Advertisment

ରୋଗୀଙ୍କୁ ଦିଆଗଲା ଏକ୍ସପାୟାରୀ ମେଡିସିନ୍!

ବଲାଙ୍ଗିର (ମନରଞ୍ଜନ ଯୋଶୀ): ବଡ଼ ମେଡିକାଲର ବଡ ଭୁଲ। ରୋଗୀକୁ ଦିଆଗଲା ଏକ୍ସପାୟାରୀ ଔଷଧ। ଆଉ ଏଭଳି ଘଟଣା ଘଟିଛି ବଲାଙ୍ଗିରର ବଡ଼ ମେଡିକାଲରେ। ଯେଉଁଠାରେ ଜଣେ ରୋଗୀ ମାଗଣା ମେଡିସିନ୍ କିଣିବା ପାଇଁ ମେଡିକାଲର ନିରାମୟାକୁ ଯାଇଥିଲେ। କିନ୍ତୁ ସେଠାରେ ତାଙ୍କୁ ଏକ୍ସପାୟାରୀ ମେଡିସିନ୍ ଦିଆଯାଇଥିଲା। ସୌଭାଗ୍ୟ ବଶତଃ ବ୍ୟକ୍ତି ଜଣକ ସେହି ମେଡିସିନ୍ ଖାଇନାହାନ୍ତି। ମଙ୍ଗଳବାର ପୁଇଁନ୍ତଲା ବ୍ଲକ ପୁଡାପାଲି ଗାଁର ସୁଶାନ୍ତ ସାହୁଙ୍କୁ ସାମାନ୍ୟ ଥଣ୍ଡା ଓ କାଶ ହୋଇଥିଲା। ସେ ଚିକିତ୍ସା […]

ରୋଗୀଙ୍କୁ ଦିଆଗଲା ଏକ୍ସପାୟାରୀ ମେଡିସିନ୍!

medicine

Advertisment

ବଲାଙ୍ଗିର (ମନରଞ୍ଜନ ଯୋଶୀ): ବଡ଼ ମେଡିକାଲର ବଡ ଭୁଲ। ରୋଗୀକୁ ଦିଆଗଲା ଏକ୍ସପାୟାରୀ ଔଷଧ। ଆଉ ଏଭଳି ଘଟଣା ଘଟିଛି ବଲାଙ୍ଗିରର ବଡ଼ ମେଡିକାଲରେ। ଯେଉଁଠାରେ ଜଣେ ରୋଗୀ ମାଗଣା ମେଡିସିନ୍ କିଣିବା ପାଇଁ ମେଡିକାଲର ନିରାମୟାକୁ ଯାଇଥିଲେ। କିନ୍ତୁ ସେଠାରେ ତାଙ୍କୁ ଏକ୍ସପାୟାରୀ ମେଡିସିନ୍ ଦିଆଯାଇଥିଲା। ସୌଭାଗ୍ୟ ବଶତଃ ବ୍ୟକ୍ତି ଜଣକ ସେହି ମେଡିସିନ୍ ଖାଇନାହାନ୍ତି।

Advertisment

ମଙ୍ଗଳବାର ପୁଇଁନ୍ତଲା ବ୍ଲକ ପୁଡାପାଲି ଗାଁର ସୁଶାନ୍ତ ସାହୁଙ୍କୁ ସାମାନ୍ୟ ଥଣ୍ଡା ଓ କାଶ ହୋଇଥିଲା। ସେ ଚିକିତ୍ସା ପାଇଁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ଆସିଥିଲେ। ଆଉଟଡୋରରେ ସେ ଡାକ୍ତରଙ୍କୁ ଦେଖାଇଥିଲେ। ଡାକ୍ତର ଦୁଇଟି ଔଷଧ ପ୍ରେସକ୍ରାଇବ କଲେ। ତାପରେ ରୋଗୀ ଜଣକ ନିରାମୟକୁ ଯାଇ ସରକାରୀ ମାଗଣା ଔଷଧ ଆଣିଲେ।

ତେବେ ସେଥିରୁ ଗୋଟେ ଔଷଧ ଏକ୍ସପାୟାରୀ ହୋଇଥିବା ଜାଣିବାକୁ ପାଇଲେ। ଏହା ଜାଣିପାରି ସେ ଔଷଧ ଖାଇନଥିଲେ। ତେବେ ସରକାରୀ ହସ୍ପିଟାଲରେ ଏକ୍ସପାୟାରୀ ମେଡିସିନର ଷ୍ଟକ୍ କେମିତି ରହିଲା, ତାକୁ ନେଇ ପ୍ରଶ୍ନ ଉଠିଛି।

Advertisment

ଏ ନେଇ ଭୀମଭୋଇ ମେଡିକାଲ କଲେଜର ସୁପରିନଟେଣ୍ଡେଣ୍ଟ କହିଛନ୍ତି ଯେ, ଏକ୍ସପାୟାରୀ ମେଡିସିନ୍ ମିଳିବା ନିଶ୍ଚିତ ଭାବେ ଚିନ୍ତାଜନକ ବିଷୟ। ଏକ୍ସପାୟାରୀ ମେଡିସିନର ଷ୍ଟକ୍ କେମିତି ରହିଲା, ତା'ର ଆମେ ତଦନ୍ତ କରିବୁ। ଏହାଛଡ଼ା କେତେ ଏକ୍ସପାୟାରୀ ମେଡିସିନ୍ ବାହାରକୁ ଯାଇଛି, ତାକୁ ଡିଟେଲ୍ସ ଖୋଜି ଏହାର ପୂରା ତଦନ୍ତ ହେବ। ଏବଂ ଯେଉଁମାନେ ଦୋଷୀ ଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୁପରିନଟେଣ୍ଡେଣ୍ଟ କହିଛନ୍ତି।

ଯଦିଓ ମେଡିସିନର ଏକ୍ସପାୟାରୀ ସରିଗଲା ପରେ ତା'ର ପାୱାର ନଥାଏ, କିନ୍ତୁ ଏହାଦ୍ୱାରା କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେବ ବୋଲି ସୁପରିନଟେଣ୍ଡେଣ୍ଟ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe