ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଧାରଣା ଦେଉଛନ୍ତି ଗାଈ ବଳଦ!

ପଞ୍ଚାନନ କବାଟ ଏନେଇ ଉପ-ଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ଜଣାଇଥିଲେ। ମାତ୍ର ତାଙ୍କ ଗୁହାରି କେହି ଶୁଣିନଥିଲେ। ତେଣୁ ନିଜର ଗାଈ ବଳଦଙ୍କୁ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ପଞ୍ଚାନନ ଓ ତାଙ୍କ ବାପା ପ୍ରତିମନୁ କବାଟ।

ଜିଲ୍ଲାପାଳଙ୍କ ଅଫିସ୍‌ ବାହାରେ ଗାଈ ଓ ବଦଳ ବାନ୍ଧି ପ୍ରତିବା ମାଲିକ

  • Published: Thursday, 20 April 2023
  • , Updated: 20 April 2023, 05:54 PM IST

ଆନ୍ଦୋଳନରେ ଗାଈ ବଳଦ। ତାହା ପୁଣି ବଲାଙ୍ଗିର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ। ମାଲିକ ଗାଈମାନଙ୍କୁ ଖାଇବା ପିଇବାକୁ ଦେଇ ବସିଛନ୍ତି ଆନ୍ଦୋଳନରେ। କ’ଣ ପାଇଁ ଏ ଅଭିନବ ଆନ୍ଦୋଳନ? ଆସନ୍ତୁ ନଜର ପକାଇବା ପୂରା ଘଟଣା ଉପରେ।

ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ୍‌ ରାଣିକଟା ଗାଁର ପଞ୍ଚାନନ କବାଟ ନିଜ ଘର ନିକଟରେ ଗୁହାଳ କରିଥିଲେ। କିଛି ରଇତି ଓ କିଛି ସରକାରୀ ଜମିରେ ତିଆରି କରିଥିଲେ ଗାଈଗୁହାଳ। ସରକାରୀ ଜମିରେ ଗୁହାଳ ନିର୍ମାଣ ହୋଇଥିବା ଅଭିଯୋଗ କରିଥିଲେ ଗାଁର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା। ପଞ୍ଚାନନଙ୍କୁ ଏ ସମ୍ପର୍କରେ କୌଣସି ସୂଚନା ନଦେଇ ୫ ଦିନ ତଳେ ସ୍ଥାନୀୟ ନାଏବ ସରପଞ୍ଚ ବିଜୁ ପଧାନଙ୍କ ନେତୃତ୍ୱରେ ଏସ୍‌ଏଚ୍‌ଜି ମହିଳାମାନେ ଗୁହାଳକୁ ଭାଙ୍ଗି ଦେଇଥିଲେ। ସେହି ରାସ୍ତାରେ ତାର ବଡ ଦେଇ ଦେଇଥିଲେ।

ପଞ୍ଚାନନ କବାଟ ଏନେଇ ଉପ-ଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ଜଣାଇଥିଲେ। ମାତ୍ର ତାଙ୍କ ଗୁହାରି କେହି ଶୁଣିନଥିଲେ। ତେଣୁ ନିଜର ଗାଈ ବଳଦଙ୍କୁ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ପଞ୍ଚାନନ ଓ ତାଙ୍କ ବାପା ପ୍ରତିମନୁ କବାଟ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଧମକ ଦେଇଛନ୍ତି। ଦାବି ପୂରଣ ନହେଲେ ଆତ୍ମହୂତି ଦେବାକୁ ଧମକ ଦେଇଛନ୍ତି ପଞ୍ଚାନନ।

ରିପୋର୍ଟ-ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Related story