Advertisment

କାର ଭିତରୁ ମିଳିଲା ଶିଶୁପୁତ୍ରର ମୃତଦେହ

ଆଜି ସନ୍ଧ୍ୟାରେ ଘଣ୍ଟବାହାଲି ଗାଁ ମଝିରେ ପାର୍କ ହୋଇଥିବା ଏକ କାର ଭିତରୁ ନାବାଳକର ମୃତଦେହ ଉଦ୍ଧାର ହୋଇଥିଲା।

author-image
Manoranjan Sial
Car

Car

ପୁଣି କାର ଭିତରୁ ଉଦ୍ଧାର ହେଲା ନାବାଳକର ମୃତଦେହ। ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ। କାର ଭିତରୁ ୭ ବର୍ଷୀୟ ଛାତ୍ରର ମୃତଦେହ ଉଦ୍ଧାର ହେବା ପରେ, ମୃତ୍ୟୁର କାରଣକୁ ନେଇ ଅସ୍ପଷ୍ଟ ରହିଛି।

Advertisment

ଆଜି ସନ୍ଧ୍ୟାରେ ଘଣ୍ଟବାହାଲି ଗାଁ ମଝିରେ ପାର୍କ ହୋଇଥିବା ଏକ କାର ଭିତରୁ ନାବାଳକର ମୃତଦେହ ଉଦ୍ଧାର ହୋଇଥିଲା। ସନ୍ଧ୍ୟା ୫ଟା ବେଳେ ଗାଡ଼ି ମାଲିକ ଜୋଗେଶ ଛତର ଟିଟିଲାଗଡ଼ ଯିବା ପାଇଁ ଗାଡ଼ି ଖୋଲିବା ସମୟରେ ମୃତଦେହ ଦେଖି ଭୟଭୀତ ହୋଇଯାଇଥିଲେ। ପରେ ପାଖ ଲୋକଙ୍କୁ ଡାକିଥିଲେ। ମୃତ ନାବାଳକର ପରିବାର ଲୋକେ ଏହାକୁ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଗାଡ଼ି ମାଲିକ ଏହାକୁ ଏକ ଦୁର୍ଘଟଣା ବୋଲି କହିବା ସହିତ ଛାତ୍ର ଜଣକ ନିଜକୁ କାର୍ ଭିତରେ ଲକ କରି ଦେଇଥିବାରୁ ଗରମରେ ତାଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରିଛନ୍ତି।

ପୁଲିସ ଘଟଣା ସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

Balangir