Advertisment

ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଗିରଫ

କଣ୍ଟାବାଞ୍ଜି ପୁଲିସ ତାଙ୍କୁ ଗିରଫ କରି ବେଲପଡା ଥାନାରେ ପଚରାଉଚରା କରୁଥିବା ସୂଚନା ମିଳିଛି। ସେଜି ସିଂଙ୍କ ବିରୋଧରେ ଆଇପିସିର ଧାରା ୩୮୪, ୫୦୬, ୩୫୩ ଓ ଆର୍ମସ୍ ଆକ୍ଟ ଲାଗିଛି।

ଅଦ୍ୟତନ ହୋଇଛି
 MLA Santosh Singh Saluja son

MLA Santosh Singh Saluja son

Advertisment

କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂ ସାଲୁଜାଙ୍କୁ ଗତକାଲି ରାତିରେ ପୁଲିସ ଗିରଫ କରିଛି। ସ୍ଥାନୀୟ ସିନେମା ହଲରେ ଗଣ୍ଡଗୋଳ ଏବଂ ଭଙ୍ଗାରୁଜା କରିବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି। ପୁଲିସ ତାଙ୍କୁ ଗିରଫ କରି ବେଲପଡା ଥାନାରେ ପଚରାଉଚରା କରୁଥିବା ସୂଚନା ମିଳିଛି। ସେଜି ସିଂଙ୍କ ବିରୋଧରେ ଆଇପିସିର ଧାରା ୩୮୪, ୫୦୬, ୩୫୩ ଓ ଆର୍ମସ୍ ଆକ୍ଟ ଲାଗିଛି।

Advertisment

ଗତକାଲି ସାଲୁଜାଙ୍କ ପୁଅ ସେଜି କଣ୍ଟାବାଞ୍ଜିରେ ଥିବା ‘ଆଲିସାନ’ ସିନେମା ହଲ୍‌କୁ ଫିଲ୍ମ ଦେଖିବା ପାଇଁ ସାଙ୍ଗମାନଙ୍କ ସହ ଯାଇଥିଲେ। କୌଣସି କାରଣ ପାଇଁ ସିନେମା ହଲ୍‌ ମାଲିକଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା। ଏନେଇ ନେଇ ସିନେମା ହଲ୍ ମାଲିକ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପାଇଁ ଚେଷ୍ଟା କରିଥିଲା। ପୁଲିସଙ୍କ ସହ ମଧ୍ୟ ସାଲୁଜାଙ୍କ ପୁ‌ଅର ଯୁକ୍ତିତର୍କ ହୋଇଥିଲା। କିଛି ସମୟ ପୁଲିସ ଓ ସାଲୁଜାଙ୍କ ପୁଅଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ସାଲୁଜାଙ୍କ ପୁଅ ନିଜ ଘରକୁ ପଳାଇଥିଲେ। 

ପରେ ସେହି ରାତିରେ ସିନେମା ହଲ୍‌ ମାଲିକ ସାଲୁଜାଙ୍କ ପୁଅଙ୍କ ନାଁ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ଗତକାଲି ରାତିରେ ସାଲୁଜାଙ୍କ ପୁଅକୁ ଗିରଫ କରିଥିଲା। ଏହାସହ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ସେଜି ସିଂଙ୍କ ଜିମ୍‌ରେ ପୁଲିସ ଚଢ଼ାଉ କରି  ନଗଦ ୧୯ ଲକ୍ଷ ଟଙ୍କା  ଓ ବିଭିନ୍ନ ବ୍ରାଣ୍ଡର ୧୭ ଲିଟର ମଦ ଜବତ କରିଛି। ସିନେମା ହଲ୍‌ରେ ଗଣ୍ଡଗୋଳ ବେଳର ଭିଡିଓ ସୋଶାଲ ମିଡ଼ିଆରେ ଭାଇରାଲ ହେଉଛି।

Advertisment

କାହିଁକି ସିନେମା ହଲ୍‌ ମାଲିଙ୍କ ସହ ବିଧାୟକଙ୍କ ପୁଅର ଗଣ୍ଡଗୋଳ ଘଟିଲା, ଘଟଣା ପଛର କାରଣ କ’ଣ, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଏନେଇ ସନ୍ତୋଷ ସିଂ ସାଲୁଜା କୌଣସି ପ୍ରତିକ୍ରିୟା ଦେଇ ନଥିବା ବେଳେ ସାଲୁଜାଙ୍କ ପୁଅ ସେଜି ସିଂଙ୍କ ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Mla Son Arrested
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe