Advertisment

ରେଳ ଲାଇନରୁ ମିଳିଲା ଯୁବକର ଖଣ୍ଡ ବିଖଣ୍ଡିତ ମୃତଦେହ

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ବଲାଙ୍ଗିରର ଜିଲ୍ଲା କଣ୍ଟାବାଞ୍ଜିରୁ ତୁରେକେଲା ରେଳ ଲାଇନ ଟ୍ରାକ୍ ରାସ୍ତାର ୧୬୦ ନଂ ଖୁଣ୍ଟ ନିକଟରେ ଯୁବକର ମୁଣ୍ଡ ଗଣ୍ଡି ଅଲଗା ହୋଇପଡିଥିବା ଦେଖିବାକୁ ମିଳିଛି। ମୃତକ ଜଣକ ହେଉଛନ୍ତି ସଇଁତଳା ଥାନା କୁଡାସିଙ୍ଘା ଗାଁର ଦୁର୍ଲଭ ପୁଟେଲ ବୋଲି ଜଣାପଡିଛି। ମୃତ ଦୁର୍ଲଭଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଛନ୍ତି। ପରିବାର ଲୋକେ କହିଛନ୍ତି ଶୁକ୍ରବାର ଅପରାହ୍ଣ ୪ଟାରେ ୨ ଜଣ ବ୍ୟକ୍ତି ଆସି ଦୁର୍ଲଭଙ୍କୁ ଗାଡ଼ିରେ […]

ରେଳ ଲାଇନରୁ ମିଳିଲା ଯୁବକର ଖଣ୍ଡ ବିଖଣ୍ଡିତ ମୃତଦେହ

railway track

Advertisment

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ବଲାଙ୍ଗିରର ଜିଲ୍ଲା କଣ୍ଟାବାଞ୍ଜିରୁ ତୁରେକେଲା ରେଳ ଲାଇନ ଟ୍ରାକ୍ ରାସ୍ତାର ୧୬୦ ନଂ ଖୁଣ୍ଟ ନିକଟରେ ଯୁବକର ମୁଣ୍ଡ ଗଣ୍ଡି ଅଲଗା ହୋଇପଡିଥିବା ଦେଖିବାକୁ ମିଳିଛି। ମୃତକ ଜଣକ ହେଉଛନ୍ତି ସଇଁତଳା ଥାନା କୁଡାସିଙ୍ଘା ଗାଁର ଦୁର୍ଲଭ ପୁଟେଲ ବୋଲି ଜଣାପଡିଛି।

Advertisment

ମୃତ ଦୁର୍ଲଭଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଛନ୍ତି। ପରିବାର ଲୋକେ କହିଛନ୍ତି ଶୁକ୍ରବାର ଅପରାହ୍ଣ ୪ଟାରେ ୨ ଜଣ ବ୍ୟକ୍ତି ଆସି ଦୁର୍ଲଭଙ୍କୁ ଗାଡ଼ିରେ ବସାଇ ନେଇ ଯାଇଥିଲେ। ଯାହା ପର ଠାରୁ ଦୁର୍ଲଭଙ୍କ ସହ କୌଣସି ଯୋଗାଯୋଗ ହୋଇପାରି ନଥିଲା। ହେଲେ ଆଜି ରେଳ ଲାଇନ ଟ୍ରାକରେ ତାଙ୍କର ମୃତ ଦେହ ପଡିଥିବା ଦେଖିବାକୁ ମିଳିଛି।

ଯୁବକଙ୍କ ମୁଣ୍ଡ, ଗୋଡ଼ର ପାଦ ଓ ଦେହ ଅଲଗା ଅଲଗା ଜାଗାରେ ପଡିଛି। କଣ୍ଟାବାଞ୍ଜି ଜିଆରପି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତ ଚାଲିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ସବିଶେଷ ତଥ୍ୟ ଜଣାପଡିବ ବୋଲି ଜିଆରପି ପୁଲିସ କହିଛି। ତେବେ ଦୁର୍ଲଭ ଘର ଠାରୁ ଏତେ ଦୂର କାହିଁକି ଆସିଥିଲେ ଏବଂ ଟ୍ରେନ୍ ଲାଇନରେ ତାଙ୍କର ଖଣ୍ଡ ବିଖଣ୍ଡିତ ମୃତଦେହ ପଡ଼ିଥିବା ନେଇ ସନ୍ଦେହ ଉପୁଜିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe