Advertisment

ବାଇକ୍‌କୁ ପିଟି ଦେଲା ବସ୍‌; ଆଖି ବୁଜିଲେ ସ୍ୱାମୀ, ପତ୍ନୀ ଓ ୨ ପିଲା ଗୁରୁତର

ହଠାତ୍‌ ସାମନା ପଟୁ ଆସୁଥିବା ଏକ ବସ୍‌ ଧକ୍କାରେ ଚୁରମାର ହୋଇଗଲା ବାଇକ୍‌। ଆଉ ଘଟଣାସ୍ଥଳରେ ହିଁ ଆଖି ବୁଜିଲେ ବାଇକ୍‌ ଚାଳକ ।

author-image
Niharika Rout
Accident

Accident

ବିବାହ ଭୋଜିରେ ଯୋଗ ଦେବାକୁ ପରିବାର ସହ ଯାଉଥିଲେ । ହେଲେ ଅଧା ବାଟରେ ଯେ ପରିବାର ଛାରଖାର ହୋଇଯିବ, ତାହା କେବେ ଭାବି ନ ଥିଲେ। ହଠାତ୍‌ ସାମନା ପଟୁ ଆସୁଥିବା ଏକ ବସ୍‌ ଧକ୍କାରେ ଚୁରମାର ହୋଇଗଲା ବାଇକ୍‌। ଆଉ ଘଟଣାସ୍ଥଳରେ ହିଁ ଆଖି ବୁଜିଲେ ବାଇକ୍‌ ଚାଳକ । ଏହି ଦୁର୍ଘଟଣାରେ ତାଙ୍କ ପତ୍ନୀ ଓ ୨ ଶିଶୁ ଗୁରୁତର ହୋଇଛନ୍ତି। ଏପରି ମର୍ମନ୍ତୁଦ ଦୁର୍ଘଟଣା ଆଜି ବଲାଙ୍ଗିର ଜିଲ୍ଲା ଦେଓଗାଁ ରାସ୍ତାର ସିଂହଖମନ ନିକଟରେ ଘଟିଛି।

Advertisment

ମୃତକ ହେଲେ ଟିଟିଲାଗଡ଼ ବ୍ଲକ ଉଡ଼ାର ଗାଁର ସରୋଜ ପଶାୟତ । ଏହି ଦୁର୍ଘଟଣାରେ ତାଙ୍କ ପତ୍ନୀ କରିସ୍ମା ପଶାୟତଙ୍କ ସମେତ ୩ ବର୍ଷର ଓ ବର୍ଷକର ୨ ଝିଅ ଗୁରୁତର ହୋଇଛନ୍ତି। ସେମାନଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।

ସରୋଜ ନିଜ ପରିବାର ସହ ବଲାଙ୍ଗିର ଜିଲ୍ଲା ଖୋଜେନପାଲି ଗାଁକୁ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଉଥିଲେ। ମାତ୍ର ସିଂହଖମନ ନିକଟରେ ବଲାଙ୍ଗିରରୁ ଟିଟଲାଗଡ଼ ଅଭିମୁଖେ ଯାଉଥିବା ‘ଗଣପତି’ ନାମକ ବସ୍‌ ସାମନା ପଟୁ ସରୋଜଙ୍କ ବାଇକ୍‌କୁ ପିଟିଥିଲା। ଘଟଣାସ୍ଥଳରେ ସରୋଜଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପତ୍ନୀ ଓ ୨ ଶିଶୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।

Advertisment

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ୩ ଗୁରୁତରଙ୍କୁ ଚିକିତ୍ସା ପାଇଁ ବୁର୍ଲା ମେଡିକାଲ ପଠାଇଛି। ଏଥିସହ ବସ୍‌କୁ ଅଟକାଇ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Accident