Advertisment

ସ୍ତ୍ରୀକୁ ଟାଙ୍ଗିଆରେ ଆକ୍ରମଣ କରି ସ୍ୱାମୀ ଫେରାର୍

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ସ୍ୱାମୀକୁ ଇହକାଳ ଓ ପରକାଳର ଦେବତା କୁହାଯାଏ। ସ୍ୱାମୀକୁ ଦେବତା ଭାବରେ ପୂଜା କରେ ସ୍ତ୍ରୀ। ଅଗ୍ନିକୁ ସାକ୍ଷୀ ରଖି ସ୍ୱାମୀ ତା’ର ସ୍ତ୍ରୀକୁ ସୁରକ୍ଷା ଦେବାର ଶପଥ ନେଇଥାଏ। କିନ୍ତୁ ଯେତେବେଳେ ସ୍ୱାମୀଟିଏ ମଦ ନିଶାରେ ଚୂର ହୋଇଯାଏ, ସେତେବେଳେ ସେ ସବୁ ଶପଥ ଓ ପ୍ରତିଶୃତିକୁ ଭୁଲି, ନିଜ ସ୍ତ୍ରୀକୁ ହତ୍ୟା କରିବାକୁ ପଛାଏ ନାହିଁ। ମଦ୍ୟମ ସ୍ୱାମୀ ନିଜ ହାତରେ ନିଜ ସ୍ତ୍ରୀକୁ ହତ୍ୟା ଉଦ୍ୟମ, କରିବା ଭଳି […]

ସ୍ତ୍ରୀକୁ ଟାଙ୍ଗିଆରେ ଆକ୍ରମଣ କରି ସ୍ୱାମୀ ଫେରାର୍

bolangir

Advertisment

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ସ୍ୱାମୀକୁ ଇହକାଳ ଓ ପରକାଳର ଦେବତା କୁହାଯାଏ। ସ୍ୱାମୀକୁ ଦେବତା ଭାବରେ ପୂଜା କରେ ସ୍ତ୍ରୀ। ଅଗ୍ନିକୁ ସାକ୍ଷୀ ରଖି ସ୍ୱାମୀ ତା’ର ସ୍ତ୍ରୀକୁ ସୁରକ୍ଷା ଦେବାର ଶପଥ ନେଇଥାଏ। କିନ୍ତୁ ଯେତେବେଳେ ସ୍ୱାମୀଟିଏ ମଦ ନିଶାରେ ଚୂର ହୋଇଯାଏ, ସେତେବେଳେ ସେ ସବୁ ଶପଥ ଓ ପ୍ରତିଶୃତିକୁ ଭୁଲି, ନିଜ ସ୍ତ୍ରୀକୁ ହତ୍ୟା କରିବାକୁ ପଛାଏ ନାହିଁ। ମଦ୍ୟମ ସ୍ୱାମୀ ନିଜ ହାତରେ ନିଜ ସ୍ତ୍ରୀକୁ ହତ୍ୟା ଉଦ୍ୟମ, କରିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ରାଉତମୁଣ୍ଡା ଗାଁରେ।

Advertisment

ଗାଁର ଅଗସ୍ତି ଛତ୍ରୀଆଙ୍କ ଝିଅ ତ୍ରୀପୁରା ଛତ୍ରିଆ ନରସିଂହ ଦୀପକୁ ବାହା ହୋଇଥିଲେ। ସେମାନଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି। ଗତକାଲି ବିଳମ୍ୱିତ ରାତିରେ ନରସିଂହ ମଦନିଶାରେ ଚୂର ହୋଇ ଘରକୁ ଆସିଥିଲା। ଘରକୁ ଅସିବା ସେ ତା’ର ପତ୍ନୀ ସହିତ ବଚସା କରିଥିଲା। ପରେ ଘଟଣାଟି ସାଙ୍ଘାତିକ ରୂପ ନେଇଥିଲା। ନିଶାରେ ଚୁର୍ ଥିବା ନରସିଂହ ହଠାତ୍ ଟାଙ୍ଗିଆ ଆଣି ନିଜ ସ୍ତ୍ରୀକୁ ଆକ୍ରମଣ କରିଥିଲା।

ତ୍ରୀପୁରାଙ୍କ ଦୁଇ ଗୋଡ, ଦୁଇ ହାତ ଏବଂ ମୁଣ୍ଡକୁ ନରସିଂହ ଟାଙ୍ଗିଆରେ ଚୋଟ ମାରିଥିଲା। ଟାଙ୍ଗିଆର ଧାର କମ ଥିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ତ୍ରୀପୁରା। କିନ୍ତୁ ତ୍ରୀପୁରା ଏଥିରେ ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ପ୍ରଥମେ କଣ୍ଟାବାଞ୍ଜି ଏବଂ ପରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ନରସିଂହଙ୍କ ବିରୋଧରେ ତ୍ରୀପୁରାଙ୍କ ବାପା ତୁରେକେଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଆକ୍ରମଣକାରୀ ସ୍ୱାମୀ ଫେରାର ଥିବା ବେଲେ ପୁଲିସ ତାକୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରଖିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe