Advertisment

ଆତ୍ମହତ୍ୟା ମିଛ, ହତ୍ୟା ସତ !

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଦେଓଗାଁ ଥାନା ବଡଡୁଙ୍ଗୁରୀପାଲି ଗାଁର ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବା ବେଳେ ବାପ ଘର ଲୋକେ ଯୌତୁକ ପାଇଁ ହତ୍ୟା ଅଭିଯୋଗ ଆଣିଛନ୍ତି। ମୃତକ ହେଲେ ଗାଁର ସୁଶାନ୍ତ ମେହେରଙ୍କ ସ୍ତ୍ରୀ ରଶ୍ମିତା। ସୂଚନା ଅନୁଯାୟୀ, ୨୦୧୪ ମସିହାରେ ବଲାଙ୍ଗିର ସଦରଥାନା ଚୁଡାପାଲି ଗାଁର ସୁରେନ୍ଦ୍ର ମେହେରଙ୍କ ଝିଅକୁ ଦେଓଗାଁ ଥାନା ବଡଡୁଙ୍ଗୁରୀପାଲି ଗାଁର ଭଗବାନ ମେହେରଙ୍କ ପୁଅ ସୁଶାନ୍ତ ମେହେର ବାହା ହୋଇଥିଲେ। ଗତକାଲି  ରଶ୍ମିତାଙ୍କର ମୃତ୍ୟୁ ହୋଇଥିବା ନେଇ ବାପା […]

author-image
Tapas Behera
ଅଦ୍ୟତନ ହୋଇଛି
ଆତ୍ମହତ୍ୟା ମିଛ, ହତ୍ୟା ସତ !

hbn

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଦେଓଗାଁ ଥାନା ବଡଡୁଙ୍ଗୁରୀପାଲି ଗାଁର ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବା ବେଳେ ବାପ ଘର ଲୋକେ ଯୌତୁକ ପାଇଁ ହତ୍ୟା ଅଭିଯୋଗ ଆଣିଛନ୍ତି। ମୃତକ ହେଲେ ଗାଁର ସୁଶାନ୍ତ ମେହେରଙ୍କ ସ୍ତ୍ରୀ ରଶ୍ମିତା।

Advertisment

ସୂଚନା ଅନୁଯାୟୀ, ୨୦୧୪ ମସିହାରେ ବଲାଙ୍ଗିରସଦରଥାନା ଚୁଡାପାଲି ଗାଁର ସୁରେନ୍ଦ୍ର ମେହେରଙ୍କ ଝିଅକୁ ଦେଓଗାଁ ଥାନା ବଡଡୁଙ୍ଗୁରୀପାଲି ଗାଁର ଭଗବାନ ମେହେରଙ୍କ ପୁଅ ସୁଶାନ୍ତ ମେହେର ବାହା ହୋଇଥିଲେ। ଗତକାଲି  ରଶ୍ମିତାଙ୍କର ମୃତ୍ୟୁ ହୋଇଥିବା ନେଇ ବାପା ସୁରେନ୍ଦ୍ରଙ୍କୁ ଶାଶୂଘର ଲୋକେ ଖବର ଦେଇଥିଲେ। ସୁରେନ୍ଦ୍ର ଯାଇ ଦେଖିବା ବେଳକୁ ଖଟ ଉପରେ ଝିଅର ମୃତ ଦେହ ପଡିଥିଲା ।

ରଶ୍ମିତା ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଶାଶୂଘର ଲୋକେ କହୁଥିବା ବେଳେ ବାପ ଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଯୌତୁକ ପାଇଁ ହତ୍ୟା କରାଯାଇଥିବା ରଶ୍ମିତାଙ୍କ ବାପା ଦେଓଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବାହାଘର ସମୟରେ ସାଧ୍ୟ ମୁତାବକ ଯୌତୁକ  ଦେଇଥିଲେ ସୁରେନ୍ଦ୍ର । କିନ୍ତୁ ବିବାହ ପରେ ସ୍ୱାମୀ ଅଧିକ ଯୌତୁକ ଦାବି କରି ବାରମ୍ୱାର ରଶ୍ମିତାକୁ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେଉଥିଲେ।

Advertisment

ତେଣୁ ଝିଅକୁ ହତ୍ୟା କରାଯାଇଥିବା ସୁରେନ୍ଦ୍ର ଅଭିଯୋଗ କରିଛନ୍ତି। ସେପଟେ ଦେଓଗାଁ ପୁଲିସ ଥାନାରେ ମୃତ ରଶ୍ମିତାଙ୍କ ସ୍ୱାମୀ ସୁଶାନ୍ତଙ୍କୁ ଅଟକ ରଖି ପଚରା ଉଚୁରା ଜାରି ରଖିଛି । ରଶ୍ମିତାଙ୍କ ଏକ ୬ ବର୍ଷର ପୁଅ ମଧ୍ୟ ରହିଛି ।

Dowry Death