ବଲାଙ୍ଗିରରେ ପୁଲିସ ଡିଜିଙ୍କ କୋଭିଡ ସମୀକ୍ଷା

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଆଜି ବଲାଙ୍ଗିର ଗସ୍ତରେ ଆସି କୋଭିଡ୍‌ ସ୍ଥିତି ସମୀକ୍ଷା କରିଛନ୍ତି ପୁଲିସ ଡିଜିପି ଅଭୟ। ସକାଳ ୯ ଟାରେ ହେଲିକ୍ୟାପ୍ଟରର ଯୋଗେ ଆସି ମନୋହରପୁର ହେଲିପ୍ୟାଡ୍‌ରେ ପହଚିଂବା ପରେ ବଲାଙ୍ଗିର ରିଜର୍ଭ ପୁଲିସ କାର୍ଯ୍ୟାଳୟରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଜିଲ୍ଲାର କୋଭିଡ ପରିସ୍ଥିତି ଉପରେ ସମୀକ୍ଷା କରିଥିଲେ ଡିଜି। କୋଭିଡ କଟକଣାକୁ କେମିତି ପାଳନ କରାଯାଉଛି , ଆଗକୁ ଆଉ କଣ କରାଯାଇପାରିବ ଏ ନେଇ ଦୀର୍ଘ ଦେଢଘଣ୍ଟା ଧରି ଆଲୋଚନା ହୋଇଥିଲା। […]

jkl

jkl

Tapas Behera
  • Published: Wednesday, 21 April 2021
  • Updated: 21 April 2021, 03:47 PM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଆଜି ବଲାଙ୍ଗିର ଗସ୍ତରେ ଆସି କୋଭିଡ୍‌ ସ୍ଥିତି ସମୀକ୍ଷା କରିଛନ୍ତି ପୁଲିସ ଡିଜିପି ଅଭୟ। ସକାଳ ୯ ଟାରେ ହେଲିକ୍ୟାପ୍ଟରର ଯୋଗେ ଆସି ମନୋହରପୁର ହେଲିପ୍ୟାଡ୍‌ରେ ପହଚିଂବା ପରେ ବଲାଙ୍ଗିର ରିଜର୍ଭ ପୁଲିସ କାର୍ଯ୍ୟାଳୟରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଜିଲ୍ଲାର କୋଭିଡ ପରିସ୍ଥିତି ଉପରେ ସମୀକ୍ଷା କରିଥିଲେ ଡିଜି। କୋଭିଡ କଟକଣାକୁ କେମିତି ପାଳନ କରାଯାଉଛି , ଆଗକୁ ଆଉ କଣ କରାଯାଇପାରିବ ଏ ନେଇ ଦୀର୍ଘ ଦେଢଘଣ୍ଟା ଧରି ଆଲୋଚନା ହୋଇଥିଲା। ଏପରିକି ଜିଲ୍ଲାର ନକ୍ସଲ ସମସ୍ୟା ଓ ଅପରାଧକୁ ନେଇ ଆଲୋଚନା କରିଥିବା ସୂଚନା ଦେଇଥିଲେ ଡିଜିପି ।

ଆଜିର ସମୀକ୍ଷା ବୈଠକରେ ଡିଜିପିଙ୍କ ସହିତ ଡିଆଇଜି ସ୍ପେସିଆଲ ଇଣ୍ଟେଲିଜେନ୍ସ ୱିଙ୍ଗ ଅନିରୁଦ୍ଧ ସିଂହ,  ଉତ୍ତରାଚଂଳ ଡିଆଇଜି ନରସିଂହ ଭୋଳ, ବଲାଙ୍ଗିର ଦାୟିତ୍ୱରେ ଥିବା ବରଗଡ ଏସପି ପଦ୍ମିନୀ ସାହୁ, ବଲାଙ୍ଗିର ଅତିରିକ୍ତ ଏସପି ମନରଂଜନ ପ୍ରଧାନ ପ୍ରମୁଖ ବରିଷ୍ଠ ପୁଲିସ ଅଧିକାରୀ ଯୋଗଦେଇଥିଲେ । ସମୀକ୍ଷା ପରେ ବଲାଙ୍ଗିର ଆଦର୍ଶଥାନା ଓ ସଦରଥାନାକୁ ଯାଇ ବୁଲି ଦେଖିଥିଲେ ଡିଜିପି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos