Advertisment

କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

ବେଲପାହାଡ଼ରୁ ବିଜୟୱାଡ଼ାକୁ ଯାଉଥିଲା କୋଇଲା ବୋଝେଇ ଟ୍ରେନ।

Fire

Fire

Advertisment

କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ। ଷ୍ଟେସନରେ ଛିଡ଼ା ହୋଇଥିବା ବେଳେ ହଠାତ୍‌ ଟ୍ରେନ୍‌ରୁ ବାହାରିଛି ଧୂଆଁ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବଲାଙ୍ଗିର ରେଳ ଷ୍ଟେସନରେ ଆଜି ଏମିତି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ, ବେଲପାହାଡ଼ରୁ ବିଜୟୱାଡ଼ାକୁ ଯାଉଥିଲା କୋଇଲା ବୋଝେଇ ଟ୍ରେନ।

Advertisment

ତେବେ ଟ୍ରେନଟି କିଛି ସମୟ ପାଇଁ ବଲାଙ୍ଗିର ରେଳ ଷ୍ଟେସନ ଅଟକିଥିଲା। ଏହି ସମୟରେ ଟ୍ରେନର ଗୋଟିଏ ବଗିରୁ ଧୂଆଁ ବାହାରୁଥିବା କିଛି ଲୋକ ଦେଖିବାକୁ ପାଇଥିଲେ। ସେମାନେ ତୁରନ୍ତ ଏହି ଖବର ଷ୍ଟେସନ ମ୍ୟାନେଜରଙ୍କୁ ଜଣାଇଥିଲେ। ବଗିରେ କୋଇଲା ବୋଝେଇ ହୋଇଥିବାରୁ ନିଆଁ ଭୟଙ୍କର ରୂପ ନେବ ବୋଲି ଆଶଙ୍କା କରି ଷ୍ଟେସନ ମ୍ୟାନେଜେର ତୁରନ୍ତ ଦମକଳ ବାହିନୀକୁ ଖବର ଦେଇଥିଲେ।

ଅଗ୍ନିଶମ କର୍ମଚାରୀମାନେ ମଧ୍ୟ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ। ଦୀର୍ଘ ସମୟର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ତେବେ କେଉଁ ପରିସ୍ଥିତିରେ ନିଆଁ ଲାଗିଲା, ସେକଥା ଜଣାପଡ଼ିନି। ରେଳବାଇ ଅଧିକାରୀ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଘଟଣାର ଯାଞ୍ଚ ଆରମ୍ଭ କରାଯାଇଛି।

Advertisment
Train Accident Balangir Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe