Advertisment

ସାନ ଭାଇକୁ ଛୁରି ଭୁସିଲା ବଡ଼ ଭାଇ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ରକ୍ତ ସଂର୍ପକରେ ଲାଗିଲା ରକ୍ତର ଛିଟା। ଭାଇର ରକ୍ତରେ ହୋଲି ଖେଲିଲା ବଡଭାଇ। ସାନଭାଇର ପେଟରେ ଛୁରା ମାଡ଼ କରି ହତ୍ୟା କରିଛି ବଡ଼ ଭାଇ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଆଠ ଗାଁରେ। ଗାଁର ସନ୍ତୋଷ କୁଅଁରଙ୍କ ବଡ଼ ପୁଅ ସୁବ୍ରତ କୁଅଁର ନିଜ ସାନ ଭାଇ ତେଜରାଜ କୁଅଁରକୁ ଛୁରା ମାଡ଼ କରି ହତ୍ୟା କରିଛି। ଗାଁରେ ମାଂସ ଦୋକାନ କରିଥିବା ସନ୍ତୋଷଙ୍କ […]

ଅଦ୍ୟତନ ହୋଇଛି
ସର୍ବସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା

murdered

Advertisment

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ରକ୍ତ ସଂର୍ପକରେ ଲାଗିଲା ରକ୍ତର ଛିଟା। ଭାଇର ରକ୍ତରେ ହୋଲି ଖେଲିଲା ବଡଭାଇ। ସାନଭାଇର ପେଟରେ ଛୁରା ମାଡ଼ କରି ହତ୍ୟା କରିଛି ବଡ଼ ଭାଇ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଆଠ ଗାଁରେ। ଗାଁର ସନ୍ତୋଷ କୁଅଁରଙ୍କ ବଡ଼ ପୁଅ ସୁବ୍ରତ କୁଅଁର ନିଜ ସାନ ଭାଇ ତେଜରାଜ କୁଅଁରକୁ ଛୁରା ମାଡ଼ କରି ହତ୍ୟା କରିଛି।

Advertisment

ଗାଁରେ ମାଂସ ଦୋକାନ କରିଥିବା ସନ୍ତୋଷଙ୍କ ଦୁଇପୁଅ ଦୋକାନରେ ବାପାକୁ ସହଯୋଗ କରନ୍ତି। ଆଜି କୌଣସି କାରଣରୁ ଉଭୟ ଭାଇଙ୍କ ଭିତରେ ଝଗଡ଼ା ହୋଇଥିଲା। ହଠାତ ବଡ଼ ଭାଇ ସୁବ୍ରତ ରାଗି ଯାଇ ଛୁରୀରେ ସାନଭାଇ ତେଜରାଜର ପେଟରେ ଭୁସି ଦେଇଥିଲା। ଗୁରୁତର ଅବସ୍ଥାରେ ତେଜରାଜକୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ଆଣିଥିଲେ ବାପା।

ହେଲେ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। ହସ୍ପିଟାଲରେ ଡାକ୍ତର ତେଜରାଜକୁ ମୃତ ଘୋଷଣା କରିଥିଲେ। ମୃତ ତେଜରାଜର ବାପା ସନ୍ତୋଷଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ସାନଭାଇକୁ ହତ୍ୟା କରି ବଡ଼ ଭାଇ ଫେରାର ହୋଇ ଯାଇଛି। ପୁଇଁନ୍ତଳା ପୁଲିସ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଛାନଭିନ ଆରମ୍ଭ କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe