Advertisment

ପ୍ରେମ ପାଇଁ ଘର ଛାଡ଼ିଥିଲେ, ଏବେ ହରଡ଼ ଘଣାରେ

ଆଜକୁ ୭ ଦିନ ତଳେ ଉମାଶଙ୍କରଙ୍କ ସହିତ ପରୀ ଘର ଛାଡ଼ି ପଳାଇ ଆସିଥିଲେ। ପାଖରେ ଚାରଣିଟିଏ ନଥିବାରୁ ଚଳିବେ କେମିତି? ବାହା ହେବେ କେମିତି? ସେହି ଚିନ୍ତାରେ ପଡ଼ିଗଲେ ପ୍ରେମୀ ଯୁଗଳ।

author-image
Manoranjan Sial
Lover

Lover

ପରିବାର ଲୋକେ ରାଜି ହେଲେନି। ସେଥିପାଇଁ ଘର ଛାଡ଼ି ପଳାଇ ଆସିଥିଲେ ନାବାଳିକା ପ୍ରେମିକା ଓ ପ୍ରେମିକ। ବାହାହେବା ପାଇଁ ପାଖରେ ଟଙ୍କା ନଥିବାରୁ ସିମେଣ୍ଟ କାରଖାନାରେ କାମ କରୁଥିଲେ। ଏ ସମ୍ପର୍କରେ ଜାଣିପାରି ଓଡ଼ିଶା ପୁଲିସ୍‌ ସହାୟତାରେ ଛତିଶଗଡ଼ ପୁଲିସ୍‌ ପ୍ରେମିକା ଉଦ୍ଧାର କରିଥିବା ବେଳେ ପ୍ରେମିକଙ୍କୁ ଗିରଫ କରିଛି।

Advertisment

ନୂଆପଡା ଜିଲ୍ଲା ମାଗୁରପାନୀ ଗାଁର ଉମାଶଙ୍କର ମାଝୀ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ସେ ଛରା ଥାନା ପେଲମା ଗାଁର ପରୀ(ଛଦ୍ମନାମ)ଙ୍କୁ ଦିଲ୍‌ ଦେଇବସିଥିଲେ। ପରୀ ମଧ୍ୟ ରମାଶଙ୍କରଙ୍କ ପ୍ରେମରେ ପାଗଳ ହୋଇଥିଲେ। ଉଭୟ ଏନେଇ ପରିବାର ଲୋକଙ୍କୁ କହିଥିଲେ। ହେଲେ ପରିବାର ଲୋକେ ଏଥିରେ ରାଜି ହୋଇନଥିଲେ। ପ୍ରେମରେ ପ୍ରତିବନ୍ଧକ ସାଜିଥିଲା ପରିବାର। ଶେଷରେ ପ୍ରେମ ପାଇଁ ଘର ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ ପ୍ରେମୀ ଯୁଗଳ।

ଆଜକୁ ୭ ଦିନ ତଳେ ଉମାଶଙ୍କରଙ୍କ ସହିତ ପରୀ ଘର ଛାଡ଼ି ପଳାଇ ଆସିଥିଲେ। ପାଖରେ ଚାରଣିଟିଏ ନଥିବାରୁ ଚଳିବେ କେମିତି? ବାହା ହେବେ କେମିତି? ସେହି ଚିନ୍ତାରେ ପଡ଼ିଗଲେ ପ୍ରେମୀ ଯୁଗଳ। କିଛି ଉପାୟ ନପାଇ ବଲାଙ୍ଗିର ସହର ଉପକଣ୍ଠ ଛୁଇଁବନ୍ଧଠାରେ ଥିବା ଏକ ସିମେଣ୍ଟ ଇଟା କାରଖାନାରେ କାମ କରୁଥିଲେ।

Advertisment

ଅନ୍ୟପକ୍ଷରେ ଘରୁ ଝିଅ ପଳାଇ ଯାଇଥିବାରୁ ପରିବାର ଲୋକେ ଏନେଇ ଛରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ତଦନ୍ତ ବେଳେ ଉମାଶଙ୍କର ଓ ପରୀ ବଲାଙ୍ଗିର ସହର ଭିତରେ ଥିବା ଜାଣିବାକୁ ପାଇଥିଲା ପୁଲିସ୍‌। ଏହା ପରେ ଅର୍ଥାତ ୩ ଦିନ ତଳେ ଛତିଶଗଡ଼ ପୁଲିସ ବଲାଙ୍ଗିର ସହରରେ ଡେରା ପକାଇଥିଲା। ସ୍ଥାନୀୟ ପୁଲିସ୍‌ ସହାୟତାରେ ଆଜି ଛତିଶଗଡ଼ ପୁଲିସ ପ୍ରେମୀ ଯୁଗଳଙ୍କୁ କାବୁ କରିଥିଲା। ପୁଲିସ୍‌ ନାବାଳିକାକୁ ଉଦ୍ଧର କରିଥିବା ବେଳେ ଉମାଶଙ୍କରଙ୍କୁ ଗିରଫ କରିଛି।

ରିପୋର୍ଟ-ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Balangir Balangir Love Birds Balangir Police