Advertisment

ଜାଲ ସାର୍ଟିଫିକେଟ ମାମଲା: କୋର୍ଟରେ ହାଜର ପୂର୍ବରୁ ଆଇସିୟୁରେ ଆଲୋକ ଉଦଗାତା

ଗତ ରାତିରେ ପଚରାଉଚରା ବେଳେ ଅସ୍ୱସ୍ତିକର ଅନୁଭବ କରିଥିଲେ ଆଲୋକ ଉଦଗାତା । ତାଙ୍କୁ ତୁରନ୍ତ ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।

ଅଦ୍ୟତନ ହୋଇଛି
Accused

Accused

Advertisment

 କୋର୍ଟରେ ହାଜର ହେବା ପୂର୍ବରୁ ଗୁରୁତର ହୋଇ ପଡ଼ିଛନ୍ତି ବଲାଙ୍ଗିର ଜାଲ ସାର୍ଟିଫିକେଟ ମାମଲାର ଅନ୍ୟତମ ଅଭିଯୁକ୍ତ ଆଲୋକ ଉଦଗାତା । ଗତ ରାତିରୁ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ଆଇସିୟୁରେ ଭର୍ତ୍ତି କରାଯାଇଛି।

Advertisment

ବଲାଙ୍ଗିର ଜାଲ ସାର୍ଟିଫିକେଟ ମାମଲାରେ ମାଷ୍ଟର ମାଇଣ୍ଡ ମନୋଜ ମିଶ୍ରଙ୍କ ସମେତ ଅନ୍ୟ ୩ ଅଭିଯୁକ୍ତ ଆଲୋକ ଉଦଗାତା, ତ୍ରିବିହାରୀ ପଣ୍ଡା ଓ ପରେଶ ବୁଡ଼େକଙ୍କ ରିମାଣ୍ଡ ଆଜି ସରୁଛି । ତେଣୁ କ୍ରାଇମବ୍ରାଞ୍ଚ ଟିମ୍ ଆଜି ସମସ୍ତଙ୍କୁ କୋର୍ଟରେ ହାଜର କରିବ। ଏହା ପୂର୍ବରୁ ଗତ ରାତିରେ ପଚରାଉଚରା ବେଳେ ଅସ୍ୱସ୍ତି ଅନୁଭବ କରିଥିଲେ ଆଲୋକ ଉଦଗାତା । ତାଙ୍କୁ ତୁରନ୍ତ ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ରକ୍ତଚାପ ବଢ଼ି ଯାଇଥିବା ଜଣାଯାଇଛି। ସେଠାରେ ଆଇସିୟୁରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାଯାଇଛି। 

ଜାଲ ସାର୍ଟିଫିକେଟ ମାମଲାର ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ରଙ୍କ ସଂପତ୍ତି ଗତକାଲି ଆଟାଟ୍ କରିଛି କ୍ରାଇମବ୍ରାଞ୍ଚ। କେଉଁ କୋର୍ଟଙ୍କ ଅନୁମତି ଆଧାରରେ ସମ୍ପତ୍ତି ସିଜ୍ କରିଛି କ୍ରାଇମବ୍ରାଞ୍ଚ, ସେନେଇ ସ୍ପଷ୍ଟ ହୋଇନାହିଁ। ତେବେ ଜବତ ସମ୍ପତ୍ତି ମଧ୍ୟରେ ମନୋଜ ମିଶ୍ରଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ୪ଟି ପ୍ଲଟ ଥିବା ଜଣାଯାଇଛି। 

Advertisment

ଜାଲ ସାର୍ଟିଫିକେଟ ମାମଲାକୁ ନେଇ ସମଗ୍ର ରାଜ୍ୟରେ ତମ୍ବି ତୋଫାନ ହୋଇଥିବା ବେଳେ ବଲାଙ୍ଗିରରେ ଥିବା ମନୋଜ ମିଶ୍ରଙ୍କ କୋଚିଂ ସେଣ୍ଟରରୁ ହିଁ ଏହି ନକଲି ସାର୍ଟିଫିକେଟ ରାକେଟ ଚାଲୁଥିବା ସ୍ପଷ୍ଟ ହୋଇ ସାରିଛି । ଲକ୍ଷ ଲକ୍ଷ ଟଙ୍କା ନେଇ ରାଜ୍ୟ ବାହାରର ୟୁନିଭରସିଟି ଓ ଶିକ୍ଷାନୁଷ୍ଠାନର ନକଲି ସାର୍ଟିଫିକେଟ ମନୋଜ ମିଶ୍ର ଦେଉଥିଲେ ବୋଲି ଅଭିଯୋଗ ରହିଛି। ଏହାର ଚେର ବାହାର ରାଜ୍ୟକୁ ଲମ୍ବିଥିବା ଅନୁମାନ କରାଯାଉଥିବା ବେଳେ କ୍ରାଇମବ୍ରାଞ୍ଚ ଟିମ୍‌ ତଦନ୍ତ ନିମନ୍ତେ ରାଜ୍ୟ ବାହାରକୁ ଖୁବ୍‌ ଶୀଘ୍ର ଯିବ ବୋଲି ଜଣାଯାଇଛି।

ପ୍ରଥମେ ଡାକ ବିଭାଗର ନିଯୁକ୍ତିରେ ଏହାର ସନ୍ଧାନ ମିଳିବା ପରେ ସାରା ରାଜ୍ୟରେ ଏହି ଖବରକୁ ନେଇ ହୁଲସ୍ତୁଲ ହୋଇଥିଲା । ଶେଷରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । କ୍ରାଇମବ୍ରାଞ୍ଚ ବର୍ତ୍ତମାନ ଏହାର ତଦନ୍ତ କରୁଛି ।

ପ୍ରଥମେ ବଲାଙ୍ଗିର ପୁଲିସ୍‌ ଏହି ମାମଲାର ତଦନ୍ତ କରି ୧୯ ଜଣଙ୍କୁ ଗିରଫ କରିଥିଲା। କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କଲେ ଗିରଫଦାରୀ ବଢ଼ିବ ବୋଲି ଅନୁମାନ କରାଯାଉଥିଲା। ମାତ୍ର ଗିରଫଦାରୀ ସଂଖ୍ୟା କିଛି ବି ବଢ଼ିନି। ତଦନ୍ତରେ ବିଳମ୍ବ ହେଲେ ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ କରିବାରେ ସଫଳ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ରିପୋର୍ଟ: ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Hospital Arrest Fake Certificate
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe