Advertisment

ହସ୍ପିଟାଲରେ ସେଲିବ୍ରେଟ୍ ହେଲା ୯୩ ବର୍ଷୀୟ କୋଭିଡ୍ ଆକ୍ରାନ୍ତଙ୍କ ଜନ୍ମଦିନ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ମହାମାରୀ କରୋନା କାହାକୁ ବି ଛାଡ଼ୁନାହିଁ। ପିଲା ଠାରୁ ବୁଢା ଯାଏ ସମସ୍ତଙ୍କୁ ସଂକ୍ରମିତ କରୁଛି। କରୋନା ରୋଗରେ ଆକ୍ରାନ୍ତ ହେବା ପରେ ରୋଗୀଙ୍କର ମାନସିକ ଅବସାଦ ବଢ଼ିଯାଉଛି। ଯାହାକି ଡାକ୍ତର ମାନଙ୍କ ଚିନ୍ତାର କାରଣ ପାଲଟିଛି। ତେଣୁ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ମାନସିକ ଚିନ୍ତା ଦୂର କରିବା ପାଇଁ କେଉଁଠି ଡାକ୍ତର ମାନେ ଗୀତ ଗାଉଛନ୍ତି, ତ ପୁଣି କେଉଁଠି ନୃତ୍ୟ କରୁଛନ୍ତି। ଏବେ କିନ୍ତୁ ବଲାଙ୍ଗିର କିମ୍ସ […]

ହସ୍ପିଟାଲରେ ସେଲିବ୍ରେଟ୍ ହେଲା ୯୩ ବର୍ଷୀୟ କୋଭିଡ୍ ଆକ୍ରାନ୍ତଙ୍କ ଜନ୍ମଦିନ

corona-patient

Advertisment

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ମହାମାରୀ କରୋନା କାହାକୁ ବି ଛାଡ଼ୁନାହିଁ। ପିଲା ଠାରୁ ବୁଢା ଯାଏ ସମସ୍ତଙ୍କୁ ସଂକ୍ରମିତ କରୁଛି। କରୋନା ରୋଗରେ ଆକ୍ରାନ୍ତ ହେବା ପରେ ରୋଗୀଙ୍କର ମାନସିକ ଅବସାଦ ବଢ଼ିଯାଉଛି। ଯାହାକି ଡାକ୍ତର ମାନଙ୍କ ଚିନ୍ତାର କାରଣ ପାଲଟିଛି। ତେଣୁ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ମାନସିକ ଚିନ୍ତା ଦୂର କରିବା ପାଇଁ କେଉଁଠି ଡାକ୍ତର ମାନେ ଗୀତ ଗାଉଛନ୍ତି, ତ ପୁଣି କେଉଁଠି ନୃତ୍ୟ କରୁଛନ୍ତି। ଏବେ କିନ୍ତୁ ବଲାଙ୍ଗିର କିମ୍ସ କୋଭିଡ ହସପିଟାଲରୁ ଆସିଛି ଭିନ୍ନ ଏକ ଚିତ୍ର।

Advertisment

ଜଣେ କରୋନା ଆକ୍ରାନ୍ତ ବୃଦ୍ଧଙ୍କର ୯୩ତମ ଜନ୍ମଦିବସ ପାଳନ କରିଛନ୍ତି ହସ୍ପିଟାଲର ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀ। ଗତ ୬ ତାରିଖରେ କରୋନା ଆକ୍ରାନ୍ତ ହୋଇ କିମ୍ସ କୋଭିଡ ହସପିଟାଲରେ ଭର୍ତ୍ତି ହୋଇଥିଲେ ଏହି ବୃଦ୍ଧ। ସେ ବର୍ତ୍ତମାନ ହାଇ ଅକ୍ସିଜେନରେ ଅଛନ୍ତି। କିନ୍ତୁ କରୋନାକୁ ହରାଇବା ପାଇଁ ତାଙ୍କର ମନୋବଳ ପୂରା ଦୃଢ଼ ରହିଛି। ଯେତେବେଳେ ଜଣାପଡିଲା ଯେ ଆଜି ତାଙ୍କର ଜନ୍ମଦିନ। ତୁରନ୍ତ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଜନ୍ମଦିନ ପାଳନରେ ଲାଗିପଡିଲେ ହସ୍ପିଟାଲ କର୍ତ୍ତୃପକ୍ଷ।

ବେଡ୍ ନିକଟରେ କେକ୍ ରଖି, ବେଲୁନ ବାନ୍ଧି, ମୁଣ୍ଡରେ କ୍ୟାପ୍ ପିନ୍ଧାଇ ବାର୍ଥ ଡେ ସେଲିବ୍ରେସନ କରାଗଲା। ଡାକ୍ତର ଓ ଅନ୍ୟାନ୍ୟ ଷ୍ଟାଫ୍ ପିପିଇ କିଟ୍ ପିନ୍ଧି ବାର୍ଥ ଡେ’ ସେଲିବ୍ରେସନରେ ଭାଗ ନେଇଥିଲେ। ଏପରି କରିବା ଦ୍ୱାରା ୯୩ ବର୍ଷୀୟ ବୃଦ୍ଧଙ୍କ ମନୋବଳ ଦୃଢ ହେବା ସହିତ ସେ କରୋନାକୁ ହରାଇପାରିବେ ବୋଲି ହସପିଟାଲ ତରଫରୁ ସୂଚନା ଦିଆଯାଇଛି।

Advertisment

କରୋନାରେ ଆକ୍ରାନ୍ତ ହୋଇ ଵଲାଙ୍ଗିର କିମ୍ସ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଭିତରେ ଏହି ବୃଦ୍ଧ ଜଣକ ହେଉଛନ୍ତି ସବୁଠାରୁ ବୟସ୍କ ବ୍ୟକ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe