Advertisment

ବର ଯାତ୍ରୀଙ୍କ ଉପରେ ମାଡ଼ିଗଲା ବର କାର୍‌; ଜଣେ ମୃତ, ୭ ଗୁରୁତର

କେହି କିଛି ବୁଝିବା ପୂର୍ବରୁ ହଠାତ୍‌ ଦ୍ରୁତ ଗତିରେ କାର୍‌ଟି ମାଡ଼ି ଯାଇ ଡିଜେ ଗାଡ଼ିରେ ପିଟି ହେଲା। ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି।

Accident

Accident

Advertisment

ବର ବେଶରେ ସଜେଇ ହୋଇଥିଲେ ହୁତାସନ । ଡିଜେ ଶବ୍ଦରେ ଦୁଲୁକୁଥିଲା ଘର ଆଗ। ବନ୍ଧୁବାନ୍ଧବ ବି ନାଚିବାରେ ବ୍ୟସ୍ତ। ଏହି ସମୟରେ ଘର ସମ୍ମୁଖକୁ ଆସିଲା ବର ପାଇଁ ସଜା ହୋଇଥିବା କାର୍‌। କିଛି ସମୟରେ ବର କାର୍‌ରେ ବସି କନିଆ ଘର ଅଭିମୁଖେ ଯାଇଥାନ୍ତା। ମାତ୍ର ହଠାତ୍‌ ବର କାର୍‌ ସାଜିଲା ରକ୍ତମୁଖା।

Advertisment

କେହି କିଛି ବୁଝିବା ପୂର୍ବରୁ ହଠାତ୍‌ ଦ୍ରୁତ ଗତିରେ କାର୍‌ଟି ମାଡ଼ି ଯାଇ ଡିଜେ ଗାଡ଼ିରେ ପିଟି ହେଲା। ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି। ଏପରି ଅଭାବନୀୟ ଘଟଣା ଗତ କାଲି ରାତିରେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ବାଘଝରଣ ଗାଁରେ ଘଟିଛି।

ବାଘଝରଣ ଗାଁ ର ହୂତାସନ ବରିହା ହିର୍ଲି ଗାଁକୁ ବରଯାତ୍ରୀ ଧରି ଯିବାର ଥିଲା । ହୁତାସନ ବରବେଶ ସଜେଇ ହୋଇ ସାରିଥିବା ବେଳେ ନାଚ ଗୀତରେ ଘର ଆଗ କମ୍ପୁଥିଲା। ସେହି ସମୟରେ ବର ଯିବା ପାଇଁ ସଜେଇ ହୋଇଥିବା ପ୍ରୋସେସନ କାର ପହଞ୍ଚିଥିଲା।

Advertisment

କେହି କିଛି ବୁଝିବା ଆଗରୁ ହଠାତ କାରଟି ଦ୍ରୁତ ଗତିରେ ମାଡି ଯାଇ ଡିଜେ ଗାଡିରେ ପିଟି ହୋଇଥିଲା | ଫଳରେ ଡିଜେ ନିକଟରେ ନାଚୁଥିବା ବର ହୂତାସନଙ୍କର ଜଣେ ସମ୍ପର୍କୀୟ ରାଜା ବରିହାଙ୍କର ଘଟଣା ସ୍ଥଳରେ ଜୀବନ ଚାଲିଯାଇଥିଲା । ଏହି ଦୁର୍ଘଟଣାରେ ଅନ୍ୟ ସାତ ଜଣ ଗୁରୁତର ହୋଇଛନ୍ତି ।

ଏପରି ଏକ ଦୁର୍ଘଟଣା ପରେ ତୁରନ୍ତ ସମସ୍ତ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ବର ଆଉ ବରଯାତ୍ରୀ କନିଆ ଘରକୁ ଯାଇନଥିବା ଜଣା ପଡିଛି । ଆହତମାନଙ୍କୁ ଖପ୍ରାଖୋଲ ଓ ପାଟଣାଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖପ୍ରାଖୋଲ ପୁଲିସ ତଦନ୍ତ ଆରମ୍ଭ କରିଛି |

ବର କାର୍‌ ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବାରୁ ଏପରି ଦୁର୍ଘଟଣା ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଯେଉଁ କାରରେ ନବବଧୂ ଶାଶୁ ଘରକୁ ଅସିଥାନ୍ତା, ସେହି କାର୍‌ ଯୋଗୁ ଅଟକିଗଲା ବାହାଘର।

Accident Balangir Marriage
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe