Advertisment

ଛାତ୍ରୀ ମୃତ୍ୟୁ ଘଟଣାର ଟେର୍‌ ପାଉନି ପୁଲିସ୍‌, ବଢ଼ୁଛି ଅସନ୍ତୋଷ

ଅଭିଯୋଗକୁ ଭିତ୍ତିକରି ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ପୁଲିସ୍‌ ମୃତ୍ୟୁର କାରଣ ଜାଣିପାରି ନାହିଁ। ଯାହାକୁ ନେଇ ପରିବାର ଲୋକ ଓ କଲେଜର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Ranju

Ranju

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଜବାହର ଲାଲ କଲେଜ ଛାତ୍ରୀ ରଞ୍ଜୁ ଦଣ୍ଡସେନାଙ୍କ ମୃତ୍ୟୁ ଘଟଣାକୁ ୭ ଦିନ ବିତି ଗଲାଣି। ହେଲେ ଆଜି ସୁଦ୍ଧା ପୁଲିସ ତାଙ୍କ ମୃତ୍ୟୁ ପଛର କାରଣ ସଂପର୍କରେ ଟେର ପାଉନି। ଯାହାକୁ ନେଇ ପରିବାର ଲୋକ ଅସନ୍ତୋଷବ୍ୟକ୍ତ କରିଛନ୍ତି। ଆଜି ଛାତ୍ରୀଙ୍କ ସହପାଠୀମାନେ ଉପଜିଲ୍ଲାପାଳଙ୍କ ଅଫିସ୍‌ ଘେରାଉ କରିଥିଲେ। ପରେ ୪ ଦଫା ସମ୍ୱଳିତ ଦାବିପତ୍ର ସେମାନେ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ।

Advertisment

ଦେଓଗାଁ ଥାନା ଜୁମେରପିଟା ଗାଁର ରଞ୍ଜୁ ଦଣ୍ଡସେନା ପାଟଣାଗଡ଼ରେ ରହି ଜବାହର ଲାଲ କଲେଜର ଯୁକ୍ତ ତିନିର ଶେଷ ବର୍ଷରେ ପଢ଼ୁଥିଲେ। ହେଲେ ଗତ ୩୦ ତାରିଖରେ ଗଙ୍ଗାସାଗର ଗାଁରେ ଏକ ଗଛରେ ତାଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ଗାଁ ଲୋକଙ୍କଠାରୁ ଖବର ପାଇ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଝିଅକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣି ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତିକରି ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ପୁଲିସ୍‌ ମୃତ୍ୟୁର କାରଣ ଜାଣିପାରି ନାହିଁ। ଯାହାକୁ ନେଇ ପରିବାର ଲୋକ ଓ କଲେଜର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଆଜି କଲେଜର ଛାତ୍ରଛାତ୍ରୀମାନେ ଉପଜିଲ୍ଲାପାଳଙ୍କ ଅଫିସ୍‌ ଘେରାଉ କରିବା ସହିତ ୪ ଦଫା ସମ୍ୱଳିତ ଦାବିପତ୍ର ପ୍ରଦାନ କରିଥିଲେ।

Advertisment

ରିପୋର୍ଟ-ପାଟଣାଗଡ଼ରୁ କରୁଣାକର ବୁଡେକ୍‌

Balangir Crime Story