Advertisment

କରୋନା ରୋଗୀଙ୍କ ପାଇଁ ହସ୍ପିଟାଲରେ ଡ୍ୟାନ୍ସ ଥେରାପି

ବଲାଙ୍ଗିର (ଘଟେଶ୍ୱର ମିଶ୍ର): କରୋନାର ଦ୍ୱିତୀୟ ଲହରରେ ଅନେକ ରୋଗୀଙ୍କର ମୃତ୍ୟୁ ହେଉଛି। ଏଭଳି ସ୍ଥିତିରେ କରୋନାରେ ଆକ୍ରାନ୍ତ ହେଉଥିବା ରୋଗୀଙ୍କ ପାଇଁ ମେଡିସିନ୍ ଅପେକ୍ଷା ଦୃଢ଼ ମନୋବଳ ନିହାତି ଆବଶ୍ୟକ। କୋଭିଡ୍ ଆକ୍ରାନ୍ତ ହେବା ପରେ ଅଧିକାଂଶ ରୋଗୀ ମାନସିକ ସ୍ତରରେ ଦୃବଳ ହୋଇପଡୁଥିବା ଦେଖିବାକୁ ମିଳୁଛି। ତେଣୁ ହସ୍ପିଟାଲ ଭିତରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ମାନସିକ ସ୍ତରରେ ମଜବୁତ କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି ମେଡିକାଲ ଷ୍ଟାଫ। ବଲାଙ୍ଗିର କିମ୍ସ କୋଭିଡ୍ […]

କରୋନା ରୋଗୀଙ୍କ ପାଇଁ ହସ୍ପିଟାଲରେ ଡ୍ୟାନ୍ସ ଥେରାପି

dance-in-covid-hospital

Advertisment

ବଲାଙ୍ଗିର (ଘଟେଶ୍ୱର ମିଶ୍ର): କରୋନାର ଦ୍ୱିତୀୟ ଲହରରେ ଅନେକ ରୋଗୀଙ୍କର ମୃତ୍ୟୁ ହେଉଛି। ଏଭଳି ସ୍ଥିତିରେ କରୋନାରେ ଆକ୍ରାନ୍ତ ହେଉଥିବା ରୋଗୀଙ୍କ ପାଇଁ ମେଡିସିନ୍ ଅପେକ୍ଷା ଦୃଢ଼ ମନୋବଳ ନିହାତି ଆବଶ୍ୟକ। କୋଭିଡ୍ ଆକ୍ରାନ୍ତ ହେବା ପରେ ଅଧିକାଂଶ ରୋଗୀ ମାନସିକ ସ୍ତରରେ ଦୃବଳ ହୋଇପଡୁଥିବା ଦେଖିବାକୁ ମିଳୁଛି। ତେଣୁ ହସ୍ପିଟାଲ ଭିତରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ମାନସିକ ସ୍ତରରେ ମଜବୁତ କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି ମେଡିକାଲ ଷ୍ଟାଫ।

Advertisment

ବଲାଙ୍ଗିର କିମ୍ସ କୋଭିଡ୍ ହସ୍ପିଟାଲରେ ଏବେ ଦେଖିବାକୁ ମିଳୁଛି ଭିନ୍ନ ଚିତ୍ର। ଜଣେ ୯୩ ବର୍ଷୀୟ ବୃଦ୍ଧଙ୍କ ଜନ୍ମଦିନ ପାଳନ କରି ଚର୍ଚ୍ଚାକୁ ଆସିଥିଲା ଏହି ହସ୍ପିଟାଲ। ଏବେ ଆସିଛି ଦୁଇଟି ଚିତ୍ର। ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଜଣେ ଆଟେଣ୍ଡାନ୍ସ ଦାଢି ସେଭିଂ କରୁଥିବା ଭିଡିଓ ଏବେ ଭାଇରାଲ ହୋଇଛି। କେବଳ ଏତିକିରେ ସରିନାହିଁ ମେଡିକାଲ ଷ୍ଟାଫଙ୍କ ପ୍ରୟାସ।

ପିପିଇ କିଟ୍ ପିନ୍ଧି ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ ମାନେ କୋଭିଡ ୱାର୍ଡରେ ଡ୍ୟାନ୍ସ କରୁଥିବା ଭିଡିଓ ଏବେ ଚର୍ଚ୍ଚାକୁ ଆସିଛି। ଏମାନଙ୍କ ଡ୍ୟାନ୍ସ ଦେଖି ନିଜକୁ ସମ୍ଭାଳି ପାରିନଥିଲେ କିଛି କୋଭିଡ ଆକ୍ରାନ୍ତ। ରୋଗ କଷ୍ଟକୁ ଭୁଲି ଗୀତ ତାଳେ ତାଳେ ଡାନ୍ସ କରିବାକୁ ପଛାଇ ନାହାନ୍ତି କରୋନା ରୋଗୀ।

Advertisment

ଡ୍ୟାନ୍ସ ମାଧ୍ୟମରେ କରୋନାକୁ ହରାଇବା ପାଇଁ ମାନସିକ ସ୍ତରରେ ରୋଗୀଙ୍କୁ ମଜଭୁତ୍ କରୁଛନ୍ତି ଡାକ୍ତର ଓ ମେଡିକାଲ ଷ୍ଟାଫ। କିମ୍ସ ହସପିଟାଲର ଏ ପ୍ରକାର ପ୍ରୟାସକୁ ଦେଖି ରୋଗୀମାନଙ୍କ ସଂର୍ପକୀୟ ମାନେ ବେଶ୍‌ ଖୁସି ହୋଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe