ଉପ-ଜିଲ୍ଳାପାଳଙ୍କ କଡାମିଜାଜ, ଚାଷୀ ଫିଙ୍ଗି ଦେଲେ ବସ୍ତା ବସ୍ତା ପରିବା

ବଲାଙ୍ଗିର (ଓଡ଼ିଶା ରିପୋର୍ଟର) ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ୧୪ ଦିନିଆ ଲକଡାଉନ । ଲକଡାଉନର ପ୍ରଥମ ଦିନରେ, ଖୁବ ତତ୍ପର ଥିଲା ବଲାଙ୍ଗିର ପୁଲିସ । ପ୍ରଶାସନ ସକାଳ ୫ ଟାରୁ, ଖୋଦ ବଲାଙ୍ଗିର ଏସ୍.ପି ସହର ଭିତରେ ରାସ୍ତାଉପରେ ପୁଲିସ ଫୋର୍ସକୁ ଲକଡାଉନ ନିୟମ ସଂର୍ପକରେ ତାଲିମ ଦେଇଥିଲେ । କୋଉ କୋଉ ଦୋକାନ ବନ୍ଦ ରହିବ ? କୋଉ ଦୋକାନ ଖୋଲାରହିବ ? କିଏ ରାସ୍ତାରେ ଯା ଆସ କରିପାରିବ ? କାହା […]

snb-1

snb-1

Tapas Behera
  • Published: Wednesday, 05 May 2021
  • Updated: 05 May 2021, 04:00 PM IST

Sports

Latest News

ବଲାଙ୍ଗିର (ଓଡ଼ିଶା ରିପୋର୍ଟର) ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ୧୪ ଦିନିଆ ଲକଡାଉନ । ଲକଡାଉନର ପ୍ରଥମ ଦିନରେ, ଖୁବ ତତ୍ପର ଥିଲା ବଲାଙ୍ଗିର ପୁଲିସ । ପ୍ରଶାସନ ସକାଳ ୫ ଟାରୁ, ଖୋଦ ବଲାଙ୍ଗିର ଏସ୍.ପି ସହର ଭିତରେ ରାସ୍ତାଉପରେ ପୁଲିସ ଫୋର୍ସକୁ ଲକଡାଉନ ନିୟମ ସଂର୍ପକରେ ତାଲିମ ଦେଇଥିଲେ । କୋଉ କୋଉ ଦୋକାନ ବନ୍ଦ ରହିବ ? କୋଉ ଦୋକାନ ଖୋଲାରହିବ ? କିଏ ରାସ୍ତାରେ ଯା ଆସ କରିପାରିବ ? କାହା ଉପରେ କଟକଣା ଲାଗୁହେବ ? ସବୁକିଛି ବୁଝାଇ ଦେଇଥିଲେ ଏସ୍.ପି । ଏପରିକି କୌଣସି ପରିସ୍ଥିତିରେ ବି ଲୋକଙ୍କ ଉପରେ ଲାଠି ଚାଳନା ନକରିବା ପାଇଁ ଏସ୍.ପିଙ୍କ ତାଗିଦ କରିଥିଲେ । ହେଲେ ଏତେ ସବୁ ପରେ, ସକାଳ ୮ ଟାରେ ସହର ଭିତର ଡେଲିମାର୍କେଟରେ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଲା । ନୂଆକରି ଯୋଗଦେଇଥିବା ଉପ-ଜିଲ୍ଳାପାଳଙ୍କ କଡାମିଜାଜ ଯୋଗୁଁ, ପରିବା ବ୍ୟବସାୟୀ ରାସ୍ତା ଉପରେ ଫିଙ୍ଗିଦେଲେ କ୍ୱିଣ୍ଟାଲ କ୍ୱିଣ୍ଟାଲ ପରିବା । ଏତେ ଆୟୋଜନ ପରେବି ଦେଖାଦେଲା ଅଭାବନୀୟ ପରିସ୍ଥିତି ।
ଆଜି ସକାଳ ୫ ଟା ବଲାଙ୍ଗିର କଚେରୀ ଛକ ଖଚାଖଚ ପୋଲିସ ଫୋର୍ସ ଜାଗା ଉପରେ ପହଞ୍ଚିଥିଲେ ବଲାଙ୍ଗିର ଏସ୍.ପି ନୀତିନ କୁଶଳକର । ୧୪ ଦିନିଆ ଲକଡାଉନ ନେଇ ପୂରା ସମୀକ୍ଷା କରିଥିଲେ ।କୌଣସି ପରିସ୍ଥିତିରେ ବି ଲୋକଙ୍କ ଉପରେ ଲାଠିଚାଳନା କରିବେ ନାହିଁ ଦରକାର ହେଲେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଆଇନ ମୁତାବକ କାର୍ଯ୍ୟାନୁଷ୍ଠାନ ନେଇ ଏସପି ସୂଚନା ଦେଇଥିଲେ । ଏସ୍.ପିଙ୍କ ସୂଚନା ପରେ ସକାଳ ୬ ଟାରୁ ସହରର ଛକ ଛକରେ ଆରମ୍ଭ ହୋଇଥିଲା ପୋଲିସର ପିକେଟିଂ । ହେଲେ ଗତକାଲି ବଲାଙ୍ଗିରରେ ନୂଆକରି ଯୋଗଦେଇଥିବା ଉପ-ଜିଲ୍ଳାପାଳ ଲମ୍ବୋଦର ଧରୁଆଙ୍କ ନେତୃତ୍ୱରେ, ସକାଳ ୮ ଟାରେ, ପୋଲିସ ଫୋର୍ସ ସହିତ ଏନଫୋର୍ସମେଣ୍ଟ ଟିମ ପହଞ୍ଚିଥିଲା ଡେଲିମାର୍କେଟରେ ।

ଉପ-ଜିଲ୍ଳାପାଳଙ୍କ ନିର୍ଦେଶରେ ପରିବା ଦୋକାନ ବନ୍ଦ କରିବାକୁ ତାଗିଦ କଲେ ଅନ୍ୟ ପ୍ରଶାସନିକ ଓ ପୋଲିସ ଅଧିକାରୀ । ବ୍ୟବସାୟୀ ବିରୋଧ କଲେ । ମାତ୍ର ଦୁଇଘଣ୍ଟା ସମୟ ଦେଲେ କଂଚା ପରିବାର ତକ ବିକ୍ରୀକରିଦେବେ ବୋଲି ଗୁହାରି ବି କଲେ । କିନ୍ତୁ ନୂଆ ନୂଆ ଯୋଗଦେଇଥିବା ଉପ-ଜିଲ୍ଳାପାଳ କଡାମିଜାଜ, କହିଲେ ଜମା ନୁହେଁ...ଏବେ ହିଁ ବନ୍ଦ କର । ନଚେତ ଦିଆଯାଇଥିବା ଅନ୍ୟ ଜାଗାରେ ଯାଇ ପରିବା ବିକ୍ରିକର । କିନ୍ତୁ ବର୍ଷତମାମ ଡେଲିମାର୍କେଟରେ ପରିବା ବିକୁଥିବା ବ୍ୟବସାୟୀ ନିଜ ଦୋକାନରେ ପରିବା ବିକିବାକୁ ଜିଦ ଧରିଥିଲେ । ଉପ-ଜିଲ୍ଳାପାଳ ବି ନିଜ ଜିଦରେ ଅଟଳ ରହିଲେ ।

ଶେଷରେ ବ୍ୟବସାୟୀ କରିବେ କଣ, ବିକ୍ରିନହେଲେ କଂଚା ପରିବା ପଚିଯିବ । ତେଣୁ ବିକିନପାରିଲେ ପରିବା ଫିଙ୍ଗିଦେବୁ କହି ରାସ୍ତା ଉପରେ ପରିବା ଫିଙ୍ଗି ପ୍ରତିବାଦ କଲେ । କିଛି ସମୟ ପାଇଁ ଘଟଣାସ୍ଥଳରେ ଉତ୍ତେଜନା ବି ଦେଖାଦେଇଥିଲା । ଅବଶ୍ୟ ଜାଗା ଛାଡି ଚାଲିଯାଇଥିଲେ ଉପ-ଜିଲ୍ଳାପାଳ । ପ୍ରତିକ୍ରିୟାରେ କହିଛନ୍ତି ମୁଁ ଗତକାଲି କାର୍ଯ୍ୟରେ ଯୋଗ ଦେଇଛି । ସେତେ କିଛି ଜାଣିନଥିଲି । ବ୍ୟବସାୟୀଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story