୁଡା ଦାଗ ମଧ୍ୟ ଥିଲା।
ପରିବାର ଲୋକେ ସଂଗେ ସଂଗେ ଗୋବିନ୍ଦଙ୍କୁ ଚିକିତ୍ସା କରାଇବା ଲାଗି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଗୋବିନ୍ଦଙ୍କ ପ୍ରାଣବାୟୁ ଉଡିଯାଇଥିଲା। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
