Advertisment

୨୨ରେ ମୁଖ୍ୟମନ୍ତ୍ରୀଙ୍କ ଟିଟିଲାଗଡ଼ ଗସ୍ତ, କଂଗ୍ରେସର ବିରୋଧ

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ଆସନ୍ତା ୨୨ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିଟିଲାଗଡ ଗସ୍ତ କରିବାର କାର୍ଯକ୍ରମ ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଟିଟିଲାଗଡ଼ରେ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ କରିବେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ କଂଗ୍ରେସ ଦଳ ବିରୋଧ କରିବ ବୋଲି ଘୋଷଣା କରିଛି। ରାଜ୍ୟ ସରକାର ଟିଟିଲାଗଡକୁ ଜିଲ୍ଲା ଘୋଷଣା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ଯେଉଁ ହସ୍ପିଟାଲ ଅଛି, ସେସବୁଥିରେ ଡାକ୍ତର ପଦବୀ ଖାଲି […]

୨୨ରେ ମୁଖ୍ୟମନ୍ତ୍ରୀଙ୍କ ଟିଟିଲାଗଡ଼ ଗସ୍ତ, କଂଗ୍ରେସର ବିରୋଧ

titilagarh

Advertisment

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ଆସନ୍ତା ୨୨ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିଟିଲାଗଡ ଗସ୍ତ କରିବାର କାର୍ଯକ୍ରମ ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଟିଟିଲାଗଡ଼ରେ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ କରିବେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ କଂଗ୍ରେସ ଦଳ ବିରୋଧ କରିବ ବୋଲି ଘୋଷଣା କରିଛି। ରାଜ୍ୟ ସରକାର ଟିଟିଲାଗଡକୁ ଜିଲ୍ଲା ଘୋଷଣା କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

Advertisment

ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ଯେଉଁ ହସ୍ପିଟାଲ ଅଛି, ସେସବୁଥିରେ ଡାକ୍ତର ପଦବୀ ଖାଲି ରହିଥିବା ବେଳେ X Ray ମେଶିନ କାର୍ଯ୍ୟକ୍ଷମ ହେଉନାହିଁ। ସେଭଳି ଟିଟିଲାଗଡ଼ରେ ଅନେକ ସ୍ଥାନରେ ଭିତ୍ତିଭୂମି ଓ ଜଳସେଚନର ଅଭାବ, ପାନୀୟ ଜଳ ଯୋଗାଣ ବିଫଳ ଭଳି ଅନେକ ସମସ୍ୟା ରହିଛି। କିନ୍ତୁ ରାଜ୍ୟ ସରକାର କୌଣସି ସମସ୍ୟା ଉପରେ ଦୃଷ୍ଟି ଦେଉନଥିବା କଂଗ୍ରେସ ଅଭିଯୋଗ କରିଛି।

ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ ନାଁରେ ଲୋକଙ୍କୁ ଭୂଆଁ ବୁଲାଉଥିବା କଂଗ୍ରେସ ଅଭିଯୋଗ ଆଣିଛି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ଏଭଳି କାର୍ଯକ୍ରମକୁ ଟିଟିଲାଗଡ କଂଗ୍ରେସ ଦଳ ବିରୋଧ କରୁଛି ବୋଲି ଟିଟିଲାଗଡ ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂହ ଭୋଇ ଏକ ପ୍ରେସମିଟରେ କହିଛନ୍ତି। ସୁରେନ୍ଦ୍ର ସିଂହ ଭୋଇଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଟିଟିଲାଗଡ଼ ବିଧାୟକ ଓ ମନ୍ତ୍ରୀ ଟୁକୁନୀ ସାହୁ।

Advertisment

ଟୁକୁନୀ ସାହୁ କହିଛନ୍ତି, ବିଜୁ ଜନତା ଦଳ କାମରେ ବିଶ୍ୱାସ ରଖେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ୱାରା ଗାଁର ଗରିବ ଶ୍ରେଣୀର ଲୋକେ ଲାଭବାନ ହେବେ। ଏହି ଯୋଜନା ଅନୁସାରେ ମହିଳାଙ୍କ ପାଇଁ ୧୦ ଲକ୍ଷ ଓ ପୁରୁଷଙ୍କ ପାଇଁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ରହିଛି। ଏଥିରେ ମଧ୍ୟ ୨୨ଟି ହସ୍ପିଟାଲରେ ଚିକିତ୍ସାର ସୁବିଧାର ରହିଛି। ସେଭଳି ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ଅନେକ ବିକାଶ କାର୍ଯ୍ୟ ଚାଲିଥିବା ଟୁକୁନୀ ସାହୁ ସୂଚନା ଦେଇଛନ୍ତି। ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ପ୍ରତି ସମର୍ଥନ ରହିଛି। ହେଲେ ରାଜ୍ୟ ସରକାର ଉଚିତ ସମୟରେ ଏହା ଉପରେ ପଦକ୍ଷେପ ନେବେ ବୋଲି କହିଛନ୍ତି ମନ୍ତ୍ରୀ ଟୁକୁନୀ ସାହୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe