Advertisment

ବଲାଙ୍ଗିରରୁ ଆସିଛି ବିକଳ ଚିତ୍ର, କାର ଭିତରେ ଅକ୍ସିଜେନ୍ ସିଲିଣ୍ଡର୍ ସହ କୋଭିଡ୍ ରୋଗୀ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର) ରାଜ୍ୟରେ କୋଭିଡ୍ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ  କେମିତି ହେବ ଏତେ ସଂଖ୍ୟକ ରୋଗୀଙ୍କ ଚିକିତ୍ସା ତାକୁ ନେଇ ଚିନ୍ତା ବଢିଛି।  ବିଶେଷ କରି ଛତିଶଗଡ଼ ସୀମାବର୍ତ୍ତୀ ୧୦ଟି ଜିଲ୍ଲାରେ ସଙ୍ଗୀନ ହେଲାଣି ସ୍ଥିତି।  ଏଭଳି ସମୟରେ ବଲାଙ୍ଗିର ଭୀମଭୋଇ ମେଡିକାଲରୁ ଆସିଛି ଛାତି ଥରାଇଦେଲା ଭଳି ଚିତ୍ର । କୋଭିଡ୍ ଆଇସୋଲେସନ୍ ଓ୍ୱାର୍ଡ ଭିତର ଓ ବାହାର ଚିତ୍ର ଦେଖିଲେ ଆପଣ ବିଚଳିତ ହୋଇପଡ଼ିବେ।  ଏଠାରେ ୧୦୦ରୁ ବି କମ୍ ବେଡ୍ […]

ବଲାଙ୍ଗିରରୁ ଆସିଛି ବିକଳ ଚିତ୍ର, କାର ଭିତରେ ଅକ୍ସିଜେନ୍ ସିଲିଣ୍ଡର୍ ସହ କୋଭିଡ୍ ରୋଗୀ

6nb

Advertisment

ବଲାଙ୍ଗିର(ଓଡ଼ିଶା ରିପୋର୍ଟର) ରାଜ୍ୟରେ କୋଭିଡ୍ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ  କେମିତି ହେବ ଏତେ ସଂଖ୍ୟକ ରୋଗୀଙ୍କ ଚିକିତ୍ସା ତାକୁ ନେଇ ଚିନ୍ତା ବଢିଛି।  ବିଶେଷ କରି ଛତିଶଗଡ଼ ସୀମାବର୍ତ୍ତୀ ୧୦ଟି ଜିଲ୍ଲାରେ ସଙ୍ଗୀନ ହେଲାଣି ସ୍ଥିତି।  ଏଭଳି ସମୟରେ ବଲାଙ୍ଗିର ଭୀମଭୋଇ ମେଡିକାଲରୁ ଆସିଛି ଛାତି ଥରାଇଦେଲା ଭଳି ଚିତ୍ର ।

Advertisment

କୋଭିଡ୍ ଆଇସୋଲେସନ୍ ଓ୍ୱାର୍ଡ ଭିତର ଓ ବାହାର ଚିତ୍ର ଦେଖିଲେ ଆପଣ ବିଚଳିତ ହୋଇପଡ଼ିବେ।  ଏଠାରେ ୧୦୦ରୁ ବି କମ୍ ବେଡ୍ ଥିବା ବେଳେ, ଚିକିତ୍ସା ହେବାକୁ ଆସିଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁ ଅଧିକ ।

ବେଡ୍ ନପାଇ ଅନେକ ତଳେ ଶୋଇଥିବା ବେଳେ ଓ୍ୱାର୍ଡ ବାହାରେ ଗୁରୁତର ରୋଗୀ ଚେୟାରରେ ବସି ଅକ୍ସିଜେନ୍ ନେଉଥିବା ଦେଖିବାକୁ ମିଳିଛି । କେହି କେହି ଆମ୍ବୁଲାନ୍ସ ନପାଇ ନିଜ ଗାଡ଼ିରେ ଅକ୍ସିଜେନ୍ ସିଲିଣ୍ଡର୍ ଧରି ମେଡିକାଲରେ ପହଞ୍ଚିଥିଲେ ବି ବେଡ୍ ମିଳୁନି।  ତେବେ ମେଡିକାଲ୍ କଲେଜ୍ ଅଧୀକ୍ଷକ କହିଛନ୍ତି, କରୋନା ଆକ୍ରାନ୍ତଙ୍କ ବର୍ଦ୍ଧିତ ସଂଖ୍ୟାକୁ ଦୃଷ୍ଟିର ରଖି, ଦିନେ-୨ଦିନ ଭିତରେ ବେଡ୍ ସଂଖ୍ୟା ବଢ଼ାଇବାକୁ ଯୋଜନା ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe