ରକ୍ତଦାନ ଶିବିରରେ ରକ୍ତଦାତା କୋଭିଡ୍ ପଜିଟିଭ୍, ସବୁ ଛାନିଆ

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ମହାମାରୀ ସମୟରେ ଅନେକ ନିଜର ମହାନତା ଦେଖାଇ ସମାଜସେବାରେ ନିୟୋଜିତ କରୁଛନ୍ତି। ଆଉ ଏଥିରେ ପଛରେ ନାହାନ୍ତି ରାଜନୀତିକ ଦଳ। ଦଳୀୟ ନିଷ୍ପତ୍ତି ଅନୁଯାୟୀ, ବିଭିନ୍ନ ଜାଗାରେ ରକ୍ତଦାନ ଶିବିର ଆୟୋଜିତ କରୁଛନ୍ତି ତିନି ପ୍ରମୁଖ ରାଜନୀତିକ ଦଳ, ବିଜେପି-ବିଜେଡି ଓ କଂଗ୍ରେସ। କେନ୍ଦ୍ରରେ ବିଜେପି ସରକାରର ସାତ ବର୍ଷ ପୂର୍ତ୍ତି ଉପଲକ୍ଷେ ଗତକାଲି ବଲାଙ୍ଗିର କୁଶମେଲ ଗାଁରେ ଏକ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜିତ କରିଥିଲା ବିଜେପି। କିନ୍ତୁ ରକ୍ତଦେବା ପରେ ରକ୍ତଦାତା […]

BLOOD-CAMP

BLOOD-CAMP

Ranjit Kumar Jena
  • Published: Monday, 31 May 2021
  • Updated: 31 May 2021, 04:35 PM IST

Sports

Latest News

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ମହାମାରୀ ସମୟରେ ଅନେକ ନିଜର ମହାନତା ଦେଖାଇ ସମାଜସେବାରେ ନିୟୋଜିତ କରୁଛନ୍ତି। ଆଉ ଏଥିରେ ପଛରେ ନାହାନ୍ତି ରାଜନୀତିକ ଦଳ। ଦଳୀୟ ନିଷ୍ପତ୍ତି ଅନୁଯାୟୀ, ବିଭିନ୍ନ ଜାଗାରେ ରକ୍ତଦାନ ଶିବିର ଆୟୋଜିତ କରୁଛନ୍ତି ତିନି ପ୍ରମୁଖ ରାଜନୀତିକ ଦଳ, ବିଜେପି-ବିଜେଡି ଓ କଂଗ୍ରେସ। କେନ୍ଦ୍ରରେ ବିଜେପି ସରକାରର ସାତ ବର୍ଷ ପୂର୍ତ୍ତି ଉପଲକ୍ଷେ ଗତକାଲି ବଲାଙ୍ଗିର କୁଶମେଲ ଗାଁରେ ଏକ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜିତ କରିଥିଲା ବିଜେପି। କିନ୍ତୁ ରକ୍ତଦେବା ପରେ ରକ୍ତଦାତା କୋଭିଡ୍ ଚିହ୍ନଟ ହୋଇଥିଲେ। ଯାହା ପରେ ଘଟଣାକୁ ନେଇ ହଇଚଇ ଦେଖା ଦେଇଛି।

ରକ୍ତଦାନ ଶିବିର ଉଦଘାଟନ ସମୟରେ ଲୋଇସିଂହା ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଖୋଲାଖୋଲି କହିଥିଲେ ଯେ କେନ୍ଦ୍ରରେ ବିଜେପି ସରକାରର ସାତ ବର୍ଷପୂର୍ତ୍ତି ଉପଲକ୍ଷେ, ରକ୍ତଦାନ ଶିବିର ଆୟୋଜିତ ହୋଇଛି। ତା ସହିତ କୋଭିଡ ଟେଷ୍ଟିଂ ଓ ଟିକା ନେବା ପାଇଁ ଲୋକଙ୍କୁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବାସ୍, ତାପରେ କୁଶମେଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟକର୍ମୀ ଓ ବଲାଙ୍ଗିରରୁ ଯାଇଥିବା ବ୍ଲଡ୍ ବ୍ୟାଙ୍କ ଟେକନିସିଆନଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିଲା ରକ୍ତଦାନ ଶିବିର। ଜଣେ ପରେ ଜଣେ ବିଜେପି କର୍ମୀ ରକ୍ତ ଦେଇଥିଲେ।

ହେଲେ ଏମାନଙ୍କ ଭିତରୁ କୁଶମେଲ ବିଜେପି ମଣ୍ଡଳ ସଭାପତି କିଶୋର ପଟେଲ ରକ୍ତ ଦେଇ ବହୁତ ଖୁସି ବି ହୋଇଥିଲେ। କିନ୍ତୁ ପରେ ପରେ ଦଳ ଦ୍ୱାରା ଆୟୋଜିତ କରୋନା ଟେଷ୍ଟିଂ କ୍ୟାମ୍ପରେ ଆଣ୍ଟିଜେନ ଟେଷ୍ଟ କରାଇଥିଲେ। ରକ୍ତ ଦେବାର କୋଡିଏ ମିନିଟ ପରେ ଜଣାପଡିଥିଲା କିଶୋର ପଟେଲ କୋଭିଡରେ ଆକ୍ରାନ୍ତ ଅଛନ୍ତି। ଏହା ପରେ ରକ୍ତଦାନ ଶିବିରରେ ହଇଚଇ ସୃଷ୍ଟି ହୋଇଥିଲା। ଏମିତି ବି କିଶୋରଙ୍କର କୌଣସି ଲକ୍ଷଣ ନଥିଲା। କିନ୍ତୁ କୋଭିଡ ସଂକ୍ରମଣ ଜଣାପଡିବା ପରେ ଭୟରେ ସ୍ୱାସ୍ଥ୍ୟକର୍ମୀ ଟେକନିସିଆନ ଓ ଅନ୍ୟମାନେ ତୁରନ୍ତ ତାଙ୍କ ରକ୍ତକୁ ଅଲଗା କରାଯାଇଥିଲା। କିନ୍ତୁ ଅନ୍ୟ ରକ୍ତଦାତା ମାନେ ସଂକ୍ରମିତ ହୋଇଛନ୍ତି ନା ନାହିଁ, ବର୍ତ୍ତମାନ ଯାଏ ଜଣାପଡିନି ? ହେଲେ ଘଟଣା ସଂର୍ପକରେ କେହି କିଛି କହୁନଥିବା ବେଳେ, ମୁହଁ ଖୋଲିଛନ୍ତି କିଶୋର ପଟେଲ। ତାଙ୍କ କହିବା କଥା, ରକ୍ତଦେବା ଆଗରୁ କୋଭିଡ୍ ପରୀକ୍ଷା କରାଯାଉନାହିଁ। ତେଣୁ କୌଣସି ଲକ୍ଷଣ ନଥିବାରୁ ସେ ରକ୍ତ ଦେଇଥିଲେ। ଏବେବି ସୁସ୍ଥ ଅନୂଭବ କରୁଛନ୍ତି।

ଏବେ ମହାମାରୀ ସମୟରେ ରକ୍ତଦାନ ଶିବିରରେ ସାଧାରଣ ଲୋକେ ଉପକୃତ ହେଉଛନ୍ତି, କିନ୍ତୁ ରକ୍ତଦାନ ଶିବିରରେ ରକ୍ତଦାତାଙ୍କ କୋଭିଡ ଚିହ୍ନଟ ହେଲା ପରେ, ଏବେ ଲୋକଙ୍କ ଭିତରେ ଭୟ ଦେଖା ଦେଇଛି। ଅନ୍ୟ ରକ୍ତଦାତା ବି ହୋଇଥାଇପାରନ୍ତି କୋଭିଡ ସଂକ୍ରମିତ? କାରଣ ରକ୍ତଦାନ ପୂର୍ବରୁ ଅନ୍ୟ ପରୀକ୍ଷା କରାଯାଉଥିଲେ ବି କୋଭିଡ ଟେଷ୍ଟ କରାଯାଉନାହିଁ। ତେଣୁ ଲକ୍ଷଣ ନଥିବା କୋଭିଡ ରୋଗୀ ବିନା ଦ୍ୱନ୍ଦରେ ରକ୍ତ ଦେଉଛନ୍ତି।

ବ୍ଲଡ୍ ବ୍ୟାଙ୍କ ଦାୟିତ୍ୱରେ ଥିବା ଡାକ୍ତର ଆରତୀ ପଣ୍ଡାଙ୍କ କହିବା ଅନୁସାରେ, କୋଭିଡ ସଂକ୍ରମିତ ରୋଗୀଙ୍କ ରକ୍ତ ୧୪ ଦିନ ପର୍ଯ୍ୟନ୍ତ କାହାକୁ ଦିଆଯାଇପାରିବ ନାହିଁ। ରକ୍ତଦାନ ଶିବିରରେ ରକ୍ତଦେବା ପୂର୍ବରୁ, ରକ୍ତଦାତାଙ୍କ କୋଭିଡ ଟେଷ୍ଟ କରାଇବା ପାଇଁ ପ୍ରୋଟୋକଲ ନଥିଲେ ବି, ଆମେ ଏନେଇ ଅଧିକାରୀଙ୍କ ସହିତ ଆଲୋଚନା କରିବୁ ବୋଲି କହିଛନ୍ତି ଦାୟିତ୍ୱରେ ଥିବା ଡାକ୍ତର ଆରତୀ ପଣ୍ଡା। ହେଲେ ଘଟଣାକୁ ନେଇ ସେ ସିଡିଏମଓ, ଏଡିଏମଓ ମେଡିକାଲଙ୍କ ସହିତ ଆଲୋଚନା କରିଛନ୍ତି। ଅନ୍ୟପକ୍ଷରେ ରକ୍ତନେବା ପୂର୍ବରୁ କୋଭିଡ ଟେଷ୍ଟ କରିବା ପାଇଁ ପ୍ରୋଟୋକଲ ନଥିବାରୁ ଏନେଇ ସରକାରଙ୍କୁ ଜଣାଇବେ ବୋଲି କହିଛନ୍ତି ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଭୀମ ସାହୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story