Advertisment

ରାସ୍ତାରେ ପଥର ରଖି ଟ୍ରକ୍ ଅଟକାଇଲେ, ମାରଣାସ୍ତ୍ର ଦେଖାଇ ଲୁଟିନେଲେ

ଅନ୍ଧାର ରାତିରେ ଟ୍ରକ୍ ଡ୍ରାଇଭରଙ୍କଠାରୁ ଲୁଟିନେଇ ଚମ୍ପଟ ମାରିଲେ ଡକାୟତ ଦଳ।

ଅଦ୍ୟତନ ହୋଇଛି
Loot

Loot

Advertisment

ଅନ୍ଧାର ରାତିର ସୁଯୋଗ ନେଇ ରାସ୍ତାରେ ପଥର ରଖି ଗାଡ଼ି ଅଟକାଇଲେ। ମାରାଣସ୍ତ୍ର ଦେଖାଇ ଟ୍ରକ୍‌ ଡ୍ରାଇଭରଙ୍କଠାରୁ ଲୁଟି ନେଲେ ଟଙ୍କା ପଇସା ଓ ମୋବାଇଲା। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଶ୍ରୀରାମ ଛକରେ।

Advertisment

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ୬ଜଣ ଡକାୟତ ରାସ୍ତା ଉପରେ ବଡ଼ବଡ଼ ପଥର ରଖି ୩ଟି ଟ୍ରକ୍‌କୁ ଅଟକାଇଥିଲେ। ମାରଣାସ୍ତ୍ର ଦେଖାଇ ଟଙ୍କା ପଇସା ମାଗିଥିଲେ। ପରେ ଡ୍ରାଇଭର ଓ ହେଲପରଙ୍କ ଟଙ୍କା ପଇସା ଓ ମୋବାଇଲ ନେଇ ଚମ୍ପଟ ମାରିଥିଲେ। ଏହାସହ ଗାଡ଼ିର କାଚକୁ ମଧ୍ୟ ପଥରରେ ଭାଙ୍ଗି ଦେଇଥିଲେ। ପରେ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଡ୍ରାଇଭରମାନେ ସିନ୍ଦେକେଲା ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

ରାତ୍ରିରେ ପେଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଡ୍ରାଇଭରଙ୍କ ସମେତ ସ୍ଥାନୀୟ ସରପଞ୍ଚ ଦାବି କରିଛନ୍ତି। ଅନ୍ୟପକ୍ଷରେ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ l

Advertisment
Loot Balangir Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe