Advertisment

ବାହାଘର ପରେ ପ୍ରେମିକ ସହ ଚମ୍ପଟ ମାରିଲା କନିଆଁ

ବାହାଘର ପରେ ସମସ୍ତେ ଆତିଥ୍ୟରେ ବ୍ୟସ୍ତ ଥିଲେ। ଆଉ କନିଆଁ ବିଦାୟ ବେଳେ ବନ୍ଧୁ ବାନ୍ଧବ ଭରା ଘର ଭିତରୁ ସେ ଚମ୍ପଟ ମାରିଥିଲେ। ଆଉ ତା’ପରେ ହଠାତ୍‌ ଗହଳି ଭିତରେ ନୀରବତା ଛାଇ ହୋଇଯାଇଥିଲା।

Marriage

Marriage

Advertisment

ଥାଟବାଟ ସହ କନିଆଁ ଘରେ ପହଞ୍ଚିଲେ ବର। ହାତଗଣ୍ଠି ପଡ଼ିଲା। ହୋମ ନିଆଁକୁ ସାକ୍ଷୀ ରଖି କନିଆ ସିନ୍ଥିରେ ସିନ୍ଦୂର ଦେଲେ। ହେଲେ ହୋମ ନିଆଁ ଲିଭିବା ପୂର୍ବରୁ ପ୍ରେମିକ ସହ ଚମ୍ପଟ ମାରିଲେ କନିଆଁ। ଏପରି ଅଭିଯୋଗ ଆସିଛି ବଲାଙ୍ଗିରରୁ। କନିଆଁ ପଳାଇଯିବା ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ବର।

Advertisment

ଦେଓଗାଁ ବ୍ଲକ୍‌ ମୁକୁନ୍ଦପୁର ଗାଁର ପ୍ରେମକୁମାର ମାଝୀଙ୍କର ବଲାଙ୍ଗିର ବ୍ରାହ୍ମଣ ପଡାରେ ବାହାଘର ସ୍ଥିର ହୋଇଥିଲା। ସେଥିପାଇଁ ଗୁରୁବାର ରାତିରେ ବାଣ ରୋଷଣୀ ଓ ବରଯାତ୍ରୀଙ୍କୁ ଧରି ବ୍ରାହ୍ମଣ ପଡାରେ ପହଞ୍ଚିଥିଲେ ପ୍ରେମକୁମାର। ବୈଦିକ ରୀତିନୀତି ଅନୁସାରେ ବାହାଘର ହୋଇଥିଲା। ହୋମ ନିଆଁକୁ ସାକ୍ଷୀ ରଖି ପ୍ରେମକୁମାର ତାଙ୍କ ସାତ ଜନମର ଜୀବନ ସାଥୀଙ୍କ ସିନ୍ଥିରେ ସିନ୍ଦୂର ଦେଇଥିଲେ।

ବାହାଘର ପରେ ସମସ୍ତେ ଆତିଥ୍ୟରେ ବ୍ୟସ୍ତ ଥିଲେ। ଆଉ କନିଆଁ ବିଦାୟ ବେଳେ ବନ୍ଧୁ ବାନ୍ଧବ ଭରା ଘର ଭିତରୁ ସେ ଚମ୍ପଟ ମାରିଥିଲେ। ଆଉ ତା’ପରେ ହଠାତ୍‌ ଗହଳି ଭିତରେ ନୀରବତା ଛାଇ ହୋଇଯାଇଥିଲା। କୁଆଡେ ଗଲା? କାହା ସହିତ ଗଲା? କେମିତି ଗଲା? ଏମିତି କେତେକଣ କିଏ ସବୁ କହି ବୁଲିଲେ। ହେଲେ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଜଣେ ଯୁବକ ବାଇକ୍‌ରେ ଆସି କନିଆଁକୁ ନେଇ ଯାଇଛି। କନିଆଁ ଫେରାର ହେବାର ଦୃଶ୍ୟରେ ସିସିଟିଭିରେ କଏଦ ହୋଇଛି।

Advertisment

କନିଆଁ ଚମ୍ପଟ ମାରିବା ପରେ ବର ପ୍ରେମକୁମାର ମାଝୀ ଆଜି ବଲାଙ୍ଗିର ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଆଜକୁ ୬ରୁ ୭ ମାସ ତଳେ ଆମର ବାହାଘର ଠିକ୍‌ ହୋଇଥିଲା। ଏହା ପରେ ଆମେ ଅନେକ ସମୟରେ ଫୋନ୍‌ରେ କଥା ହେଉଥିଲୁ। ସେ ମଧ୍ୟ ମୋ ସହିତ ଭଲ ଭାବେ କଥା ହେଉଥିଲେ। ଉଭୟ ପରିବାରର ନିଷ୍ପତ୍ତି କ୍ରମେ ଗୁରୁବାର ରାତିରେ ବାହାଘର ପାଇଁ ସ୍ଥିର ହୋଇଥିଲା। ଏପରିକି ବାହାଘର ସରିଥିଲା। ଖିଆପିଆ ଚାଲିଥିବା ବେଳେ ସେ ଚମ୍ପଟ ମାରିଥିଲେ ବୋଲି କହିଛନ୍ତି ପ୍ରେମକୁମାର ମାଝୀ।

Balangir Marriage
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe