କେନାଲ ନାଁରେ ଖାଇଗଲେ କୋଟି କୋଟି ଟଙ୍କା!

ବଲାଙ୍ଗିର (ମନରଞ୍ଜନ ଯୋଶୀ/ଅନ୍ତିମ ପାଣିଗ୍ରାହୀ): ଚିରମରୁଡି ପ୍ରପୀଡ଼ିତ ବଲାଙ୍ଗିର ଜିଲ୍ଲାରେ ଏଥର ବି ନିଅଣ୍ଟିଆ ବର୍ଷା। ମରୁଡିର ପଦଧ୍ୱନୀ ପାଣି ପାଇଁ ଚାଷୀ ହାହାକାର ହେଉଛନ୍ତି। ଏଭଳି ସ୍ଥିତିରେ ଚାଷୀ କେନାଲ୍ ଯୋଗେ ପାଣି ବ୍ୟବହାର ଉପରେ ନିର୍ଭର କରନ୍ତି। ଚାଷୀର କ୍ଷେତକୁ ପାଣି ଦେବା ପାଇଁ ବିଭିନ୍ନ ପଞ୍ଚାୟତରେ ସରକାରୀ ଯୋଜନାରେ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା। କିନ୍ତୁ ଦରକାର ବେଳେ କାମକୁ ଆସୁନି ଏସବୁ କେନାଲ। କାରଣ କେନାଲ ନାଁରେ ଲୁଟ ହୋଇଛି କୋଟି […]

canal

canal

Ranjit Kumar Jena
  • Published: Wednesday, 28 July 2021
  • Updated: 28 July 2021, 05:55 PM IST

Sports

Latest News

ବଲାଙ୍ଗିର (ମନରଞ୍ଜନ ଯୋଶୀ/ଅନ୍ତିମ ପାଣିଗ୍ରାହୀ): ଚିରମରୁଡି ପ୍ରପୀଡ଼ିତ ବଲାଙ୍ଗିର ଜିଲ୍ଲାରେ ଏଥର ବି ନିଅଣ୍ଟିଆ ବର୍ଷା। ମରୁଡିର ପଦଧ୍ୱନୀ ପାଣି ପାଇଁ ଚାଷୀ ହାହାକାର ହେଉଛନ୍ତି। ଏଭଳି ସ୍ଥିତିରେ ଚାଷୀ କେନାଲ୍ ଯୋଗେ ପାଣି ବ୍ୟବହାର ଉପରେ ନିର୍ଭର କରନ୍ତି। ଚାଷୀର କ୍ଷେତକୁ ପାଣି ଦେବା ପାଇଁ ବିଭିନ୍ନ ପଞ୍ଚାୟତରେ ସରକାରୀ ଯୋଜନାରେ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା। କିନ୍ତୁ ଦରକାର ବେଳେ କାମକୁ ଆସୁନି ଏସବୁ କେନାଲ। କାରଣ କେନାଲ ନାଁରେ ଲୁଟ ହୋଇଛି କୋଟି କୋଟି ଟଙ୍କା।

କେନାଲର କାମ ଚାଲିଥିବା ବେଳେ ନିମ୍ନମାନର କାମ ଯୋଗୁଁ ଏହା ଭାଙ୍ଗିରୁଜି ଅଚଳ ହୋଇ ଗଲାଣି। ପ୍ରକଳ୍ପ ପୂର୍ବରୁ, ଯେଣେତେଣେ ପ୍ରକାରେଣ ଚାଷୀ ବିଲକୁ ପାଣି ନେଉଥିଲା। ଏବେ କିନ୍ତୁ କେନାଲ ନାଁରେ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଚାଷୀର କାମକୁ ଆସୁନି। ଯାହାକୁ ନେଇ ଏକ ବଡ଼ ଦୁର୍ନୀତିର ଦୁର୍ନାମ ହୋଇଥିବା ନେଇ ଚର୍ଚ୍ଚା। ଏହି ଦୁର୍ନୀତି ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ୍ ବାଗଦୋର ପଞ୍ଚାୟତ ଗଞ୍ଜାଧର ଜଳସେଚନ ପ୍ରକଳ୍ପରେ ହୋଇଛି। ଯାହା ପରେ ଗଞ୍ଜାଧର ଜଳସେଚନ ପ୍ରକଳ୍ପ ଏବେ ଦୁର୍ନିତୀର ଗବେଷଣା କେନ୍ଦ୍ର ପାଲଟିଛି।

ଓଡ଼ିଶା ସମନ୍ୱୟ ଜଳସେଚନ ପ୍ରକଳ୍ପର ଏହା ହେଉଛି ଏକ ଯୋଜନା। ବଲାଙ୍ଗିର କ୍ଷୁଦ୍ର ଜଳସେଚନ ବିଭାଗ ଅଧିନରେ ଏବେବି ବେଲପଡା ବ୍ଲକ ବାଗଦୋର ପଞ୍ଚାୟତରେ ଗଞ୍ଜାଧର ଜଳସେଚନ ପ୍ରକଳ୍ପର କେନାଲ କାମ ଜାରି ରହିଛି। ସୁପରକ୍ଲାସ୍ କଣ୍ଟ୍ରାକ୍ଟର ସଂସ୍ଥା ଏଚଏମ କନଷ୍ଟ୍ରକସନ ୨୦୧୯-୨୦ ମସିହାରେ ଏହି କାମ ପାଇଁ ଚୁକ୍ତି କରିଥିଲା। ଆଉ ମାର୍ଚ୍ଚ ୬, ୨୦୨୧ ସୁଦ୍ଧା କାମ ଶେଷ ହେବା କଥା। କାମ ପାଇଁ ଠିକାସଂସ୍ଥା ଏପର୍ଯ୍ୟନ୍ତ ପାଖାପାଖି ଅଢେଇ କୋଟି ଟଙ୍କା ବିଲ୍ ନେଇ ସାରିଛନ୍ତି। ହେଲେ ଏବେବି କାମ ଅଧାଅପନ୍ତରା ହୋଇ ରହିଛି।

କାମ ହେବାର ତିନିରୁ ଚାରିମାସ ଭିତରେ କେନାଲର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। କେନାଲର ଅଧିକାଂଶ ଜାଗାରେ କାନ୍ଥ ଭୁଷୁଡି ଗଲାଣି। କେନାଲରେ ପାଣି ଯିବା ଆଗରୁ ମରାମତି ବି ହେଲାଣି। ହେଲେ ଯେଉଁଠି ବି ହାତ ମାରିଲେ କାନ୍ଥ ପଡିଯାଉଛି। ତେଣୁ ଏହାକୁ ଦେଖି ଯେକେହି କହିପାରିବ ଯେ ଏହା ଏକ ନିମ୍ନମାନର କାମ। ଯାହାଦ୍ୱାରା ଏଥର ବି ସ୍ଥାନୀୟ ଲୋକେ କେନାଲ ମାଧ୍ୟମରେ ପାଣି ପାଇବାକୁ ବଞ୍ଚିତ ହେବେ।

ପାଖାପାଖି ୭ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହେଉଥିବା ନିର୍ମାଣଧିନ କେନାଲ କାମରେ ଦୁଇଟି ପଂଚାୟତର ଚାଷୀ ଉପକୃତ ହୋଇଥାନ୍ତେ। ମରୁଡି ପ୍ରପୀଡିତ ବେଲପଡା ବ୍ଲକ ବାଗଦୋର, ପର୍ଲିମାଳ ପଞ୍ଚାୟତର ଚାଷୀ ଜଳସେଚନର ସୁବିଧା ପାଇଁ ଚାଷ କାମରେ ଉପକୃତ ହୋଇଥାଆନ୍ତେ। ଏପରିକି କଂକ୍ରିଟ କେନାଲ ନିର୍ମାଣ ଆଗରୁ ଏଠାରେ ମାଟି କେନାଲ ଥିଲା। ଆଉ ନିକଟରେ ଥିବା ଗଞ୍ଜାଧର କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ପାଣି ନେଇ କିଛି କିଛି ଚାଷୀ ଉପକୃତ ହେଉଥିଲେ।

କଂକ୍ରିଟ କେନାଲ ମାଧ୍ୟମରେ ଅଧିକ ଚାଷୀ ଉପକୃତ ହେବା ପାଇଁ ପ୍ରାୟ ୭ କୋଟି ଟଙ୍କା ଖର୍ଚ୍ଚରେ କେନାଲ୍ କାମ ଆରମ୍ଭ ହୋଇଥିଲା। ହେଲେ ଏଚଏମ କନଷ୍ଟ୍ରକସନ ନିଜ ନାଁରେ କାମ ନେଇ ପେଟି କଣ୍ଟ୍ରାକ୍ଟର ଲଗାଇ କାମ କରାଉଥିବା ଜଣାପଡିଛି। ଏପରିକି ଠିକା ସଂସ୍ଥା ପୁଣି ଠିକା ଦେଉଥିବାରୁ ଡବଲ ଲାଭକୁ ଦେଖି ଠିକାଦାର ଅତି ନିମ୍ନମାନର କାମ କରୁଛନ୍ତି। ତେଣୁ କାର୍ଯ୍ୟକ୍ଷମ ହେବା ଆଗରୁ ନିର୍ମାଣଧୀନ କେନାଲ ଭାଙ୍ଗି ଯାଉଥିବା ବେଳେ ମାଟି ମଧ୍ୟ ପୋତି ହୋଇଯାଉଥିବା ଅଭିଯୋଗ ହେଉଛି।

ଏହାଦ୍ୱାରା ଗତ ଦୁଇବର୍ଷ ଧରି ପାଣି ପାଉନଥିବା ଚାଷୀ ଏଥର ପାଣି ପାଇବା ନେଇ ଆଶା କରୁଥିଲେ। କିନ୍ତୁ ଠିକାଦାରଙ୍କ ମନମାନୀ ଓ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ, ଗଞ୍ଜାଧର ପ୍ରକଳ୍ପ ଏବେ ଦୁର୍ନିତୀର ଗବେଷଣା କେନ୍ଦ୍ର ପାଲଟିଥିବା ଅଭିଯୋଗ ହେଉଛି। ଏ ନେଇ ସ୍ଥାନୀୟ ଜନପ୍ରତିନିଧି ପାଟି ଖୋଲିଥିଲେ ବି, ବିଭାଗୀୟ ବାବୁ କିନ୍ତୁ ଠିକାଦାରଙ୍କ ସପକ୍ଷରେ ମନ୍ତବ୍ୟ ଦେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story