Advertisment

ବଢ଼ିଲା ସରପଞ୍ଚ ପ୍ରାର୍ଥୀଙ୍କ ଅଡ଼ୁଆ, ଥାନାକୁ ଗଲା ଟଙ୍କା ବାଣ୍ଟିବା ମାମଲା

ବଲାଙ୍ଗିର (ମନରଞ୍ଜନ ଯୋଶୀ): କାଳ ହେଲା ନିଜ ହ୍ୱାଟ୍ସଆପ ଷ୍ଟାଟସ। ପ୍ରଚାର ସମୟରେ ଭୋଟରଙ୍କୁ ଟଙ୍କା ବାଣ୍ଟିବାର ଭିଡିଓ ନିଜ ହ୍ୱାଟ୍ସଆପ୍ ଷ୍ଟାଟସରେ ଶେଆର୍ କରିଦେଲେ। ଯାହା ଭାଇରାଲ୍ ହେବା ପରେ ଏବେ ଅଡୁଆରେ ପଡ଼ିଯାଇଛନ୍ତି ସରପଞ୍ଚ ପ୍ରାର୍ଥୀ। ଉକ୍ତ ସରପଞ୍ଚ ପ୍ରାର୍ଥୀ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଠେମରା ଗ୍ରାମ ପଞ୍ଚାୟତର ଲକ୍ଷ୍ମୀକାନ୍ତ ବାଗ। ଯାହାଙ୍କର ପ୍ରଚାର ସମୟରେ ଭୋଟରଙ୍କୁ ଟଙ୍କା ବାଣ୍ଟୁଥିବା ଭିଡିଓ ଭାଇରାଲ ହୋଇଥିଲା। ଯାହା ପରେ ଜିଲ୍ଲା ପ୍ରଶାସନ ଥାନାରେ […]

ଅଦ୍ୟତନ ହୋଇଛି
ବଢ଼ିଲା ସରପଞ୍ଚ ପ୍ରାର୍ଥୀଙ୍କ ଅଡ଼ୁଆ, ଥାନାକୁ ଗଲା ଟଙ୍କା ବାଣ୍ଟିବା ମାମଲା

sarpanch

Advertisment

ବଲାଙ୍ଗିର (ମନରଞ୍ଜନ ଯୋଶୀ): କାଳ ହେଲା ନିଜ ହ୍ୱାଟ୍ସଆପ ଷ୍ଟାଟସ। ପ୍ରଚାର ସମୟରେ ଭୋଟରଙ୍କୁ ଟଙ୍କା ବାଣ୍ଟିବାର ଭିଡିଓ ନିଜ ହ୍ୱାଟ୍ସଆପ୍ ଷ୍ଟାଟସରେ ଶେଆର୍ କରିଦେଲେ। ଯାହା ଭାଇରାଲ୍ ହେବା ପରେ ଏବେ ଅଡୁଆରେ ପଡ଼ିଯାଇଛନ୍ତି ସରପଞ୍ଚ ପ୍ରାର୍ଥୀ। ଉକ୍ତ ସରପଞ୍ଚ ପ୍ରାର୍ଥୀ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଠେମରା ଗ୍ରାମ ପଞ୍ଚାୟତର ଲକ୍ଷ୍ମୀକାନ୍ତ ବାଗ। ଯାହାଙ୍କର ପ୍ରଚାର ସମୟରେ ଭୋଟରଙ୍କୁ ଟଙ୍କା ବାଣ୍ଟୁଥିବା ଭିଡିଓ ଭାଇରାଲ ହୋଇଥିଲା। ଯାହା ପରେ ଜିଲ୍ଲା ପ୍ରଶାସନ ଥାନାରେ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି।

Advertisment

ଭାଇରଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ ଲକ୍ଷ୍ମୀକାନ୍ତ ପ୍ରଚାରକୁ ଯିବା ପାଇଁ ଲୋକେ ତାଙ୍କୁ ଫୁଲ ମାଳ ପିନ୍ଧାଇ ସ୍ୱାଗତ କରୁଛନ୍ତି। ଆଉ ଏହି ସୟମରେ ସେ ନିଜ ପକେଟରେ ବିଡ଼ା ବିଡ଼ା ୫୦୦ ଟଙ୍କିଆ ନୋଟ୍ ବାହାର କରିଥିଲେ ଏବଂ ଭୋଟରଙ୍କୁ ହାତକୁ ପାଞ୍ଚଶହ ଟଙ୍କା ବଢାଇଥିଲେ। ତେବେ ଏହାର ଭିଡିଓ ଖୋଦ୍ ଲକ୍ଷ୍ମୀକାନ୍ତ ବାଗ ନିଜର ୱାଟସଆପରେ ଷ୍ଟାଟସ ଦେଇଥିଲେ।

ତାଙ୍କ ହ୍ୱାଟ୍ସଆପରୁ କେହି ଜଣେ ଭିଡିଓକୁ ଡାଉନଲୋଡ କରି ଏହାକୁ ଭାଇରାଲ କରିଦେଇଥିଲେ। ଏନେଇ ଗତ ଜାନୁଆରୀ ୩୧ ତାରିଖ ଦିନ ଗଣମାଧ୍ୟମରେ ଖବର ପ୍ରସାରଣ କରାଯାଇଥିଲା। ତାପରେ ତତ୍ପରତା ଦେଖାଇଥିଲା ଜିଲ୍ଲା ପ୍ରଶାସନ। ପ୍ରଥମେ ବଙ୍ଗୋମୁଣ୍ଡା ତହସିଲଦାର ଓ ପରେ ଟିଟିଲାଗଡ ଉପଜିଲ୍ଲାପାଳ ଘଟଣାର ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ।

Advertisment

ରିପୋର୍ଟରୁ ଘଟଣାରେ ସତ୍ୟତା ଥିବା ଜଣାପଡିଥିଲା। ତାପରେ ଜିଲ୍ଲା ପ୍ରଶାସନ ତରଫରୁ ସରପଞ୍ଚ ପ୍ରାର୍ଥୀ ଲକ୍ଷ୍ମୀକାନ୍ତ ବାଗଙ୍କ ନାଁରେ ସିନ୍ଧେକେଲା ଥାନାରେ ଅଭିଯୋଗ ଦାଖଲ କରାଯାଇଛି। ଆଦର୍ଶ ଆଚରଣ ବିଧି ଏବଂ କୋଭିଡ୍ ଗାଇଡଲାଇନ ଉଲ୍ଲଙ୍ଘନ ଅଭିଯୋଗରେ ମାମଲା ଦାଖଲ କରାଯିବା ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏ ସଂପର୍କରେ କିନ୍ତୁ ପୁଲିସ କିମ୍ୱା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe