Advertisment

ବାହାଘର ପୂର୍ବରୁ ପ୍ରେମିକ ସହ ଚମ୍ପଟ ମାରିଲେ ମଙ୍ଗୁଳା କନ୍ୟା!

ଆଜି ରାତିରେ ବେଶ ଧୂମଧାମରେ ବାଜା ବାଣ ସହିତ ବରଯାତ୍ରୀ ନେଇ ମାଧୀବଙ୍କ ଘରକୁ ଆସିଥାନ୍ତେ ପାଟୁଆପାଲି ଗାଁର ଧୀରଜ ଡାଙ୍ଗ।

Odisha

Odisha

Advertisment

ବାହାଘର ପାଇଁ ସବୁ କିଛି ପ୍ରସ୍ତୁତି ଶେଷ ହୋଇସାରିଥିଲା। ହଳଦୀ ସେରିମନୀ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସବୁ କାମ ସରିଥିଲା। ଘରେ ବନ୍ଧୁବାନ୍ଧବ ମଧ୍ୟ ପହଞ୍ଚି ସାରରିଥିଲେ। ସମସ୍ତେ କେବଳ ବର ଯାତ୍ରୀଙ୍କୁ ଅପେକ୍ଷା କରି ରହିଥିଲେ। ହେଲେ ତା’ ପୂର୍ବରୁ ଘଟିଛି ସମସ୍ତଙ୍କୁ ଚକିତ କରିବା ଭଳି ଘଟଣା।

Advertisment

କାହାକୁ କିଛି ନ କହି ଘରୁ ଫେରାର ହୋଇଯାଇଛନ୍ତି ନିଜେ କନ୍ୟା। ମଙ୍ଗନ ସରିଥିବା ବେଳେ କନ୍ୟା ଜଣଙ୍କ ନିଜ ପ୍ରେମିକ ସହ ଫେରାର ହୋଇଯାଇଥିବା କୁହାଯାଉଛି। ବାହାଘର ପୂର୍ବରୁ ଏପରି ମଙ୍ଗୁଳନା କନ୍ୟା ଫେରାର ଘଟଣା ପୂରା ବଲାଙ୍ଗିର ଜିଲ୍ଲାରେ ଚର୍ଚ୍ଚାରେ ବିଷୟ ପାଲଟିଛି।

ପୂର୍ବରୁ ବଲାଙ୍ଗିର ସହର ଭିତରେ ବାହାଘର ପରେ କନ୍ୟା ଫେରାର ହେବାର ଖବର ଆପଣମାନେ ଶୁଣିଥିଲେ। ହେଲେ ଏବେ ବାହାଘର ଆଗରୁ ଫେରାର ମାରିଛନ୍ତି ମଙ୍ଗୁଳା କନ୍ୟା। ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ବୁଢ଼ିସିଣ୍ଡୋଲ ଗାଁରେ। ଆଜି ବିହାରୀ ଗାଏଗରିଆଙ୍କ ଝିଅ ମାଧବୀଙ୍କ ବାହାଘର ଥିଲା। ଏଥିପାଇଁ ରବିବାର ରାତିରେ ହଳଦୀ କାର୍ଯ୍ୟକ୍ରମ ସରିଥିଲା। ଏଥିସହ ବନ୍ଧୁବାନ୍ଧବ ବାହାଘର ପାଇଁ ନିଜକୁ ପ୍ରସ୍ତୁତ ମଧ୍ୟ କରି ସାରିଥିଲେ।

Advertisment

ଆଜି ରାତିରେ ବେଶ ଧୂମଧାମରେ ବାଜା ବାଣ ରୋଷଣୀ ସହିତ ବରଯାତ୍ରୀ ନେଇ ମାଧୀବଙ୍କ ଘରକୁ ଆସିଥାନ୍ତେ ପାଟୁଆପାଲି ଗାଁର ଧୀରଜ ଡାଙ୍ଗ। ବରଯାତ୍ରୀଙ୍କୁ ସ୍ୱାଗତ କରିବା ସହିତ କନ୍ୟାଦାନ କରିବା ପାଇଁ ମାଧବୀଙ୍କ ଘର ଲୋକ ବି ସବୁ ପ୍ରକାର ପ୍ରସ୍ତୁତି ସାରିଥିଲେ। ଧୀରଜ ଓ ମାଧବୀଙ୍କ ଘର ମଧ୍ୟ ବାହାଘର ପାଇଁ ଉତ୍ସବ ମୁଖର ହୋଇଉଠିଥିଲା। ଘର ଓ ସାହି ବନ୍ଧୁବାନ୍ଧବଙ୍କ ଭିଡ଼ରେ ଫାଟି ପଡ଼ୁଥିଲା।

ସମସ୍ତେ ସେହି ମୁହୂର୍ତ୍ତକୁ ଅପେକ୍ଷା କରି ରହିଥିବା ବେଳେ ଆଜି ଭୋରରୁ ଘଟିଥିଲା ସମସ୍ତଙ୍କୁ ଚକିତ କରିବା ଭଳି ଘଟଣା। ଘରେ ସମସ୍ତେ ଶୋଇଥିବା ବେଳେ ଫେରାର ମାରିଛନ୍ତି ମାଧବୀ। ସକାଳୁ ପରିବାର ଲୋକ ମାଧବୀଙ୍କୁ ନିଜ ରୁମରେ ନ ପାଇ ପୂରା ଚକିତ ହୋଇଯାଇଥିଲେ। ସେମାନେ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନାହିଁ।

ବାହାଘର ପାଇଁ ସବୁ ପ୍ରକାରର ପ୍ରସ୍ତୁତି ସରିଥିବା ବେଳେ ମାଧବୀ ମଙ୍ଗୁଳା କନ୍ୟା ହୋଇସାରିଥିଲେ। ହେଲେ ଏହାପୂର୍ବରୁ ସେ ଫେରାର ହେବା ପରିବାର ଲୋକଙ୍କୁ ସ୍ତବ୍ଧ କରି ଦେଇଛି। ତେବେ ମାଧବୀଙ୍କ ଫେରାର ହେବା ପଛରେ ସେହି ଗାଁର ହେମନ୍ତ ମହାକୁଡ଼ଙ୍କ ହାତ ଥିବା ପରିବାର ଲୋକ ସନ୍ଦେହ କରୁଛନ୍ତି।

କାରଣ ମାଧବୀ ଓ ହେମନ୍ତ ପରସ୍ପରକୁ ଦୀର୍ଘ ବର୍ଷ ହେଲା ଭଲ ପାଉଥିଲେ। ହେଲେ ସେମାନଙ୍କ ପ୍ରେମକୁ ମାଧବୀଙ୍କ ଘର ଲୋକ ଗ୍ରହଣ କରୁ ନଥିଲେ। ଝିଅର ପ୍ରେମ ସମ୍ପର୍କରେ ଜାଣି ମଧ୍ୟ ତାଙ୍କ ବାହାଘର ଅଲଗା ଜାଗାରେ ଠିକ କରିଥିଲେ। ପରିବାର ଚାପରେ ଝିଅ ହଁ କହିଥିଲେ ମଧ୍ୟ ବାହାଘର ପୂର୍ବରୁ ପ୍ରେମିକ ହେମନ୍ତ ସହ ସେ ଘରକୁ ଫେରାର ହୋଇ ଯାଇଥିବା କୁହାଯାଉଛି।

ପରିବାର ଲୋକ ବିଭିନ୍ନ ସ୍ଥାନରେ ମାଧବୀଙ୍କୁ ଖୋଜାଖୋଜା କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନାହିଁ। ଶେଷରେ ତାଙ୍କ ବାପା ବିହାରୀ ଗାଏଗରିଆ ଥାନାରେ ଝିଅର ନିଖୋଜ ନେଇ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍‌ ତାଙ୍କ ଅଭିଯୋଗକୁ ଭିତ୍ତି କରି ମାଧବୀଙ୍କୁ ଖୋଜାଖୋଜି ଆରମ୍ଭ କରିଛି। ସେହିପରି ହେମନ୍ତ ମହାକୁଡ଼ଙ୍କୁ ମଧ୍ୟ ଠାବ କରିବାକୁ ଉଦ୍ୟମ କରୁଛି।

ଅନ୍ୟପକ୍ଷରେ ଧୀରଜଙ୍କ ଘର ଲୋକ ଏ ଖବର ଶୁଣି ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ବର ଘରେ ବାହାଘର ପାଇଁ ସବୁ ପ୍ରକାରର ପ୍ରସ୍ତୁତ ସରିଥିଲା। ଭୋଜିଭାତ ପାଇଁ ବଇନା ଦିଆଯାଇ ସାରିଥିଲା। ହେଲେ ନବବଧୂ ଘରକୁ ଆସିବା ପୂର୍ବରୁ ନିଜ ପ୍ରେମିକ ସହ ଫେରାର ହୋଇଯାଇଛନ୍ତି।

Bride Case Groom Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe