ଅନ୍ଧାର ରାତିର ସୁଯୋଗ ନେଇ ରାସ୍ତାରେ ପଥର ରଖି ଗାଡ଼ି ଅଟକାଇଲେ। ମାରାଣସ୍ତ୍ର ଦେଖାଇ ଟ୍ରକ୍ ଡ୍ରାଇଭରଙ୍କଠାରୁ ଲୁଟି ନେଲେ ଟଙ୍କା ପଇସା ଓ ମୋବାଇଲା। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଶ୍ରୀରାମ ଛକରେ।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ୬ଜଣ ଡକାୟତ ରାସ୍ତା ଉପରେ ବଡ଼ବଡ଼ ପଥର ରଖି ୩ଟି ଟ୍ରକ୍କୁ ଅଟକାଇଥିଲେ। ମାରଣାସ୍ତ୍ର ଦେଖାଇ ଟଙ୍କା ପଇସା ମାଗିଥିଲେ। ପରେ ଡ୍ରାଇଭର ଓ ହେଲପରଙ୍କ ଟଙ୍କା ପଇସା ଓ ମୋବାଇଲ ନେଇ ଚମ୍ପଟ ମାରିଥିଲେ। ଏହାସହ ଗାଡ଼ିର କାଚକୁ ମଧ୍ୟ ପଥରରେ ଭାଙ୍ଗି ଦେଇଥିଲେ। ପରେ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଡ୍ରାଇଭରମାନେ ସିନ୍ଦେକେଲା ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।
ରାତ୍ରିରେ ପେଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଡ୍ରାଇଭରଙ୍କ ସମେତ ସ୍ଥାନୀୟ ସରପଞ୍ଚ ଦାବି କରିଛନ୍ତି। ଅନ୍ୟପକ୍ଷରେ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ l
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।