Advertisment

ମଦ ପିଇ ତହସିଲଦାରଙ୍କୁ ପିଟିଲେ!

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ଧାନବିକ୍ରି ହେଉନଥିବାରୁ ଅନ୍ଦୋଳନ କରୁଥିବା ଚାଷୀଙ୍କୁ ବୁଝାସୁଝା କରିବାକୁ ଯାଇ ଆକ୍ରମଣର ଶିକାର ହୋଇଛନ୍ତି ଦେଓଗାଁ ଦାୟିତ୍ୱରେ ଥିବା ତୁଷୁରା ତହସିଲଦାର ଚନ୍ଦ୍ରମଣି ନାଗ। ଦେଓଗାଁ ପେକ୍ସରେ ଟୋକନ ଏବଂ ଟାର୍ଗେଟ ଦ୍ୱନ୍ଦ୍ୱ ଯୋଗୁଁ ଚାଷୀମାନେ ରବି ଧାନ ବିକ୍ରି କରିପାରୁ ନାହନ୍ତି। ଯାହା ଫଳରେ ଶତାଧିକ ଚାଷୀ କରୋନା କାଳରେ ୨୬ ନମ୍ୱର ରାଜପଥର ଦେଓଗାଁ ଠାରେ ଧାନ ବୋଝେଇ ଟ୍ରାକ୍ଟର ରଖି ଆନ୍ଦୋଳନ କରିଥିଲେ। ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପାଇଁ […]

ଅଦ୍ୟତନ ହୋଇଛି
ମଦ ପିଇ ତହସିଲଦାରଙ୍କୁ ପିଟିଲେ!

tehsildar

Advertisment

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ଧାନବିକ୍ରି ହେଉନଥିବାରୁ ଅନ୍ଦୋଳନ କରୁଥିବା ଚାଷୀଙ୍କୁ ବୁଝାସୁଝା କରିବାକୁ ଯାଇ ଆକ୍ରମଣର ଶିକାର ହୋଇଛନ୍ତି ଦେଓଗାଁ ଦାୟିତ୍ୱରେ ଥିବା ତୁଷୁରା ତହସିଲଦାର ଚନ୍ଦ୍ରମଣି ନାଗ। ଦେଓଗାଁ ପେକ୍ସରେ ଟୋକନ ଏବଂ ଟାର୍ଗେଟ ଦ୍ୱନ୍ଦ୍ୱ ଯୋଗୁଁ ଚାଷୀମାନେ ରବି ଧାନ ବିକ୍ରି କରିପାରୁ ନାହନ୍ତି। ଯାହା ଫଳରେ ଶତାଧିକ ଚାଷୀ କରୋନା କାଳରେ ୨୬ ନମ୍ୱର ରାଜପଥର ଦେଓଗାଁ ଠାରେ ଧାନ ବୋଝେଇ ଟ୍ରାକ୍ଟର ରଖି ଆନ୍ଦୋଳନ କରିଥିଲେ।

Advertisment

ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପାଇଁ ଦେଓଗାଁ ତହସିଲ ଦାୟିତ୍ୱରେ ଥିବା ତୁଷୁରା ତହସିଲଦାର ଚନ୍ଦ୍ରମଣି ନାଗ ଦେଓଗାଁରେ ପହଚିଂଥିଲେ। ଆନ୍ଦୋଳନକାରୀ ଚାଷୀ ମାନଙ୍କ ସହିତ ଆଲୋଚନା କରୁଥିବା ବେଲେ ପେକ୍ସର ପୂର୍ବତନ ସଭାପତି ଶୈଳେଶ ସାହୁ ହଠାତ୍ ତହସିଲଦାରଙ୍କୁ ଆକ୍ରମଣ କରିଥିଲେ। ଅନ୍ୟ ଚାଷୀ ମାନେ ତହସିଲଦାରଙ୍କୁ ଉଦ୍ଧାର କରିଥିଲେ। ମାଡ଼ ମାରିଥିବା ଶୈଳେଶ ମଦ ପିଇ ଏପରି କରିଥିବା ତହସିଲଦାର ଅଭିଯୋଗ କରିଛନ୍ତି।

ଚାଷୀଙ୍କ ସମସ୍ୟାର ସମାଧାନ ହେଲା ପରେ ଥାନାରେ ଅଭିଯୋଗ କରିବେ ବୋଲି ସୂଚନା ଦେଇଛନ୍ତି ତହସିଲଦାର। ସେପଟେ କିନ୍ତୁ ଯେତେ ଯାହା କଲେ ବି ଦୂର ହେଉନି ଚାଷୀଙ୍କ ଦୁଃଖ। ଖରିପ ଧାନ ବିକ୍ରି ସମୟରେ ନାନା ଅସୁବିଧାର ସମ୍ମୁଖୀନ ହୋଇଥିବା ଚାଷୀ ଏବେ ରବୀ ଧାନ ବିକ୍ରି ସମୟରେ ମଧ୍ୟ ସେହି ହଇରାଣ ହରକତ ହେଉଛନ୍ତି। କରୋନା କାଳରେ ଚାଷୀଙ୍କୁ ଘାରିଛି ଟୋକନ ଟେନସନ। ଏବେ ତହସିଲଦାର ଚାଷୀଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe