Advertisment

ନିଖୋଜ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ୧୪ ଦିନ ପରେ ପଡ଼ିଥାନ୍ତା ହାତଗଣ୍ଠି

ବଲାଙ୍ଗିର( ଓଡ଼ିଶା ରିପୋର୍ଟର): ଆଉ ୧୪ ଦିନ ପରେ ବାଜିଥାନ୍ତା ସାହାନାଇ । ପଡ଼ିଥାନ୍ତା ହାତଗଣ୍ଠି। ଏକମାତ୍ର ପୁଅର ବାହାଘର କରାଇ ଘରକୁ ଆଣିଥାନ୍ତେ ନୂଆ ବୋହୂ। ହେଲେ ଆଖିରେ ଆଖିଏ ସ୍ୱପ୍ନ ଦେଖିଥିବା ବିଧବା ମା’ର ସ୍ୱପ୍ନ ପୂରା ଚୁରମାର ହୋଇଗଲା। ୧୧ ଦିନ ହେବ ଏକମାତ୍ର ପୁଅ ନିଖୋଜ ଥିବା ବେଳେ ଆଖିରୁ ଲୁହ ଗଡ଼ାଇ ପୁଅର ଫେରାଇ ବାଟକୁ ଅନାଇ ରହିଥିଲା ବୁଢ଼ି ମା’। ହେଲେ ଶେଷରେ ପୁଅର ମୃତ୍ୟୁ ଖବର ପାଇ […]

ଅଦ୍ୟତନ ହୋଇଛି
ନିଖୋଜ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ୧୪ ଦିନ ପରେ ପଡ଼ିଥାନ୍ତା ହାତଗଣ୍ଠି

deadbody

Advertisment

ବଲାଙ୍ଗିର( ଓଡ଼ିଶା ରିପୋର୍ଟର): ଆଉ ୧୪ ଦିନ ପରେ ବାଜିଥାନ୍ତା ସାହାନାଇ । ପଡ଼ିଥାନ୍ତା ହାତଗଣ୍ଠି। ଏକମାତ୍ର ପୁଅର ବାହାଘର କରାଇ ଘରକୁ ଆଣିଥାନ୍ତେ ନୂଆ ବୋହୂ। ହେଲେ ଆଖିରେ ଆଖିଏ ସ୍ୱପ୍ନ ଦେଖିଥିବା ବିଧବା ମା’ର ସ୍ୱପ୍ନ ପୂରା ଚୁରମାର ହୋଇଗଲା। ୧୧ ଦିନ ହେବ ଏକମାତ୍ର ପୁଅ ନିଖୋଜ ଥିବା ବେଳେ ଆଖିରୁ ଲୁହ ଗଡ଼ାଇ ପୁଅର ଫେରାଇ ବାଟକୁ ଅନାଇ ରହିଥିଲା ବୁଢ଼ି ମା’। ହେଲେ ଶେଷରେ ପୁଅର ମୃତ୍ୟୁ ଖବର ପାଇ ମା’ ମୁଣ୍ଡରେ ଚଡ଼କ ପଡ଼ିଛି। ଏପରିକି ପୁଅକୁ ଯୋଜନାବଦ୍ଧ ହତ୍ୟା କରି ପୋଡ଼ି ଦେବାକୁ ଉଦ୍ୟମ ହୋଇଥିବା ବେଳେ ଜବତ ହୋଇଛି ଦରପୋଡ଼ା ମୃତଦେହ ।ଏପରି ଜଘନ୍ୟ ହତ୍ୟାକାଣ୍ଡ ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅଂଚଳରେ ଘଟିଛି।

Advertisment

ମୃତକ ହେଲେ ବାସୁଦେବ ଭୋଇ । ସେ ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ଘଣ୍ଟାପଡା ଫାଣ୍ଡି ଉଡେର ଗାଁର ପ୍ରାଥମିକ ସ୍କୁଲରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ।  ନିଜ ପ୍ରେମିକାକୁ ଭେଟିବାକୁ ଯାଇଥିବା ବେଳେ ତାଙ୍କ ଘର ଲୋକ ଏପରି ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ଚର୍ଚ୍ଚା ହେଉଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଗତ ୧୨ ତାରିଖରେ ବାସୁଦେବ ନିଜର ଜଣେ ସଂପର୍କୀୟ ଭାଇ ସହ ତୁଷୁରା ଥାନା ସନ୍ଧିସରା ଗାଁକୁ ଯାଇଥିଲେ । ପରେ ୧୩ ତାରିଖରେ ଏକ ଜରୁରୀ କାମ ଅଛି କହି ନିକଟସ୍ଥ କର୍ଲାଖମନ ଗାଁକୁ ଯାଇଥିଲେ ।  ତା’ପରଠୁ ସେ ଆଉ ଘରକୁ ଫେରି ନ ଥିଲେ  । ପରିବାର ଲୋକେ ବହୁତ ଖୋଜାଖୋଜି ପରେ ମଧ୍ୟ ବାସୁଦେବଙ୍କ କୌଣସି ପତ୍ତା ପାଇ ନ ଥିଲେ।

Advertisment

ବାସୁଦେବଙ୍କ ବିଧବା ମା’ ଏକମାତ୍ର ପୁଅର ନିଖୋଜ ସଂପର୍କରେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍‌ ଖୋଜାଖୋଜି ଆରମ୍ଭ କରିଥିଲା। ଗତକାଲି କର୍ଲାଖମନ ଗାଁ ନିକଟରେ ଥିନା ରାହୁଲ ନଦୀର ବିରିଘାଟ ଜଂଗଲରେ ଏକ ଦରପୋଡା ଶବ ଦେଖିବାକୁ ପାଇଥିଲେ ଗାଁ ଲୋକେ ।   ଖବର ପାଇ ତୁଷୁରା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି । ଶିକ୍ଷକଜଣଙ୍କ ତାଙ୍କ ପ୍ରେମିକାଙ୍କୁ ଭେଟିବାକୁ ଯାଇଥିବା ବେଳେ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ଆସନ୍ତା ମାର୍ଚ୍ଚ ୯ ତାରିଖରେ ଶିକ୍ଷକ ବାସୁଦେବଙ୍କ ବାହାଘର ହେବାର ଥିଲା । ବାହାଘର ପାଇଁ ନିର୍ବନ୍ଧ ମଧ୍ୟ ସରିଥିଲା ।  କିନ୍ତୁ ବାହାଘରର ୧୪ ଦିନ ଆଗରୁ ୧୧ ଦିନ ହେଲା ନିଖୋଜ ଥିବା ବାସୁଦେବଙ୍କ ଦରପୋଡା ଶବ ଉଦ୍ଧାର ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି  ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe