Advertisment

ନିଖୋଜ ଫାଇନାନ୍ସ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ମିଳିଲା

ସାବଲୀୟତଙ୍କ ମୃତଦେହ ଗଛରୁ ଏକ କଳା ରଙ୍ଗର ସ୍କାର୍ପରେ ଝୁଲି ରହିଥିଲା। ମୃତଦେହ ନିକଟରେ ଏକ ବ୍ୟାଗ ଥିଲା।

Bike

Bike

Advertisment

ଦୁଇ ଦିନ ହେଲା ନିଖୋଜ ଥିବା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଶାଖାର ସ୍ମୃତି ଆଣ୍ଡ ସ୍ପନ୍ଦନ ଫାଇନାନ୍ସ କମ୍ପାନୀର କର୍ମଚାରୀ ସାବଲୀୟତ ହରିପାଲଙ୍କ ଝୁଲନ୍ତା ମୃତଦେହ ମିଳିଛି। କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ବିର୍ଣ୍ଣl ଡାଙ୍ଗବାହାଲି ଫିଲ ପାଖ ପତରାରୁ ତାଙ୍କ ମୃତଦେହ ମିଳିଛି। ଆଜି ସକାଳେ ଲୋକେ ତାଙ୍କ ମୃତଦେହକୁ ଠାବ କରି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

Advertisment

ସାବଲୀୟତଙ୍କ ମୃତଦେହ ଗଛରୁ ଏକ କଳା ରଙ୍ଗର ସ୍କାର୍ପରେ ଝୁଲି ରହିଥିଲା। ମୃତଦେହ ନିକଟରେ ଏକ ବ୍ୟାଗ ଥିଲା। ସେହିପରି ମୃତଦେହରୁ ଟିକେ ଦୂରରେ ତାଙ୍କ ବାଇକ୍‌ ରହିଥିଲା। ଏହା ଏକ ହତ୍ୟାକାଣ୍ଡ ନା ଆତ୍ମହତ୍ୟା, ତାହା ଜଣାପଡ଼ିନି। ପୁଲିସ୍ ମଧ୍ୟ ଘଟଣା ସଂପର୍କରେ କିଛି ପ୍ରତିକ୍ରିୟା ଦେଇ ନାହିଁ।

ଗତ ୨୪ ତାରିଖରୁ ନିଖୋଜ ଥିଲେ ସାବଲୀୟତ ହରିପାଲ। ଏ ନେଇ ସ୍ମୃତି ଆଣ୍ଡ ସ୍ପନ୍ଦନ ଫାଇନାନ୍ସ ଶାଖା ମ୍ୟାନେଜର କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସାବଲୀୟତଙ୍କ ଘର ବରଗଡ଼ ଜିଲ୍ଲା ପାଇକମାଳରେ। 

Advertisment
Crime Odisha Police Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe