Advertisment

ଧାନ ମଣ୍ଡିରେ ମହାଘୋଟାଲା

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଳାରେ ୮୦ ଶତକଡା ଲୋକ ଚାଷୀ ।  ଆଉ ଚାଷୀଙ୍କ ଭିତରୁ ଅଧିକାଂଶ ଧାନଚାଷ ଉପରେ ନିର୍ଭର କରନ୍ତି ।  ଜଳସେଚନର ଅଭାବ ଯୋଗୁଁ, ବର୍ଷକ ଥରୁଟିଏ  ଧୋଇମରୁଡିର ଦାଉ ସହି, ଧାରକରଜ କରି ଅମଳ କରିଥାନ୍ତି । କିନ୍ତୁ ମଣ୍ଡିରେ ଧାନବିକ୍ରୀ ପାଇଁ ଦହଗଂଜ ଚାଷୀ । ଧାନବିକ୍ରୀ ହେଇପାରୁନଥିବାରୁ ସାହୁକାରର ଧାରଉଧାର ସୁଜିନପାରି, ହଇରାଣ ହରକତ ହେଉଛନ୍ତି ଚାଷୀ। କାରଣ ମଣ୍ଡିରେ ବିଭିନ୍ନ ଉପାୟରେ ଦାୟିତ୍ୱରେ ଥିବା ଅଧିକାରୀ, କର୍ମଚାରୀ […]

ଧାନ ମଣ୍ଡିରେ ମହାଘୋଟାଲା

tnb

Advertisment

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଳାରେ ୮୦ ଶତକଡା ଲୋକ ଚାଷୀ ।  ଆଉ ଚାଷୀଙ୍କ ଭିତରୁ ଅଧିକାଂଶ ଧାନଚାଷ ଉପରେ ନିର୍ଭର କରନ୍ତି ।  ଜଳସେଚନର ଅଭାବ ଯୋଗୁଁ, ବର୍ଷକ ଥରୁଟିଏ  ଧୋଇମରୁଡିର ଦାଉ ସହି, ଧାରକରଜ କରି ଅମଳ କରିଥାନ୍ତି । କିନ୍ତୁ ମଣ୍ଡିରେ ଧାନବିକ୍ରୀ ପାଇଁ ଦହଗଂଜ ଚାଷୀ । ଧାନବିକ୍ରୀ ହେଇପାରୁନଥିବାରୁ ସାହୁକାରର ଧାରଉଧାର ସୁଜିନପାରି, ହଇରାଣ ହରକତ ହେଉଛନ୍ତି ଚାଷୀ। କାରଣ ମଣ୍ଡିରେ ବିଭିନ୍ନ ଉପାୟରେ ଦାୟିତ୍ୱରେ ଥିବା ଅଧିକାରୀ, କର୍ମଚାରୀ ଶୋଷଣ କରୁଥିବାର ମାଳ ମାଳ ଅଭିଯୋଗ ଆସିଛି। ବର୍ତ୍ତମାନ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଳାରେ ଦଶଜଣ ମଣ୍ଡି କର୍ମଚାରୀ କର୍ଯ୍ୟରୁ ନିଲମ୍ବିତ ହେଲେଣି । ହେଲେ ସୁଧୁରୁନି ବ୍ୟବସ୍ଥା।  କେଉଁଠି ଦଲାଲ ନାଁରେ ଚାଷୀ ପରିଚୟ ପତ୍ର ତିଆରି କରାଯାଇଛି, ତ ଆଉ କେଉଁଠି ଅଧ୍ୟାପକଙ୍କୁ ନକଲି ଚାଷୀ ସଜାଇ, ମଣ୍ଡିରେ ଧାନବିକ୍ରୀ ହୋଇଛି । ଏପରିକି ଅନୂପଯୋଗୀ ଜମିକୁ ଚାଷ ଜମି ଦର୍ଶାଇ ନକଲି ଚାଷୀ ନାଁରେ ବିକ୍ରୀ ହେଉଛି ଶହ ଶହ କ୍ୱିଣ୍ଟାଲ ଧାନ।

Advertisment

ବଲାଙ୍ଗିର ଜିଲ୍ଳା ପାଟଣାଗଡ ବ୍ଳକ ଭଇଁଷା ଜ୍ୟୋତିବିକାଶ କଲେଜର ଅଧ୍ୟାପକ  ଜୀତେନ୍ଦ୍ର ଦାସ।  ଛାତ୍ରଛାତ୍ରୀଙ୍କୁ ପାଠ ପଢାଇ, ଉତ୍ତମ ଶିକ୍ଷା ଦେଇ ଭଳ ମଣିଷ କରାଇବା ତାଙ୍କ କାମ।  କିନ୍ତୁ ବାବୁ ଜଣକ ଟଙ୍କା ଲୋଭର ନକଲି ଚାଷୀ ସାଜି ମଣ୍ଡି ମହାଦୁର୍ନିତୀର କାର୍ପଟଦାର ସାଜିଛନ୍ତି।  ଓଡିଶା ସରକାରଙ୍କ ଫୁଡ ପୋର୍ଟାଲର ଡକ୍ୟୁମେଣ୍ଟରେ  ଚାଷୀଙ୍କ ନାଁରେ ଅଧ୍ୟାପକଙ୍କ ନାଁ ଜୀତେନ୍ଦ୍ର ଦାସ ଲେଖାଯାଇଛି । ଦୁଇଟି ଟୋକନରେ ଅଧ୍ୟାପକ ବିକ୍ରୀ କରିଛନ୍ତି ପ୍ରାୟ ଦୁଇ ଶହ କ୍ୱିଣ୍ଟାଲ ଧାନ।  ଏବେ ଫୁଡପୋର୍ଟାଲର ଡକ୍ୟୁମେଣ୍ଟ ନମ୍ବର-୨ କୁ ଦେଖିଲେ  ଅଧ୍ୟାପକ ମହାଶୟ ପୁଇଁନ୍ତଲା ବ୍ଳକ ଠେଲକୋମୁଣ୍ଡା ଗାଁର କବରସିଂହ କହଁର ନାମକ ଜଣେ ଚାଷୀଙ୍କ ଖାତା ନମ୍ବର ଏବଂ ପ୍ଳଟ ନମ୍ବର ଦେଇ ନିଜେ ଧାନ ବିକ୍ରୀ କରିଛନ୍ତି  । ନିଜକୁ ଜମି ମାଲିକଙ୍କ ପୁଅ ବୋଲି ଉଲ୍ଲେଖ କରିଛନ୍ତି ସେ।

କେବଳ ଅଧ୍ୟାପକ ନୁହନ୍ତି, ଖୋଦ ଭଇଁଷା ଧାନମଣ୍ଡିର  ଡାଟା ଏଣ୍ଟ୍ରିଅପରେଟର ଲଲିତ ମୋହନ ସାହୁ ମଧ୍ୟ ସମାନ ଢଙ୍ଗରେ ଠକେଇ କରିଛନ୍ତି । ଖପ୍ରାଖୋଲ ବ୍ଳକ ଧଣ୍ଡାମୁଣ୍ଡା ଗାଁର ଚାଷୀ ମହାଦେବ ପଧାନଙ୍କର ଚାଷ ଜମିର ଦଲିଲି ଦସ୍ତାବିଜ ଦେଇ ଏ ମହାଶହ ଜଣକ ୬୦ କ୍ୱିଣ୍ଟାଲ ଧାନ ବିକ୍ରୀ କରିଛନ୍ତି । ନିଜକୁ ଚାଷୀଙ୍କର ନାତି ବୋଲି ଲେଖିଛନ୍ତି । ଗୋଟିଏ କି ଦୁଇଟି ନୁହେଁ, ମଣ୍ଡିର ଅଧିକାରୀ ଓ କର୍ମଚାରୀ, ଦଲାଲ ମାନଙ୍କ ଶହ ମିଶି ଶହ ଶହ ଚାଷୀଙ୍କ ଜମିର ଦଲିଲ ଦସ୍ତାବିଜକୁ ବ୍ୟବହାର କରି ଲକ୍ଷ ଲକ୍ଷ ଟଙ୍କାର ଘୋଟାଲା କରିଛନ୍ତି । ପୂରା ଦୁର୍ନିତୀର ଉଚ୍ଚସ୍ତରୀୟ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି କୃଷକ ନେତା।  ସେପଟେ ସଂପାଦକ ଓ ଡାଟା ଏଣ୍ଟ୍ରି ଅପରେଟର ଦୁର୍ନିତୀ ହୋଇନାହିଁ ବୋଲି ସଫେଇ ଦେଇଥିବା ବେଳେ ଅଧ୍ୟାପକ ମହାଶୟ ଲୁଚି ବୁଲୁଛନ୍ତି  । ସେହିପରି ବେଳପଡା ବ୍ଳକ ୟୁବା ଧାନମଣ୍ଡିର ମହାଦୁର୍ନିତୀ ଉପରେ  ମଣ୍ଡିରେ ଖୋଦ ସଂପାଦକ ଓ ଡାଟା ଏଣ୍ଟ୍ରି ଅପରେଟର ମହାଘୋଟାଲା କରି ମାଲେମାଲ ହୋଇଛନ୍ତି।

Advertisment

ଖୋଦ ନିଜେ ପେକ୍ସର ସଂପାଦକ  ଚିନ୍ତାମଣି ମଲ୍ଳିକ ଚାଷୀ ସାଜି ୧୬୫ କ୍ୱିଣ୍ଟାଲ ଧାନ ବିକ୍ରୀ କରିଛନ୍ତି।  ସଂପାଦକ କିନ୍ତୁ ଦଲିଲି ଦସ୍ତାବିଜ ବ୍ୟବହାର କରିଛନ୍ତି ବିଲେଇମରାର ଚାଷୀ ସୁରସିଂ ବରିହାଙ୍କର।  ସୁରସିଂଙ୍କର ସେ ସଂର୍ପକରେ ନାତି ବୋଲି ଉଲ୍ଳେଖ କରିଛନ୍ତି  । କିନ୍ତୁ ସଂପାଦକ, ଚାଷୀଙ୍କ ୩୩ ନମ୍ବର ଖାତାର ୩୧୯ ନମ୍ବର ପ୍ଳଟରେ ଧାନ ଚାଷ ହୋଇଥିବା ଉଲ୍ଲେଖ କରିଛନ୍ତି । ହେଲେ ସରକାରଙ୍କ ଭୁଲେଖ ୱେବ ସାଇଟକୁ ଦେଖିଲେ, ୩୧୯ ନମ୍ବର ପ୍ଳଟ ଆଟମାମୁଲି ବୋଲି ଲେଖାଯାଇଛି । ଆଟମାମୁଲିରେ କେବେ ଧାନ ଚାଷ ହୋଇପାରିବନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe